Posted inଫୁରସତ

କଦଳୀରେ କାରିଗରି

କଦଳୀ କେବଳ ଖାଇବା ପାଇଁ ନୁହେଁ ଏଥିରେ ସୁନ୍ଦର କଳାକୃତି ବି କରାଯାଇପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଫିଲିପାଇନ୍ସର ଗ୍ରାଫିକ ଡିଜାଇନର୍‌ ହନି। ସେ ନିଜର ଅବସର ସମୟରେ କଦଳୀ ଉପରେ କରନ୍ତି ବିଭିନ୍ନ ଅର୍ଗାନିକ୍‌ ଓ୍ବାର୍କ ବା ସୁନ୍ଦର ଚିତ୍ର। ସେ ପୁଣି ଏକ ସାଧାରଣ ସେଫ୍ଟି ପିନ୍‌ ସାହାଯ୍ୟରେ। ମର୍ସିଡିଜ୍‌ ବେଞ୍ଜ, ସେଇକୋ, ୟାମାହା, ତାକାମାଇନ୍‌, କାରୋ, ଭଲ୍‌ଭୋ ପରି କମ୍ପାନୀରେ ହନି କାମ କରିଛନ୍ତି। ତେବେ ଏହାପୂର୍ବରୁ ହିଁ ସେ ଥିଲେ ବେଶ୍‌ ସୃଜନଶୀଳ। ସେ ସବୁବେଳେ ନିଜର ସୃଜନଶୀଳତାକୁ ବଢାଇବା ପାଇଁ ପ୍ରୟାସ କରି ଆସିଛନ୍ତି। ସେ କହନ୍ତି, ‘ମୁଁ ଯେତେବେଳେ କମ୍ପ୍ୟୁଟର ସାମ୍ନାରେ ନ ଥାଏ କିଛି ନା କିଛି ସୃଜନଶୀଳ କାମ କରିବାକୁ ଭଲ ପାଏ। ଖାସ୍‌କରି ଫଳରେ ଅନେକ କାରିଗରି କରେ। ତେବେ କଦଳୀରେ ବିଭିନ୍ନ କାରିଗରି କରିବାକୁ ମତେ ବେଶି ଭଲ ଲାଗିଥାଏ। ମୁଁ କଦଳୀର ଚୋପା ଉପରେ ସେଫ୍ଟିପିନ୍‌ ଫୋଡି ଫୋଡି ଚିତ୍ର କରିଥାଏ। ବାୟୁ ସଂସ୍ପର୍ଶରେ ଆସି ସେଗୁଡିକ କଳା ପଡି ଏକ ସୁନ୍ଦର ପେଣ୍ଟିଂ ପରି ଦେଖାଯାଏ। ଗୋଟିଏ ଚିତ୍ର କରିବାକୁ ମତେ ଦେଢରୁ ଦୁଇ ଘଣ୍ଟା ସମୟ ଲାଗିଥାଏ। ତା’ପରେ ଏହାର ଫଟୋ ଉଠାଏ। ଆଉ ପରେ କଦଳୀକୁ ଖାଇଦିଏ। ଏଥିରୁ ମତେ ବେଶ୍‌ ଆନନ୍ଦ ମିଳିଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri