କରୋନା ଆତଙ୍କ ସମୟରେ କଳାବଜାରୀ, ଚଢାଉ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୨୬ା୩-  କରୋନା ଆତଙ୍କକୁ ନେଇ ବିଶ୍ୱସ୍ତରରୁ ଗାଁ ଯାଏ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବାବେଳେ କେତେକ ଅସାଧୁ ବେପାରୀ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ହ୍ୟାଣ୍ଡୱାସ, ସାନିଟାଇଜର ଚଢ଼ାଦରରେ ବିକ୍ରି କରୁଛନ୍ତି। ଆଳୁ, ପିଆଜ, ଚାଉଳ, କିରାନା ସାମଗ୍ରୀର ବି କଳାବଜାର କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ପାଇବା ପରେ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତିର୍କିତ ଚଢ଼ାଉ କରାଯାଇଥିଲା। ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ ଓ ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ବଲାଙ୍ଗୀର ସହରର ମଧ୍ୟସ୍ଥଳରେ ଥିବା ଦୁଇଟି ମେଡିକାଲ ଷ୍ଟୋରରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରେ ସାନିଟାଇଜର, ମାସ୍କ ଓ ହ୍ୟାଣ୍ଡୱାସ ଗଚ୍ଛିତ ରଖାଯାଇଥିବା ନେଇ ପ୍ରଶାସନକୁ ଖବର ମିଳିଥିଲା। ହେଲେ ଚଢ଼ାଉ ବେଳେ ଉଭୟ ମେଡିକାଲ ଷ୍ଟୋରରେ ଏସବୁ ମହଜୁଦ ନଥିବା ଜଣାପଡିଥିଲା। ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଦୋକାନରେ ଏଭଳି ଅତର୍କିତ ଚଢ଼ାଉ କରାଯାଇ ସେମାନଙ୍କ ଷ୍ଟକ ଯାଞ୍ଚ କରାଯିବ ବୋଲି ଉପଜିଲାପାଳ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର ସଂହାର ଅଭିଯୋଗରେ ଯୁବକ ଗିରଫ

ରାସଗୋବିନ୍ଦପୁର,୧୫।୧୨ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଣଚାଟି ଅଞ୍ଚଳର ଜଣେ ମହିଳାଙ୍କ ଚରିତ୍ରସଂହାର କରି ଏକ ବ୍ୟାନର ମାରିବା ଅଭିଯୋଗରେ ପୋଲିିସ ଅଭିଯୁକ୍ତ...

ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବରଗଡ଼ ଅଫିସ୍‌,୧୦।୪: କରୋନା(କୋଭିଡ୍‌-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ...

ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ

କଟକ ଅଫିସ,୨-୯: ଦୁର୍ଗାପୂଜା ପାଇଁ ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହେଉଛି। ଏହି ଅବଧି ମଧ୍ୟରେ ଦୁଇ ଦିନ ଅର୍ଥାତ୍‌ ଅକ୍ଟୋବର ୪ ଓ...

ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର...

ନନ୍ଦନକାନନ ଗଲା ‘ରାଜୁ’

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଞ୍ଚଳରୁ ଶୁକ୍ରବାର ଏକ ପଥର ଖାଲରେ ଖସି ପଡ଼ିଥିବା ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ଉକ୍ତ...

ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ…

ବରଗଡ଼ ଅଫିସ,୧।୯: ବରଗଡ଼ ଜିଲାରୁ ମଙ୍ଗଳବାର ପୁଣି ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ୨୮, ବରଗଡ଼...

୬୦ ପ୍ରତିଶତ ଜମିରେ ହୋଇନି ତଳିରୁଆ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଜୁନ୍‌ରେ ନିଅଣ୍ଟିଆ ରହିଲା, ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହେଲାନାହିଁ। ସ୍ବାଭାବିକଠାରୁ ପ୍ରାୟ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବର୍ଷା...

ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅଧୀନ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ...

Advertisement
Archives

Model This Week