କରୋନାଭାଇରସ ଭୟ: ପାଳିତ ଜୀବଙ୍କୁ ମାରି ଦେଉଛନ୍ତି ଲୋକେ

ବେଜିଂ,୨।୨: କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଚାଇନାରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଲୋକେ ଚାଲି ଚାଲି ଯିବାବେଳେ ରାସ୍ତାରେ ପଡି ସେମାନଙ୍କ ମୃତ୍ୟୁ ହେଉଛି। ଏବେ ଜାଣିବାକୁ ମିଳିଛି କି ଚାଇନାର ଲୋକ କରୋନାଭାଇରସ ଭୟରେ ପାଳିତ ଜୀବଙ୍କୁ ମାରି ବାହାରେ ଫିଙ୍ଗି ଦେଉଛନ୍ତି। ରାସ୍ତା ଉପରେ ଏସବୁ ଜୀବ ମୃତ ଅବସ୍ଥାରେ ମିଳିବା ପରେ ଏହା ଅନୁମାନ କରାଯାଉଛି। ତେବେ ପାଳିତ ଜୀବଙ୍କ ଦ୍ୱାରା ଏହି ଭାଇରସ ବ୍ୟାପୁଥିବା ଖବର ପ୍ରଚାର ହେବା ପରେ ଲୋକେ ଏଭଳି କରୁଛନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କରୋନା ଏବେ ଚାଇନାରେ ମହାମାରୀର ରୂପନେଇ ଅନେକ ଅଞ୍ଚଳ ଜନଶୂନ୍ୟ କରି ସାରିଲାଣି। ଲୋକେ ଏବେ ଚାଇନା ଗସ୍ତ କରିବାକୁ ଡରୁଛନ୍ତି। ଏମିତିକି ଚାଇନାର ଉହାନ ସହରରେ ଏହା ବେଶି ଦେଖାଯାଇଥିବାରୁ ଏଠାରେ ଥିବା ବିଦେଶୀଙ୍କୁ ସରକାର ନିଜ ନିଜ ଦେଶକୁ ଫେରାଇ ଆଣୁଛନ୍ତି। ଏବେ ଚାଇନାରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୭ ହଜାର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତବ ହେବ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ

ଲଣ୍ଡନ, ୧୦ା୨: ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ସୃଷ୍ଟ ଶକ୍ତିକୁ ଗ୍ରୀନ ଏନର୍ଜୀ ଉତ୍ସ ଭାବେ ବ୍ୟବହାର ଦିଗରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ସୂର୍ଯ୍ୟକୁ ଶକ୍ତି...

ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ

ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ...

ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨-ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ହାପି ଡେଜ୍‌’ ଏବଂ ‘ଦି...

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ...

କରୋନା ମୁକାବିଲା ଲାଗି ସୈନ୍ୟ ବିଭାଗ ସହାୟତା, ୨.୬ କୋଟି ଲୋକଙ୍କର ହେବ ନମୁନା ପରୀକ୍ଷା…

ବେଜିଂ, ୪।୪ : ଚାଇନାରେ କରୋନା ସଙ୍କଟ ଅଣାୟତ୍ତ ହେବାରେ ଲାଗିଛି। ଦେଶର ସବୁଠୁ ବଡ ସହର ସାଂଘାଇରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ...

ବାଂଲାଦେଶ ଶରଣରେ ପଶିଲା ନେପାଳ

କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍‌...

ନାଟୋ ଜେଟ୍‌ରେ ପ୍ରଶିକ୍ଷଣ ନେଇପାରିବେ ୟୁକ୍ରେନ ପାଇଲଟ

କିଭ୍‌,୮ା୨: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ତାଙ୍କ ଗସ୍ତରେ ସେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି।...

ଅଲ୍‌ଟ୍ରା ଲଗ୍‌ଜୁରି ‘ସୁପର ସବ୍‌’

ଆମ୍‌ଷ୍ଟରଡାମ୍‌, ୨୭।୧୧: ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକଙ୍କ ଇଚ୍ଛା। ସେଥିପାଇଁ ଯାତ୍ରା ରୋମାଞ୍ଚକର ହେବା ଆବଶ୍ୟକ। ଯାତ୍ରୀମାନଙ୍କ ଏହି ଆଶା ପୂରଣ କରିବା ପାଇଁ...

Advertisement
Archives

Model This Week