କଣ୍ଟେନମେଣ୍ଟ ଜୋନ୍‌ ବିନା ସବୁଠି ଖୋଲିପାରିବ ଅଫିସ, ଗ୍ରୀନ ଜୋନ୍‌ରେ କୌଣସି କଟକଣା ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ, ରେଡ, ଅରେଞ୍ଜ, ଗ୍ରୀନ ଜୋନ କରାଯିବା ପରେ ସେଥିରେ କିଛି କଟକଣା ମଧ୍ୟ ଲଗାଯାଇଛି। ସମ୍ପ୍ରତି ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅର୍ଥନୈତିକ କାରବାରକୁ ସ୍ବାଭାବିକ କରିବା ଲାଗି ବିଭିନ୍ନ କଟକଣା କୋହଳ କରାଯାଇଛି। ତେବେ ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ସଚିବ ସଞ୍ଜୟ ସିଂହ। ସେ କହିଛନ୍ତି, କଣ୍ଟେନମେଣ୍ଟ ଜୋନରେ କୌଣସି କାର୍ଯ୍ୟକଳାପ କରାଯାଇପାରିବ ନାହିଁ। ସେଠାରେ ଅଫିସ ଥିଲେ ତାହା ଖୋଲିପାରିବ ନାହିଁ। ହେଲେ ଯଦି କୌଣସି ବେସରକାରୀ ଅଫିସ ରେଡ୍‌ ଜୋନ୍‌ରେ ରହିଛି ମାତ୍ର ତାହା କଣ୍ଟେନମେଣ୍ଟ ଜୋନ୍‌ରେ ନାହିଁ, ତେବେ ତାହା ଖୋଲିପାରିବ। ହେଲେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି। ସେଇଟି ହେଲା ଅଫିସଗୁଡ଼ିକ ୩୩% କର୍ମଚାରୀରେ ଖୋଲିପାରିବ। ଅଫିସ ଅରେଞ୍ଜ କିମ୍ବା ଗ୍ରିନ୍‌ ଜୋନ୍‌ରେ ରହିଥିଲେ, ତାହା ଖୋଲିବାରେ କୌଣସି କଟକଣା ନାହିଁ। ରେଡ ଜୋନ୍‌ରେ ଅଫିସ ଖୋଲାଯାଇପାରିବ। ହେଲେ କର୍ମଚାରୀଙ୍କ ସୁବିଧା ଦୃଷ୍ଟିରୁ ପରିଚୟପତ୍ର ଦିଆଗଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଖାଦ୍ୟ ବିପଦ ଡାକୁଛି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ରାଜ୍ୟରେ ସବୁ ଖୋଲି ଦିଆଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ରାସ୍ତାକଡ଼ ଠେଲା ଜଳଖିଆ...

କୋଟାରୁ ଆସିଥିବା ପିଲାଙ୍କୁ ଯାଞ୍ଚ ପରେ ପଠାଗଲା କ୍ୱାରାଣ୍ଟାଇନ୍‌ରେ

ଶାହଜହାଁପୁର,୨୩।୪: ଉତ୍ତରପ୍ରଦେଶରେ ରାଜସ୍ଥାନ କୋଟାରୁ ଫେରିଥିବା ସମସ୍ତ ପିଲାଙ୍କ ରାପିଡ୍‌ ଟେଷ୍ଟ କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। କୋଟାରୁ ଉତ୍ତରପ୍ରଦେଶର ସହାରାନପୁରକୁ ଆସିଥିବା...

୪ ହଜାର ମାସ୍କ ବାଣ୍ଟିଲେ, ଲୋକଙ୍କୁ ସଚେତନ କଲେ

ପୁରୁଣା ଭୁବନେଶ୍ୱର, ୨୧ା୩ (ଡି.ଏନ.ଏ.): କରୋନା ଭୂତାଣୁଠାରୁ ଦୂରେଇ ରହିବାକୁ ଆବଶ୍ୟକ ସଚେତନ ପ୍ରଶାସନିକ ସ୍ତରରେ ଚାଲିଛି। ଆବଶ୍ୟକତାକୁ ପୂରଣ ନେଇ ପ୍ରଶାସନ ସଙ୍ଗେ ବିଭିନ୍ନ...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: ପାସ୍‌ ହାର ୭୨.୩୩%

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ବିଜ୍ଞାନ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇଛି।...

ଲଘୁଚାପ ବିଳମ୍ବିତ: ୭ ଯାଏ ସ୍ବଳ୍ପ ବର୍ଷା, ୧୧ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବେ ଲଘୁଚାପ ଦାନା ବାନ୍ଧୁଛି। ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସମୁଦ୍ର ପତ୍ତନଠାରୁ ଟ୍ରପୋସ୍ପିୟର ମଧ୍ୟଭାଗ...

ଚିଲିକା ତଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା

କୃଷ୍ଣପ୍ରସାଦ,୨୧ା୧୧(ଡି.ଏନ୍‌.ଏ): ଶୀତ ପଡ଼ିଲେ ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକାର ପରିବେଶ ମୁଖରିତ ହୋଇଉଠେ। ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ। ଏବେ ଶୀତର ପ୍ରଭାବ ଧିରେ...

କରୋନା ସହିତ ଲଢ଼େଇ ପାଇଁ କୋଟିଏ ୨୪ ଲକ୍ଷ ଯୋଦ୍ଧା ପ୍ରସ୍ତୁତ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କରୋନା ସହିତ...

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ...

Advertisement
Archives

Model This Week