Posted inରାଜ୍ୟ

କରୋନାକୁ ନେଇ ଆରମ୍ଭ ହେଲାଣି ବୟାନବାଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ କିଛିଦିନ ହେବ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। କରୋନା ଏବେ ରାଜନୈତିକ ଲଢ଼େଇର ମୁଖ୍ୟ ଅସ୍ତ୍ର ପାଲଟିବାରେ ଲାଗିଛି। ଏହାର ମୁକାବିଲା ଲାଗି କେନ୍ଦ୍ର ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି ବୋଲି ଭାଜପା କହିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ ପାଳି ପ୍ରଥମ ବର୍ଷ ପୂରଣ ହୋଇଥିବା ବେଳେ ଏହି ସମୟ ମଧ୍ୟରେ କେନ୍ଦ୍ର କ’ଣ କରିଛି ସେନେଇ ଭାଜପା ପକ୍ଷରୁ ଭର୍ଚୁଆଲ ରାଲି କରାଯିବ ବୋଲି ଭାଜପା ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଆସନ୍ତା ୨୮ ତାରିଖରେ କଂଗ୍ରେସ ଅନ୍‌ଲାଇନ୍‌ରେ ପ୍ରଚାର କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଭାଜପା ନେତା ପୃଥ୍ବିରାଜ ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ବର୍ଷକର କାର୍ଯ୍ୟକ୍ରମକୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଲୋକମାନଙ୍କ ପାଖରେ ପହଞ୍ଚାଯିବ। ଭର୍ଚୁଆଲ ରାଲି ମାଧ୍ୟମରେ ଦେଶର ୧୦କୋଟି ଲୋକଙ୍କୁ ଉକ୍ତ ପ୍ରଚାର କାର୍ଯ୍ୟରେ ଯୋଡ଼ାଯିବ। ଭର୍ଚୁଆଲ ରାଲି, ମିଟିଂ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଯିବ। ରାଜ୍ୟର ବିଭିନ୍ନ ବିପର୍ଯ୍ୟୟ ତଥା ଅସୁବିଧା ସମୟରେ ପ୍ରଧାନମନ୍ତ୍ରୀ ପାଖରେ ଠିଆ ହୋଇଛନ୍ତି। ବାତ୍ୟା ଏବଂ କରୋନା ସମୟରେ ପ୍ରଧାନମନ୍ତ୍ରୀ ତୁରନ୍ତ ସହଯୋଗର ହାତ ବଢ଼ାଇଛନ୍ତି ବୋଲି ପୃଥ୍ବିରାଜ କହିଛନ୍ତି। ସାଧାରଣ ଲୋକଙ୍କ ନିକଟରେ ସହାୟତା ରାଶି ଏବଂ ସାମଗ୍ରୀ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କେନ୍ଦ୍ର କରିଛି। ବାତ୍ୟା ସମୀକ୍ଷାର ୨୪ଘଣ୍ଟା ମଧ୍ୟରେ ୫୦୦କୋଟି ଘୋଷଣା କରିଛନ୍ତି। ୨୦ କୋଟି ଟଙ୍କାର ଯୋଜନା ମଧ୍ୟ ପ୍ରବାସୀ ଶ୍ରମିକଙ୍କ ନିକଟରେ ପହଞ୍ଚାଯିବ। ରାଜ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ କେନ୍ଦ୍ର ଅର୍ଥରେ ଚାଲୁଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଯେଉଁ ଗୁରୁତ୍ୱର ସହ ସହାୟତା କରାଯାଇଛି ତାହା ଡିଜିଟାଲ ପ୍ଲାଟ୍‌ଫର୍ମରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସଂକ୍ରମଣ ରୋକିବା ଲାଗି ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।
ପିସିସି ସଭାପତି ନିରଞ୍ଜନ କହିଛନ୍ତି, ରାଜ୍ୟ ସରକାର କରୋନା ମୁକାବିଲା କରିବାରେ ବିଫଳ ହୋଇଛନ୍ତିି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ସାଧାରଣ ଲୋକ ଏବଂ ଶ୍ରମିକ କିପରି ହନ୍ତସନ୍ତ ହେଉଛନ୍ତି ତାହା ଲୋକଙ୍କୁ ଜଣାଯିବ। ସାମାଜିକ ଗଣମାଧ୍ୟମ ଜରିଆରେ ସବୁ ବିଷୟରେ କୁହାଯିବ। ଆସନ୍ତା ୨୮ ତାରିଖରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ୟାମ୍ପେନ କରାଯିବ। ସବୁ ତାଲା ଖୋଲି ସାରିଥିବା ବେଳେ ଗଣତନ୍ତ୍ରର ତାଲାକୁ ଲକ୍‌ଡାଉନ୍‌ କରି ରଖାଯାଇଛି। ରାଜ୍ୟରେ ପ୍ରବାସୀଙ୍କ ପାଇଁ ୭ଲକ୍ଷ ବେଡ୍‌ ରହିଥିବା ସରକାର କହୁଥିବା ବେଳେ ୩ ଲକ୍ଷ ଲୋକ ଆସିବା ପରେ ସରକାର ହାତ ଟେକି ଦେଇଥିବା ନିରଞ୍ଜନ କହିଛନ୍ତି। ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯିଏ ଯାହା ପ୍ରଚାର କରିବା କଥା କରନ୍ତୁ। ବର୍ତ୍ତମାନ ପ୍ରଚାର ସମୟ ନୁହେଁ ବରଂ ମିଳିମିଶି କାମ କରିବା କଥା। ସଂଘୀୟ ବ୍ୟବସ୍ଥାରେ ଆମର-ତାଙ୍କର କହିବା ଦୁର୍ଭାଗ୍ୟଜନକ। ଦୁର୍ବିପାକ ଏବଂ ରୋଗକୁ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି ବୋଲି ଦେବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri