କରୋନାକୁ ପରାସ୍ତ କଲେ ୧୧୩ ବର୍ଷ ବୟସ୍କା ବୃଦ୍ଧା

ମାଦ୍ରିଦ୍‌,୧୩।୫: କରୋନା ସଂକ୍ରମିତ ସଂଖ୍ୟା ଅନୁସାରେ ସ୍ପେନ୍‌ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୬୯ ହଜାର ୫୨୦ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ୯୨୦ ରହିଛି। ସ୍ପେନ୍‌ର ଜଣେ ୧୩୩ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ହେଉଛନ୍ତି ମାରିଆ ବ୍ରାନ୍‌ୟସ୍‌। ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ପରିବାର ସଦସ୍ୟ ଏନେଇ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ମାସରେ ତାଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମେ ପ୍ରଥମ ସପ୍ତାହରେ ସେ ସୁସ୍ଥ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ଏବେ ସେ ଘରକୁ ଫେରିଛନ୍ତି। ମାରିଆଙ୍କର ୩ ସନ୍ତାନ ଏବଂ ୧୧ ଜଣ ନାତି ନାତୁଣୀ ଅଛନ୍ତି। ଏହା ପୂର୍ବରୁ ସ୍ପେନ୍‌ର ୧୦୭ ବର୍ଷ ବୟସ୍କା ବୃଦ୍ଧା ଏନା ଡେଲ୍‌ କରୋନାକୁ ହରାଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ...

ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ...

କଫି କପ୍‌ରେ ପରିସ୍ରା କଲେ ଏମ୍‌ପି, ଅନ୍‌ଲାଇନ୍‌ ମିଟିଂରେ ପଡ଼ିଲେ ଧରା

ଟରୋଣ୍ଟୋ,୩୦ା୫: କାନାଡାରେ ଏକ ହାଇଲେବଲ ମିଟିଂ ଚାଲୁଥିବା ସମୟରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ପି ଅନ୍‌ଲାଇନ୍‌...

ଆଜି ନେପାଳ ପାର୍ଲାମେଣ୍ଟ ନିର୍ବାଚନ

କାଠମାଣ୍ଡୁ,୨୦।୧୧(ପି.ଟି.): ନେପାଳ ପାର୍ଲାମେଣ୍ଟ ଏବଂ ପ୍ରାଦେଶିକ ବିଧାନସଭାଗୁଡ଼ିକ ଲାଗି ରବିବାର ଭୋଟଗ୍ରହଣ ହେବ। ଶାସକ ନେପାଳୀ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ଆଶା କରାଯାଉଥିଲେ...

ଚାଇନା ହାତମୁଠାରେ ଇମ୍ରାନ ସରକାର

ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ...

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଯୁଦ୍ଧକାଳୀନ ଆଇନ ପ୍ରଣୟନ ପାଇଁ ଜିନପିଙ୍ଗ ସରକାରଙ୍କୁ ପିଏଲଏର ଆହ୍ବାନ…

ବେଜିଂ,୧୧।୩ : ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ କମିନାହିଁ। ଏହି ସମୟରେ ଦେଶର ସାର୍ବଭୌମତ୍ୱ ତଥା ଜାତୀୟ ସ୍ବାର୍ଥ ରକ୍ଷା...

ଆର୍ଥିକ ସଙ୍କଟ ମଧ୍ୟରେ ଲୋକଙ୍କୁ ଚା’ ପିଆଇଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୨୦ ।୬: ଶ୍ରୀଲଙ୍କାରେ ବେଳକୁ ବେଳ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ଲୋକେ ଖାଦ୍ୟ ପାଇଁ ଏକ ପ୍ରକାର ସଂଗ୍ରାମ କରୁଛନ୍ତି କହିଲେ ଚଳେ...

Advertisement
Archives

Model This Week