କନ୍ତଳବାଇ ବାପ, ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଅଜୀବନ କାରାଦଣ୍ଡଦେଶ

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ ୨ୟ ଦିଲୀପ କୁମାର ବିଶ୍ୱାଳଙ୍କ କୋର୍ଟରେ ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି କନ୍ତଳବାଇ ଗଁାର ବାପ,ପୁଅଙ୍କ ହତ୍ୟା ଉଦ୍ୟମର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ କନ୍ତଳବାଇର ପଙ୍କଜ ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡଦେଶ ହୋଇଛି। ଦଫା ୩୦୨ରେ ଅଜୀବନ କାରାଦଣ୍ଡ ଓ ୧୦ ହଜାର ଜରିମାନା ରହିଛି। ଜରିମାନା ଅନାଦେୟ ବର୍ଷେ କାରଦଣ୍ଡ ଆଦେଶ ରହିଛି। ସେହିପରି ଦଫା ୩୨୩ ରେ ୬ମାସ କାରାଦଣ୍ଡ ୫୦୦ ଟଙ୍କା ଜରିମାନା ଆଦେଶ ରହିଛି। ଜରିମାନା ଅନାଦେୟ ପୁଣି ୨ମାସ ଜେଲ ଦଣ୍ଡ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୧୭ ସେପ୍ଟେମ୍ବର ୧୧ରେ ରାତି ପ୍ରାୟ ସାଢ଼େ ୯ଟାରେ କନ୍ତଳବାଇର ପଙ୍କଜ ମଦ ପିଇ ଉଲଗ୍ନ ହୋଇ ଗଁାଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗଁାର ପୂର୍ଣ୍ଣଚନ୍ଦ୍ର ନାୟକ ବୁଝାଶୁଝା କରି ପଙ୍କଜଙ୍କୁ ଘରେ ଛାଡିଥିଲେ। କିଛି ସମୟ ପରେ ପଙ୍କଜ ଘରୁ ଆସି ପୂର୍ଣ୍ଣଚନ୍ଦ୍ର କୁଆଡେ ଗଲା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଘର ବାରଣ୍ଡାରେ ବସିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ବାପା ଗାଜିଙ୍କୁ ଠେଙ୍ଗାରେ ମାରପିଟ୍‌ କରିଥିଲେ। ଗାଜି ଅଚେତ ହୋଇ ତଳେ ପଡି ଯାଇଥିଲେ। ପରେ ଭାଇ ଶେଷଦେବ ଘଟଣା ସ୍ଥଳେ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ମାରପିଟ୍‌ କରି ତଳେ ପକାଇ ଦେଲେ। ବାପ ଓ ପୁଅ ଅଚେତ ହୋଇ ପଡିଥିବାବେଳେ ମରିଗଲେ ଭାବି ସେମାନଙ୍କୁ ଆଉ ଆକ୍ରମଣ କରି ନ ଥିଲେ। ପରେ ଅଣ୍ଟାରୁ କଟୁରୀ କାଢ଼ି କହିଥିଲେ ମୋ ପାଖକୁ କେହି ଆସନି, ଆସିଲେ ୨ଜଣଙ୍କ ପରି ଅନ୍ୟମାନଙ୍କୁ ହତ୍ୟା କରି ଫୋପାଡି ଦେବି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ଦଫା ୨୯୪, ୩୨୩, ୩୨୪, ୩୦୭, ୫୦୬ ଆଇପିସିରେ ନଂ. ୩୨୪/୧୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ଟାଙ୍ଗୀ ଥାନା ପୋଲିସ କନ୍ତଳବାଇର ପଙ୍କଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ପଙ୍କଜ ଜେଲରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଅନିଲ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?