କବିସୂର୍ଯ୍ୟନଗର ବ୍ଲକ ପିଇଓ ନିଲମ୍ବିତ

ଛତ୍ରପୁର,୨ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଡି. ସନ୍ତୋଷ ପ୍ରଧାନଙ୍କୁ ଗଞ୍ଜାମ ଜିଲାପାଳ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ମଦ୍ୟପାନ କରି କବିସୂର୍ଯ୍ୟନଗର ବ୍ଲକ ପରିସରରେ ଗଣ୍ଡଗୋଳ କରିବା ଓ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ତାଙ୍କୁ ନିଳମ୍ବନ କରାଯାଇଛି। ନିଲମ୍ବନ ପରେ ସେ ସଦରମହକୁମା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ରିପୋର୍ଟ କରି କାର୍ଯ୍ୟଦିବସରେ ସେଠାରେ ଉପସ୍ଥାନ ଦର୍ଶାଇବେ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଚାକିରୀ ସର୍ତ୍ତାବଳୀ ଓଡିଶା ସର୍ଭିସ କୋଡ ୧୯୬୨ ରୁଲ୍‌ ୯୦ ଅନୁଯାୟୀ ତାଙ୍କର ମାସିକ ଦେୟ ନିର୍ଦ୍ଧାରଣ ପୂର୍ବକ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିସହ ତାଙ୍କ ବିରୋଧରେ ପୃଥକ୍‌ ପୃଥକ୍‌ ଡ୍ରାଫ୍‌ ଚାର୍ଜ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଦାଖଲ କରିବାକୁ କବିସୂର୍ଯ୍ୟନଗର ବିଡିଓ ଓ ସୋରଡା ବିଡିଓଙ୍କୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତିି। ସୂୂଚନାଯୋଗ୍ୟ, ପୂର୍ବରୁ ସେ ସୋରଡା ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୧୬ା୭(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗୁରୁବାର ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ...

ଆଇସିୟୁ, ଭେଣ୍ଟିଲେଟର ନାହିଁ

ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ଗଞ୍ଜାମରେ ନୂଆ ୧୨ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି

ଛତ୍ରପୁର,୧୯ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ହସ୍ପିଟାଲରେ ୧୨ ନୂଆ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ମିଳିଛି। ଏହି ଡାକ୍ତରମାନେ ବିଭିନ୍ନ ମେଡିକାଲ କଲେଜରୁ ନିକଟରେ ପିଜି ପାଶ୍‌ କରିବା...

ଯୌତୁକ ନିର୍ଯାତନା, ସ୍ବାମୀ ଅଟକ

ଗଞ୍ଜାମ,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି l ଏତଲା...

ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ ସମ୍ମାନିତ

ଓଡ଼ାପଡ଼ା,୨୯ା୨(ଡି.ଏନ.ଏ) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରଠାରେ ଥିବା ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓଡ଼ିଶା ଶାଖାର ଭୁବନେଶ୍ୱରଠାରେ ଆୟୋଜିତ ବାର୍ଷିକ ଉତ୍ସବ...

ତାମିଲନାଡ଼ୁରୁ ୨ଟି ଟ୍ରେନ୍‌ରେ ଫେରିବେ ପ୍ରବାସୀ

ବାରିପଦା ଅଫିସ,୨୫ା୫- ଲକ୍‌ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ...

ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୋନପୁର,୨୮।୯(ନି.ପ୍ର.) : ପବିତ୍ର ମହାଳୟା ତିଥିରେ ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ଆରମ୍ଭ...

ଲୁଟ୍‌ ଅପେକ୍ଷାରେ ୬ କଳାପଥର ଖାଦାନ

ଯାଜପୁର ଅଫିସ,୩।୯: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ୫ ହେକ୍ଟରରୁ ଊର୍ଦ୍ଧ୍ୱ ୬ କଳାପଥର ଖାଦାନ ଓ ଗୋଟିଏ...

Advertisement
Archives

Model This Week