Posted inଖେଳ

କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆଠାରୁ ମାନ୍ୟତା ପ୍ରତ୍ୟାହାର କଲା ଆଇଓଏ

ନୂଆଦିଲ୍ଲୀ,୮।୧(ପି.ଟି.)- ସମ୍ବିଧାନ ଓ ନିୟମ ଉଲ୍ଲଂଘନ ଅଭିଯୋଗରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କେଏଆଇ)ଠାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମାନ୍ୟତା ପ୍ରତ୍ୟାହାର କରିଛି। ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ଆଇଓଏ ଏ ନେଇ ନିଷ୍ପତ୍ତି ନେଇଥିଲା। ତେବେ ଗତ ସୋମବାର ବିଶ୍ୱ କରାଟେ ଫେଡେରେଶନ (ଡବ୍ଲ୍ୟୁକେଏଫ୍‌)କୁ ଆଇଓଏ ମାମଲା ପ୍ରତ୍ୟାହାର ନେଇ ଔପଚାରିକ ଭାବେ ଚିଠି ପଠାଇଛି। ୨୦୧୭ ଅଗଷ୍ଟ ୮ ତାରିଖରେ ଆଇଓଏ କେଏଆଇକୁ ମାନ୍ୟତା ପ୍ରଦାନ କରିଥିଲା। ତେବେ ଏହାପୂର୍ବରୁ କେଏଆଇକୁ କାର୍ଯ୍ୟକାରୀ କାଉନସିଲ ତଥା ସାଧାରଣ ସଭାର ରାଟିଫିକେଶନ ବା ଅନୁସମର୍ଥନ କରିବାର ସର୍ତ୍ତ ରଖାଯାଇଥିଲା। ତେବେ ଏହା ଏପର୍ଯ୍ୟନ୍ତ ହୋଇପାରି ନ ଥିଲା। ଗତ ଦୁଇ ବର୍ଷ ମଧ୍ୟରେ କେଆଇଏ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା ବୋଲି ଆଇଓଏ ଏହି ଚିଠିରେ ଉଲ୍ଲେଖ କରିଛି।
ବୈଠକରେ ମଧ୍ୟ କେଏଆଇ ଆଇଓଏ ସମ୍ବିଧାନ ଓ ନିୟମର ଉଲ୍ଲଂଘନ କରିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ଭାରତରେ ଅଲିମ୍ପିକ୍‌ ଆନ୍ଦୋଳନକୁ ସମର୍ଥନ କରୁନାହିଁ ବୋଲି କୁହାଯାଇଥିଲା। ଫଳରେ ଶେଷରେ କେଏଆଇଠାରୁ ମାନ୍ୟତା ପ୍ରତ୍ୟାହାର କରବାକୁ ହେଲା ବୋଲି ଆଇଓଏ ଚିଠିରେ ସ୍ପଷ୍ଟ କରିଛି।
ଫେଡେରେଶନର ପଦାଧିକାରୀମାନଙ୍କ କାର୍ଯ୍ୟକାଳ ପୂରା ହୋଇଥିବାରୁ ୨୦୧୮ ଡିସେମ୍ବରରେ ଆଇଓଏ ୧୨୦ ଦିନ ମଧ୍ୟରେ କେଏଆଇର ନିର୍ବାଚନ କରିବାକୁ ଏକ ୩ ଜଣିଆ ଆଡହକ୍‌ କମିଟି ଗଠନ କରିଥିଲା। ତେବେ ଏଥିରେ ବିଳମ୍ବ ହୋଇଥିଲା। ଆଇଓଏର ଆଡହକ୍‌ କମିଟି ଗଠନ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ପ୍ରତ୍ୟାହର କରାଯାଇଥିଲା। ଏହାପରେ କେଏଆଇ ଅବଶ୍ୟ ନିର୍ବାଚନ କରାଇଥିଲା। ତେବେ ଆଡହକ୍‌ କମିଟିର ତତ୍ତ୍ୱାବଧାନରେ ଏହା ହୋଇ ନ ଥିଲା। ଲିଖା ତାରାଙ୍କୁ ସଭାପତି ଓ ଆମ୍ବେଦକର ଗୁପ୍ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲା। ଆଲୋଚନ ପାଇଁ ଏହି ଦୁହିଁଙ୍କୁ ଆଇଓଏ ଡାକିଥିଲେ ମଧ୍ୟ ଏମାନେ ଆସି ନ ଥିଲେ। ଏହାପରେ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତି ପାଇଁ ନବ ନିର୍ବାଚିତ ଅଧିକାରୀଙ୍କୁ ଗତ ଡିସେମ୍ବର ୨୭ ତାରିଖରେ ଅନୁଷ୍ଠିତ ବୈଠକକୁ ଡକାଯାଇଥିଲା। ତେବେ ସେମାନେ ଆସି ନ ଥିଲେ। ଫଳରେ ଶେଷରେ ଆଇଓଏ ଏହି ଚରମ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚହରଙ୍କୁ ପ୍ରଶଂସାରେ ପୋତିଦେଲେ ଉଭଣୀ

