କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ ସମୟରେ ବିବାଦକୁ ଆସି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ଟ୍ରୋଲ ହେବାରେ ମଧ୍ୟ ଉର୍ବଶୀ ବହୁ ଆଗରେ। ଅନେକ ସମୟରେ ସେ କିଛି ନା କିଛି ଟୁଇଟ କରି ଆସିଥାଆନ୍ତି ଚର୍ଚ୍ଚାକୁ। ଥରେ କି ଦୁଇଥର ନୁହେଁ ବହୁବାର ସେ କଣ୍ଟେଣ୍ଟ କପି ପେଷ୍ଟ କରି ଟ୍ରୋଲ ହୋଇଥିବା ଦେଖାଯାଇଛି। କିଛିଦିନ ପୂର୍ବରୁ ଉର୍ବଶୀ ଜଣେ ବିଦେଶୀ ଲେଖକଙ୍କ କଣ୍ଟେଣ୍ଟ ଚୋରି କରିବାର ଅଭିଯୋଗ ଆସିଥିଲା। ଏହାର ସଫେଇ ଦେବାକୁ ଯାଇ ସେ କହିଥିଲେ ତାଙ୍କ ସୋସିଆଲ ମିଡିଆ ଟିମ୍‌ ଏପରି କରିଥାଇପାରନ୍ତି। ଏବେ କିନ୍ତୁ ଉର୍ବଶୀ ଆଉ ଏକ ନୂଆ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି। କରୋନା ଭାଇରସକୁ ହରାଇବାକୁ ନିଜ ଜୀବନକୁ ବାଜି ଲାଗାଇ ପୋଲିସମାନେ ଯେଭଳି ଦିନ ରାତି ସେମାନଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି ଏବେ ବଲିଉଡ୍‌ ସେଲିବ୍ରିଟିମାନେ ଟୁଇଟର ମାଧ୍ୟମରେ ସେମାନଙ୍କର ପ୍ରଶଂସା କରି ଚାଲିଛନ୍ତି। ନିକଟରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମୁମ୍ବାଇ ପୋଲିସର ଏକ ଭିଡିଓ ଶେୟାର କରି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ସେ ଲେଖିଥିଲେ, ବର୍ତ୍ତମାାନ ସମୟରେ ପୋଲିସକୁ ହୃଦୟରୁ ଧନ୍ୟବାଦ ଦେବାକଥା। ଯିଏ ନିଜ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ଦିନରାତି ଲୋକଙ୍କୁ ସାହାଯ୍ୟ କରୁଛି ସେ ହିଁ ଦେଶର ପ୍ରକୃତ ହିରୋ ବୋଲି ସିଦ୍ଧାର୍ଥ ଲେଖିଥିଲେ। ଏହାପରେ ଉର୍ବଶୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସିଦ୍ଧାର୍ଥଙ୍କର ବାର୍ତ୍ତାର ଅବିକଳ କପି ଇଂରାଜୀରେ କରାଯାଇଥିବାରୁ ପୁଣି ସୋସିଆଲ ମିଡିଆ ୟୁଜର୍ସ ଉର୍ବଶୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏମିତିକି କେହି କେହି ୟୁଜର୍ସ ଉର୍ବଶୀଙ୍କୁ ମୂର୍ଖ ବା ଅଶିକ୍ଷିତ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋ ଶେୟାର କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରାୟଙ୍କୁ କିଏବା ନ ଜାଣେ । ସେ ତାଙ୍କର ଦମ୍‌ଦାର ଅଭିନୟ ଏବଂ ଷ୍ଟାଇଲରେ ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି...

ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ...

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !

ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ...

ସିନେମା ପାଇଁ ଘର ବନ୍ଧା ପକାଇଥିଲେ ନିର୍ଦ୍ଦେଶକ!

ଫିଲ୍ମ‘ ଦ କଶ୍ମୀର ଫାଇଲ୍ସ’ ଏବେ ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିଲା। ଯାହାକୁ...

ଶହୀଦ ସେନାଙ୍କ ଉଦ୍ଦେଶ୍ୟରେ ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍‌ ସେଲିବ୍ରିଟି ଅକ୍ଷୟ...

ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର...

ସମିର ଓ୍ବାନଖେଡେ , ଶାହାରୁଖଙ୍କ ବିସ୍ମୟକର ଚାଟ ଆସିଲା ସାମ୍ନାକୁ

ମୁମ୍ବାଇ,୧୯।୫: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ମାମଲାରେ ଏନସିବିର ପୂର୍ବତନ ଅଧିକାରୀ ସମିର ଓ୍ବାନଖେଡେଙ୍କ ଉପରେ ଲାଞ୍ଚ ମାଗିବା ଅଭିଯୋଗ ରହିଛି।...

ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା...

Advertisement
Archives

Model This Week