କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ : କାର୍ଯ୍ୟକ୍ଷମ ହେଲା ଶିଶୁ ଆଇସିୟୁ

ଫୁଲବାଣୀ ଅଫିସ,୨ା୮- କନ୍ଧମାଳ ଜିଲାବାସୀଙ୍କ ପାଇଁ ଖୁସି ଖବର। ଏଣିକି ଗୁରୁତର ଶିଶୁଙ୍କୁ ଆଉ ଚିକିତ୍ସା ପାଇଁ କଟକ କିମ୍ବା ବ୍ରହ୍ମପୁର ନେବାକୁ ପଡିବ ନାହିଁ। ଜନ୍ମ ବେଳେ ଓ ପରେ ଗୁରୁତର ହୋଇପଡୁଥିବା ଶିଶୁମାନଙ୍କୁ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁ ଆଇସିୟୁ ବା ପେଡିଆଟ୍ରିକ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ପିକୁ)ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ। ଗୁରୁବାର ଏହି ନୂତନ ଶିଶୁ ଆଇସିୟୁକୁ କାର୍ଯ୍ୟକ୍ଷମ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମୀର କୁମାର ଦାସ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ମେଡିକାଲ) ମନୋରଞ୍ଜନ ରାଉତ ଏହି କକ୍ଷକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଶିଶୁ ଜରୁରୀକାଳୀନ ଚିକିତ୍ସା(ଇଟାଟ) ମଧ୍ୟ ଉଦ୍‌ଘାଟନ ହୋଇଛି। ଏସବୁ କକ୍ଷରେ ଆଧୁନିକ ଯନ୍ତ୍ରପାତି ରଖା ଯାଇଥିବା ବେଳେ ଅଭିଜ୍ଞ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଏହି ସୁବିଧା ମେଡିକାଲ କଲେଜଗୁଡିକରେ ଥିଲା। କନ୍ଧମାଳ ଜିଲାରେ ଅଧିକ ଶିଶୁ ମୃତ୍ୟୁହାରକୁ ଲକ୍ଷ କରି ଏହି ଶିଶୁ ଆଇସିୟୂ ଖୋଲା ଯାଇଛି। ଏଥିରେ ମୋଟ ୬ଟି ବେଡ ରଖା ଯାଇଛି। ପ୍ରତି ବେଡ ପିଛା ଜଣେ ଷ୍ଟାଫ ନର୍ସ ଏବଂ ୨ ଜଣ ଡାକ୍ତର ଏଠାରେ ସବୁବେଳେ ରହିବାକୁ ନିଷ୍ପତ୍ତି ହୋଇଛି। ଏହି ଆଇସିୟୁ ଖୋଲା ହେବା ଦ୍ୱାରା ଶିଶୁ ମୃତ୍ୟୁହାର କମିବ। ପଡୋଶୀ ବୌଦ୍ଧ ଜିଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଜିଲା ପ୍ରଜନନ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସିଲା ବାଇକ୍‌, ଯୁବକଙ୍କ ଜୀବନ ଗଲା

ବାଲିଗୁଡ଼ା,୨ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ରେ ପିଟିହୋଇ ଜଣେ ମୋଟରସାଇକେଲ...

ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍‌ ଟେଷ୍ଟ

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି...

ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ...

ପରୀକ୍ଷା ହଲ୍‌ରେ ଛାତ୍ରଙ୍କ ଜୀବନ ଗଲା

ବଣାଇ, ୨୫।୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଗଡ଼ ମହାବିଦ୍ୟାଳୟ ପରୀକ୍ଷା ହଲ୍‌ରେ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏମ୍‌ଡି ଅର୍‌ବାଜ(୧୮)। ତାଙ୍କ ଘର...

ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ବାରଙ୍ଗ,୨୭।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ନନ୍ଦନକାନନ ଥାନା ଅଧିନସ୍ଥ ପଦାସାହି ଗ୍ରାମମୁଣ୍ଡରେ ସୋମବାର ସକାଳେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଢାଓ୍ବା ଗ୍ରାମର ସମୀର କାଣ୍ଡି ନାମକ ପରିବା ବ୍ୟବସାୟୀ...

ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ ନୀତିକାନ୍ତି

ପୁରୀ ଅଫିସ,୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି।...

ପ୍ରଭାତଙ୍କୁ ଶୌର୍ଯ୍ୟବୀର ପଦକ

କାକଟପୁର/ଅସ୍ତରଙ୍ଗ,୨୮ା୭(ଡି.ଏନ୍‌.ଏ.):କାକଟପୁର ବ୍ଲକ ଅର୍ନ୍ତଗତ ଅଶିଜଙ୍ଗା ଗ୍ରାମର ପ୍ରଭାତ କୁମାର ବେହେରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୌର୍ଯ୍ୟବୀର ପଦକ ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ସାମରିକ ବିଭାଗରେ...

ଦବିଲା ଫୁଲାଡ଼ି ଲୁହାପୋଲ : ଯାତାୟାତ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୭।୫- ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଶନିବାର ସନ୍ଧ୍ୟାରେ ହଠାତ୍‌ ଦବିଯାଇଛି। ଘଟଣା...

Advertisement
Archives

Model This Week