ନୂଆଦିଲ୍ଲୀ,୨୨।୭: ସ୍ବିଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂକୁ ଟିମ ଇଣ୍ଡିଆକୁ ଜିତାଇଥିଲେ। ଏହି ମ୍ୟାଚ୍‌ରେ ଦୀପକ...

ଶରନ-ଏର୍ଲିଚଙ୍କ ବିଦାୟ

ଲସ୍‌ କାବୋସ(ମେକ୍ସିକୋ),୩।୮(ପି.ଟି.)- ଭାରତର ଡିଭିଜ ଶରନ ଓ ତାଙ୍କ ସାଥୀ ଜୋନାଥନ ଏର୍ଲିଚ ଏଠାରେ ଚାଲିଥିବା ଏଟିପି ୨୫୦ ଲସ୍‌ କାବୋସ ଟେନିସ ଟୁର୍ନାମେଣ୍ଟର ପୁରୁଷ...

ଭାରତକୁ ପ୍ରଥମ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ଥିଲା ଏହି ଖେଳାଳିଙ୍କ ବଡ ହାତ

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୬୯ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ...

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ...

ପଡିଆରେ ଧୋନୀଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ଖେଳାଳି

ଦୁବାଇ,୧୫।୯: ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ ଜିତିବାର କୌଶଳ ଶିଖିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର। ଚାପର ସମ୍ମୁଖୀନ ହୋଇଥିଲେ ମଧ୍ୟ ଧୋନୀ ଶାନ୍ତ...

ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି: ଅନ୍ତର୍ଜାତୀୟ ଦିନିକିଆରେ ଇଫ୍‌ତିଖର ଅହମ୍ମଦଙ୍କ ପ୍ରଥମ ୫ଉଇକେଟ ସଫଳତା ଏବଂ ବାବର ଆଜାମଙ୍କ ଆକର୍ଷଣୀୟ ଅପରାଜିତ ୭୭ରନ ସହାୟତାରେ ପାକିସ୍ତାନ ଏଠାରେ ରବିବାର ଅନୁଷ୍ଠିତ...

ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ: ଶ୍ରୀନିବାସନ

ନୂଆଦିଲ୍ଲୀ, ୩।୮(ପି.ଟି.): ସୁରେଶ ରାଇନା ମୋ ପୁଅ ଭଳି। ତେବେ ମୁଁ ତାଙ୍କ ମାଲିକ ନୁହେଁ। ଏକଥା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମାଲିକ...

ବୋଲରଙ୍କୁ ପ୍ରଥମେ ନିୟନ୍ତ୍ରଣ କରୁୁଥିଲେ ଧୋନୀ

ନୂଆଦିଲ୍ଲୀ, ୨୯ା୬ (ପି.ଟି.)-ଭାରତର ପୂର୍ବତନ ପେସ୍‌ ବୋଲର ଇର୍ଫାନ ପଠାନ ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଏକ ନୂଆ କଥା...

Advertisement
Ten Cric Info


Archives

Model This Week