କନ୍ଧମାଳର ଗୌରବ: ପ୍ରଥମ ଫ୍ଲାଇଂ ଅଫିସର ହେଲେ ସାଇପ୍ରଣିତା

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଭଳି ପଛୁଆ ଜିଲାକୁ ସାରା ଦେଶରେ ପରିଚିତ କରାଇଛନ୍ତି ଅଞ୍ଚଳର ଜଣେ ଝିଅ। ଏହି ଜିଲାର ଝିଅ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଜିଲାରୁ ପ୍ରଥମ ଫ୍ଲାଇଂ ଅଫିସର ହୋଇ ଦେଶ, ରାଜ୍ୟ ଓ କନ୍ଧମାଳ ମାଟିକୁ ଗୌରବାନ୍ବିତ କରିଛନ୍ତି। ସେ ହେଲେ ଫୁଲବାଣୀ ସହର କେନ୍ଦୁପଦର ନାରାୟଣ ମହାନ୍ତି ଏବଂ ମିନତୀଙ୍କ ଝିଅ ସୁଶ୍ରୀ ସାଇପ୍ରଣିତା।
ସାଇପ୍ରଣିତା କନ୍ଧମାଳରୁ ପ୍ରାଥମିକ ଶିକ୍ଷା ପରେ ୨୦୧୭ରେ ଇନ୍ଦିରା ଗାନ୍ଧୀ ଅଟୋନୋମିକ ରିସର୍ଚ୍ଚ ସେଣ୍ଟରରେ ଯୋଗଦେଇ ପଦାର୍ଥ ବିଜ୍ଞାନ(ଫିଜିକ୍ସ)ରେ ପିଏଚ୍‌ଡି କରୁଥିଲେ। ପିଲାଦିନରୁ ବାୟୁସେନାରେ ଯୋଗଦେବାକୁ ଆଗ୍ରହ ଥିବାରୁ ଏହା ତାଙ୍କୁ ପ୍ରତିରକ୍ଷା କ୍ଷେତ୍ରକୁ ଫେରାଇ ଆଣିଥିଲା। ୨୦୧୯ ଜୁନ୍‌ରେ ସେ ବାୟୁସେନା ଏକାଡେମୀରେ ଯୋଗ ଦେଇଥିଲେ। ୨୦୨୦ ଜୁନ ୨୦ରେ ସେ ଏହି ଏକାଡେମିରୁ ଫ୍ଲାଇଙ୍ଗ୍‌ ଅଫିସର ଭାବେ ଯୋଗ୍ୟ ବିବେଚିତ ହୋଇ ମେଟ୍ରୋଲୋଜି ଅଫିସର ଭାବେ ଗ୍ବାଲିଅରରେ ଯୋଗ ଦେଇଛନ୍ତି। ତାଙ୍କୁ ଗ୍ବାଲିଅର ବାୟୁସେନାରେ ପୋଷ୍ଟିଂ କରାଯାଇଛି। ୩ମାସ ପାଇଁ ଉକ୍ତ ବିଭାଗରେ କୋଏମ୍ବାଟୁରରେ ଟ୍ରେନିଂ ପାଇଁ ନିର୍ଦ୍ଦେଶ ପାଇଛନ୍ତି। ସାଇପ୍ରଣିତାଙ୍କ ଜେଜେ ପ୍ରକାଶ ମହାନ୍ତି ସ୍ଥଳସେନାର ଅବସର ପ୍ରାପ୍ତ ନାଏକ ଓ ଦାଦା ପରିକ୍ଷିତ ମହାନ୍ତି ଜଣେ ମେଜର। ଦାଦାଙ୍କ ବ୍ୟକ୍ତିତ୍ୱ ସହ ନିଜର ଚେଷ୍ଟା ଓ ଅଧ୍ୟୟନ ପ୍ରତି ଥିବା ପ୍ରବଳ ଆଗ୍ରହ ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri