Posted inଫୁରସତ

କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର

ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ ହେଲା ନାହିଁ ବୋଲି ବର ଉଠି ଚାଲିଯିବା ଖବର ଶୁଣିଲେ ଯେତିକି ହାସ୍ୟାସ୍ପଦ ସେତିକି ଆଶ୍ଚର୍ଯ୍ୟ ମଧ୍ୟ। ମାତ୍ର ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ନାଟକର ହାସନ ଜିଲାରେ। ୨୯ ବର୍ଷୀୟ ବର ବିଏନ୍‌ ରଘୁକୁମାର କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ଉଠି ଚାଲିଯାଇଥିବା କହିଛନ୍ତି ହାସନ୍‌ର ଏସ୍‌ପି ଶ୍ରୀନିବାସ ଗୌଡ଼ା।

ସେ କହିଛନ୍ତି, ରଘୁକୁମାର ଏବଂ ସଂଗୀତା ନାମ୍ନୀ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ପରିବାର ସହମତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାତ୍ର ସଂଗୀତା ବେଦୀରେ ପିନ୍ଧିଥିବା ଶାଢ଼ି ରଘୁକୁମାରଙ୍କ ମାତାପିତାଙ୍କ ପସନ୍ଦ ଆସି ନ ଥିଲା। ଶାଢ଼ି ଖରାପ ଦିଶୁଛି ବୋଲି କହିବା ସହ ଏହାକୁ ବଦଳାଇବାକୁ କହିଥିଲେ।

ଏହି ଛୋଟକଥାକୁ ନେଇ କଳିଝଗଡ଼ା ଆରମ୍ଭ ହେବା ସହ ସଂଗୀତାଙ୍କ ମାତାପିତା ଶାଢ଼ି ବଦଳାଇବାକୁ ରାଜି ହୋଇ ନ ଥିଲେ। ତେଣୁ ସେମାନେ ବିବାହ ବନ୍ଦ କରି ଦେଇଥିଲେ। ରଘୁକୁମାର ସେହିଦିନଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସନ୍ଧାନୀ ମୂଷା

ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଫଶି ଯାଇଥିବା ବ୍ୟକ୍ତି ହୁଅନ୍ତୁ ଅବା ବୋମାର ସନ୍ଧାନ, ଏସବୁରେ ଅନୁସନ୍ଧାନୀ କୁକୁରର ଥାଏ ବେଶ୍‌ ଗୁରତ୍ୱପୂର୍ଣ୍ଣ ଭୂମିକା। ତେବେ ‘ଅପୋପୋ’...

କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ...

ଫେସ୍‌ବୁକ୍‌ର ମାୟା

ଏ ମୋବାଇଲ୍‌ ଫୋନ୍‌ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ...

ଗାଁର ଲୋକସଂଖ୍ୟା ୨୭ : ଟାଇମ୍‌ ପାସ ପାଇଁ କରିଥାନ୍ତି ଏମିତି କାମ

ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ମାତ୍ର ୨୭ ଜଣ ଲୋକ ରହୁଛନ୍ତି। ଭାରି ଏକା ଏକା ଲାଗେ ଏଠାକାର...

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ...

୧୦୦ ଥର ନିର୍ବାଚନରେ ହାରି ରେକର୍ଡ କରିବାକୁ ଚାହାନ୍ତି ଏହି ବ୍ୟକ୍ତି, ପୁରା ଘଟଣା ଜାଣିଲେ…

ଆଗ୍ରା: ନିର୍ବାଚନ ଛୋଟ ହେଉ ଅଥବା ବଡ଼, ପ୍ରତ୍ୟେକ ପ୍ରାର୍ଥୀ ଏହାକୁ ଜିତିବାକୁ ଇଚ୍ଛା ରଖିଥାନ୍ତି। ଏଥିପାଇଁ ସେ ସବୁକିଛି କରନ୍ତି। ହେଲେ ଯଦି ଆମେ...

ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର

ବାରାଣସୀ,୧।୯: କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ...

ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା...

Advertisement
Archives

Model This Week