କବିକସ୍ତୁରୀ ଫାଉଣ୍ଡେଶନର ବାର୍ଷିକୋତ୍ସବ: ‘ହାଡ଼ିବନ୍ଧୁ ପାଢ଼ୀ ଙ୍କୁ ବିଚାରକ ମଉଡ଼ମଣି ସମ୍ମାନ

କଣାସ,୧୬ା୧(ସ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ଅବସ୍ଥିତ କବିକସ୍ତୁରୀ ଫାଉଣ୍ଡେଶନର ସପ୍ତଦଶତମ ବାର୍ଷିକ ଉତ୍ସବ ବୁଧବାର ବିଜୟ ବିହାରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଦସ୍ୟ ନୀଳମଣି ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧିତ ସଭା ଆୟୋଜିତ ହୋଇଥିଲା। ଶିକ୍ଷାବିତ ବାସୁଦେବ ହରିଚନ୍ଦନଙ୍କ ସଭାପତିତ୍ୱରେ ସାମାଜିକ କର୍ମୀ ଶ୍ରୀକାନ୍ତ ପଟ୍ଟଯୋଶୀ, ଶିକ୍ଷାବିତ ବିଜୟ ପ୍ରଧାନ, ବ୍ୟଙ୍ଗକବି କାଶୀନାଥ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଉତ୍ତରକବାଟ, ସତ୍ୟବ୍ରତ ସାହୁ, ସାରଥୀ ଜେନା, ରଶ୍ମିତା ମିଶ୍ର, ଅନାଦି ଶ୍ରୀଚନ୍ଦନ, ନଟବର ବେହେରା ଓ ସାମ୍ବାଦିକ ହେମନ୍ତ ମହାରଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୁରୀ ଜିଲାର ଜଣାଶୁଣା ଗ୍ରାମ୍ୟ ବିବାଦର ବିଚାରକ ହାଡିବନ୍ଧୁ ପାଢ଼ୀଙ୍କର ୩୦ ବର୍ଷ ଧରି ସାମାଜିକ, ଗ୍ରାମ୍ୟ ବିବାଦ, ପାରିବାରିକ ସମସ୍ୟା ସମାଧାନରେ ନିଷ୍ଠା ପାଇଁ ‘ବିଚାରକ ମଉଡ଼ମଣି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଗୋପୀନାଥପୁର, କାଦୁଆ, ବଡାଲ, ଦୋଛିଆଁ ପଞ୍ଚାୟତର ୨୦ଜଣ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିବାସହ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସମୀର ସାମନ୍ତରାୟ ,ସୋନାଲି ସାହୁ ,ଆନନ୍ଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଝୁନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri