କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’: ଏବେଠୁ ‘ଆମ ପୋଲିସ-ଆମ ସୁରକ୍ଷା’

ଭୁବନେଶ୍ୱର,୨।୧(ବ୍ୟୁରୋ): କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଓଏସ୍‌ଏସ୍‌ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରାଯାଉଛି। ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଘୋଷଣା କରିଛନ୍ତି। କମିଶନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳି ପୋଲିସ ସେବା ଭବନ ନାମରେ ନାମିତ ହେବ ବୋଲି ସେ କହିଛନ୍ତି। ଏଥିସହ ଆଗାମୀ ଦିନରେ ପୋଲିସକୁ ୩ଟି ମନ୍ତ୍ର ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା ସହକାରେ କାମ କରିବାକୁ ହେବ। ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ ପୋଲିସ ଅଧିକ ଯତ୍ନବାନ ମଧ୍ୟ ହେବ। କଟକ-ଭୁବନେଶ୍ୱରରେ ପ୍ରଭାବୀ ସିସିଟିଭି ବ୍ୟବସ୍ଥା କରାଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ଫେସିଆଲ ରେକଗ୍‌ନାଇଜେଶନ ବ୍ୟବସ୍ଥା କରାଯିବ। ଆଉ ପୋଲିସ ଉଇ କେୟାର ଉଇ ଡେୟାର ନୁହେଁ, ଏବେ ‘ଆମ ପୋଲିସ-ଆମ ସୁରକ୍ଷା’ ଭାବେ ବୋଲି ପରିଚିତ ହେବ। ଏହାଛଡ଼ା ଟ୍ରାଫିକ୍‌ ସମସ୍ୟା ଦୂର ହେବା ସହ ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁଧାଂଶୁ କହିଛନ୍ତି।

ସେହିଭଳି ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି, ଦ୍ୱୈତନଗରୀରେ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା ହେବ। ତ୍ୱରିତ ଓ ସମନ୍ବିତ କାର୍ଯ୍ୟ ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କଠିନ ପରିଶ୍ରମ କରି ପୋଲିସ ଲୋକଙ୍କୁ ସେବା ଯୋଗାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରୁ ୧୮୨ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୭୬

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୩୮ ସ୍ଥାନୀୟ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଅପହୃତ ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ କେରଳରୁ ଉଦ୍ଧାର...

ଭୁବନେଶ୍ୱରରେ ହୋମ୍‌ ଡେଲିଭରି କରିବେ ୨୮ ଷ୍ଟୋର୍‌

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଭୁବନେଶ୍ୱରର ଲୋକଙ୍କ ଘରେ ପହଞ୍ଚତ୍ବ ଅତ୍ୟାବଶ୍ୟକ ସାମଗ୍ରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥ ହୋଇଥିବାବେଳେ ରିଲାଏନ୍ସ ଫ୍ରେଶ, ବିଗ୍‌ ବଜାର, ବିଶାଲ...

ଭୁବନେଶ୍ୱର ଆର୍‌ଟିଓ-୧ର ୩ ଜଣଙ୍କୁ କରୋନା

କଟକ ଅଫିସ: ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ର ତିନି ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା ଦେଇଛି।...

କଟକରେ ରଜ କଟକଣା: ଭିଡ଼ ଜଗିବ ୩ଟି ଟିମ୍‌

କଟକ ଅଫିସ,୧୩।୬: ଆସନ୍ତା ସୋମବାର ଏବଂ ମଙ୍ଗଳବାର ରଜ ଯୋଗୁ ବଜାର ଭିଡ଼ ରହିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରଜ ଖେଳିବା ପାଇଁ ପ୍ରସ୍ତୁତି...

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ...

‘ମୁଁ ସଫେଇବାଲା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ପରିଚ୍ଛନ୍ନତା ଏକ ମାନସିକତା। ଆସନ୍ତୁ ଶପଥ ନେବା, ନିଜ ପରିବେଶ ଓ ସହରକୁ ସଫାସୁତୁରା ରଖିବା। ସ୍ବଚ୍ଛତାରେ ସାମୂହିକ ପରିବର୍ତ୍ତନ ଆଣିବା ଲାଗି...

ଚାଷୀଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୨୯।୩: ବରଗଡ଼ ଜିଲା ଟାଉନ ଥାନା ଅଧୀନ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

Advertisement
Archives

Model This Week