Posted inବୌଦ୍ଧ

କରୋନା କଟକଣା: ବୌଦ୍ଧରେ ସନ୍ଧ୍ୟା ୭ରୁ ସକାଳ ୫ କର୍ଫ୍ୟୁ

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା କଟକଣା ନେଇ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍‌ ବୁଧବାର ପୁର୍ନବାର ପ୍ରକାଶ ପାଇଛି। ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ବଳବତ୍ତର ରଖାଯିବା ସହିତ ସନ୍ଧ୍ୟା ୭ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ କୌଣସି ବ୍ୟକ୍ତି ବିଶେଷ ବିନା ଜରୁରୀ କାର୍ଯ୍ୟରେ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯିବାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟଗୁଡିକ ହୋମ ଡେଲିଭରି କରିପାରିବେ ା ସାମାଜିକ ଦୂରତା ନିୟମ ପାଳନ ଓ ମୁହଁରେ ମାସ୍କ କିମ୍ବା ଗାମୁଛା ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ସାମାଜିକ ଦୂରତା ପାଳନ କରା ନ ଗଲେ ସେହି ପ୍ରତିଷ୍ଠାନର ମାଲିକ ଦାୟୀ ରହିବେ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ପାଠ ପଢ଼ାଇ ୨ ଅଧ୍ୟାପକ ତଣ୍ଡ ଗଣିଲେ

ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ...

ବୌଦ୍ଧରେ ୭୧ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ଜିଲାପାଳ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧ ସହରର କଚେରୀ ପଡ଼ିଆଠାରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ...

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବୌଦ୍ଧ,୨୨।୧୧(ସ୍ବ.ପ୍ର.): ସମଗ୍ର ଦେଶରେ ଦୁର୍ବଳ ଅର୍ଥନୀତି ଓ ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କଣ୍ଟାମାଳର...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ବୌଦ୍ଧ,୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ମହୁମୁଣ୍ଡିଆରେ ଶନିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ଜଳି ଭସ୍ମୀଭୂତ...

ପୋଖରୀ ଖୋଳିବା ବେଳେ ବାହାରିଲା ଶିବ ଲିଙ୍ଗ

ଜହ୍ନାପଙ୍କ,୧୪।୪: ବୌଦ୍ଧ ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅଧୀନ ଜଗଦିଶପୁର ନିକଟରେ ପୋଖରୀ ଖୋଳା ଯିବା ସମୟରେ ଏକ ଶିବ ଲିଙ୍ଗ ଉଦ୍ଧାର ହୋଇଛି ।ଏହି ଖବର...

୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍‌

କଣ୍ଟାମାଳ,୨୯।୧୧(ଡି.ଏନ୍‌.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ...

ତିନିଦିନ ହେଲା ଗ୍ରାମ ନିକଟରେ ପଡ଼ିଛି ସାଇକେଲ ମିଳୁନାହାନ୍ତି ଯୁବକ: ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ହରଭଙ୍ଗା୪।୧୦(ଡି.ଏନ୍‌.ଏ.): ବୌଦ୍ଧଜିଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମ ପଞ୍ଚାୟତ କଣ୍ଟିଆପଦର ଗ୍ରାମର ନେପାଳ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ (୨୩) ଗତ ୨ ତାରିଖରୁ ନିଖୋଜ...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ

ବୌଦ୍ଧ/ବାଉଁଶୁଣୀ,୨୨।୪(ଡି.ଏନ୍‌.ଏ.): ବୌଦ୍ଧ ଥାନା ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡ଼ା ଗ୍ରାମରେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

Advertisement
Archives

Model This Week