କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି।
ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର ଚିନ୍ତା ବଢିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିରେ ଲାଗି ପଡନ୍ତି। ହେଲେ ଆପଣ ଜାଣନ୍ତି କି ବର୍ତ୍ତମାନ ମୋଟାପଣ ବା ମେଦବହୁଳତା ପିଲାଙ୍କଠାରେ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ପିଲାଙ୍କୁ ସ୍ଲିମ୍‌ ଫିଟ୍‌ ରଖିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ….

ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ଏଥିରେ ଥିବା ତେଲ, ମସଲା, ମଇଦା ଇତ୍ୟାଦି ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ।
ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍‌ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍‌ ଲାଗି ନ ଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍‌ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଖାଇବା ସମୟରେ ଟିଭି, ମୋବାଇଲ୍‌ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଅଧିକ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍‌କୁରେ ଭଳି ବିଭିନ୍ନ ଚଟ୍‌ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହା କି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପିଲାଙ୍କୁ ଚକୋଲେଟ୍‌, ଆଇସ୍‌କ୍ରିମ୍‌, ବିଭିନ୍ନ ମିଠା ଏମିତି କି ସୁଜି ହାଲୁଆ, ଗାଜର ହାଲୁଆ ଭଳି ମିଠା ଖାଦ୍ୟ ଅଧିକ ଦିଅନ୍ତୁ ନାହିଁ। ଏହା ମଧ୍ୟ ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ ଏହାର ଉପଚାର…

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ପାଣିପାଗ ପରିବର୍ତ୍ତନ ଆମମାନଙ୍କର ଜୀବନଶୈଳୀ ଉପରେ ଅନେକାଂଶରେ ପ୍ରଭାବ ପକାଇଥାଏ। ତାହା ମଧ୍ୟରୁ...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର...

ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ...

ଦୀପ ଜାଳିବାକୁ ନେଇ ନିୟମ

ହିନ୍ଦୁଧର୍ମରେ ଦୀପ ଜାଳିବାକୁ ସକାରାତ୍ମକତା ତଥା ଶୁଭର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରତିଦିନ ପୂଜା କରିବାବେଳେ ଠାକୁରଙ୍କ ପାଖେ ଦୀପ ଜଳାଯାଇଥାଏ। ତେବେ ଏହି...

ଘରେ କରନ୍ତୁ ହେୟାର ଷ୍ଟ୍ରେଟ୍‌ନିଂ

ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର୍‌ ଷ୍ଟ୍ରେଟ୍‌ନିଂ କରାଇବାକୁ ଅନେକେ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତା’ଛଡ଼ା କୁଞ୍ଚୁକୁଞ୍ଚତ୍ଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ...

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି, ଖେଳନ୍ତୁ ଗଲ୍ଫ

ଲଗାତର ଗୋଲ୍ଫ ଖେଳୁଥିବା ଲୋକଙ୍କ ଜୀବନକାଳ ଦୀର୍ଘ ହେବା ସହ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ହ୍ରାସ ପାଇଥାଏ। ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ୍‌ରେ ପ୍ରକାଶିତ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…

ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ।...

କଳା କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସାମାନ୍ୟ ଉପାୟ

ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି।...

Advertisement
Archives

Model This Week