କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍‌ଦାନ୍‌ର ସମ୍ପତ୍ତି

ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍‌ରେ ବେଶ୍‌ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍‌ ଅଲ୍ଲୀ ଖାନ୍‌, ସୋହା ଅଲ୍ଲୀ ଖାନ୍‌, କରୀନା କପୁର ଏବଂ ସାରା ଅଲ୍ଲୀ ଖାନ୍‌। ଏହି ସମସ୍ତ କଳାକାର ନିଜର ସୁନ୍ଦର ଅଭିନୟ ଦ୍ୱାରା ବଲିଉଡ୍‌ରେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ହେଲେ ପଟୌଦୀ ପରିବାରରେ ଏପରି ଜଣେ ସଦସ୍ୟ ରହିଛନ୍ତି ଯାହାଙ୍କର ବଲିଉଡ୍‌ ସହ କୌଣସି ସମ୍ପର୍କ ନାହିଁ। ସେ ହେଲେ ସୈଫ୍‌ଙ୍କ ଭଉଣୀ ତଥା କରୀନାଙ୍କ ସଣଦ ସବା ଅଲ୍ଲୀ ଖାନ୍‌। ସବା ସୈଫ୍‌ଙ୍କ ଠାରୁ ସାନ ହୋଇଥିବା ବେଳେ ସୋହାଙ୍କ ବଡ଼ ଭଉଣୀ। ସବା ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରେଇ ରହିଥାନ୍ତି। ତେଣୁ ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି। ପାରିବାରିକ ଉତ୍ସବ ବ୍ୟତିତ ତାଙ୍କୁ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଅଭିନୟ ଠାରୁ ଦୂରରେ ଥିବା ସବା ପେସାରେ ସବା ଜଣେ ଜୁଏଲାରି ଡିଜାଇନର। ୪୨ ବର୍ଷିୟା ସବା ଅବିବାହିତା। ବ୍ୟବସାୟ ବ୍ୟତୀତ ସେ କୋଟି କୋଟି ସମ୍ପତ୍ତିର ଦେଖାଶୁଣା କରୁଛନ୍ତି। ଔକାଫ-ଏ-ଶାହି ନାମକ ଏକ ସଂସ୍ଥା ଏହି ସମ୍ପତ୍ତିର ଦେଖାଶୁଣା କରୁଥିବା ବେଳେ ସବା ହେଉଛନ୍ତି ଏହି ସଂସ୍ଥାର ମୁଖ୍ୟ। ତେଶୁ ସବା ସମସ୍ତ ସମ୍ପତ୍ତିର ହିସାବ ରଖିଥାନ୍ତି। କାର୍ଯ୍ୟବ୍ୟସ୍ତତାରୁ ସମୟ ବାହାର କରିପାରୁ ନ ଥିବା ସବା ଭଉଣୀ-ଭାଇଙ୍କ ପରି ଚର୍ଚ୍ଚାରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌...

ମଡେଲଙ୍କ ୟୁପିଏସ୍‌ସି ସଫଳତା

ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍‌ସି ପରୀକ୍ଷାରେ...

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶିଳ୍ପା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇରେ ନଜର ଆସିଥିଲେ। ତେବେ ଏହି ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ସେ ବହୁତ ରାଗି ଯାଇଥିଲେ। କାରଣ ଫଟୋଗ୍ରାଫରଙ୍କ...

ବିବାଦକୁ ନେଇ ମୁହଁ ଖୋଲିଲେ କିଙ୍ଗ୍‌ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେସର୍ମ ରଙ୍ଗ’...

ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା...

୩୦୦ କୋଟି ଆୟ ପରେ ବି ସଞ୍ଜୁକୁ କାଟିପାରିଲାନି ‘ବ୍ରହ୍ମାସ୍ତ୍ର’

ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହା ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୧୭୩.୨୨ କୋଟି ଟଙ୍କା ଆୟ କରିଛି। ନେଗେଟିଭ୍‌...

ମେ’ ୮ରେ ଟାଇଗର ୩ର ଶୁଟିଂ ଆରମ୍ଭ କରିବେ ସଲମାନ-ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏଡ୍ରେନାଲାଇନ ପଂପିଙ୍ଗ ଆକ୍ସନ ସିକ୍ୱେଏନ୍ସ ଜରିଆରେ ଟାଇଗର ଫ୍ରାଞ୍ଚାଇଜରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଗଲେଣି। ଶାହାରୁଖ ଓ ସଲମାନ...

କରୋନାକୁ ହରାଇବା ପରେ ଫିଟ୍‌ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କରୋନା ତାଙ୍କୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗଦେଇଛି। ନିଜକୁ ପୁଣିଥରେ...

Advertisement
Archives

Model This Week