କଣ୍ଟେନମେଣ୍ଟ ଜୋନ୍‌ରେ ନଜର ରଖିବ ଡ୍ରୋନ୍‌

ଭଦ୍ରକ ଅଫିସ,୨୯ା୪

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ପୁଣି ୩ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୨ ଓ ଅନ୍ୟ ଜଣେ ବନ୍ତ ବ୍ଲକର ବୋଲି ଜଣାପଡ଼ିଛି। ଏହି ୩ଜଣ କୋଲକାତା ଫେରନ୍ତା ବୋଲି ପ୍ରଶାସନ ସୂଚନା ଦେଇଛି। ସଂକ୍ରମିତ ଚିହ୍ନଟ ହୋଇଥିବା ବାସୁଦେବପୁରର କିସ୍ମତକୃଷ୍ଣପୁର, ଚୂଡ଼ାମଣି ଓ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ୩ପଞ୍ଚାୟତର ସମସ୍ତ ପ୍ରବେଶ ପଥ ସିଲ୍‌ କରାଯିବା ସହ ପୋଲିସ ପହରା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଜିଲାରେ ପୂର୍ବରୁ ୧୮ଟି କଣ୍ଟେନମେଣ୍ଟ ଜୋନ୍‌ ରହିଥିଲା ବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚିଛି।
କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ନଜର ରଖିବା ପାଇଁ ଏଣିକି ଜିଲା ପ୍ରଶାସନ ପକ୍ଷରୁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯିବ। ଏନେଇ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ବୁଧବାରଠାରୁ ଡ୍ରୋନ୍‌ କ୍ୟାମେରା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଉଡ଼ି ଅମାନିଆଙ୍କ ଉପରେ ନଜର ରଖିବ। ପ୍ରଶାସନିକ ଗତିବିଧି, ଲୋକଙ୍କ ହାବଭାବ, ପୋଲିସର କାର୍ଯ୍ୟକଳାପ ସମେତ ଗାଁ ମାନଙ୍କରେ ସାମାଜିକ ଦୂରତ୍ୱ କିପରି ବଜାୟ ରଖାଯାଉଛି ଏ ସମସ୍ତ ବିଷୟ ଉପରେ କ୍ୟାମେରା ନଜର ରଖିବ। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ଟୁଇଟର୍‌ ଯୋଗେ ଏହି ସୂଚନା ଦେଇଛନ୍ତି।
ଯେଉଁସବୁ ଅଞ୍ଚଳରେ ବହିରାଗତମାନେ ଅଛନ୍ତି, ପ୍ରଶାସନ ସେହି ଅଞ୍ଚଳକୁ ସର୍ଭେଲାନ୍ସ ଜୋନ ଘୋଷଣା କରିଛି। ଜିଲାର ୩୨ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସର୍ଭେଲାନ୍ସ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ମଙ୍ଗଳବାର ଜିଲାପାଳ ଡ. ଦାସ ସୂଚନା ଦେଇଛନ୍ତି। ପ୍ରତି ପଞ୍ଚାୟତରେ ଅନୂ୍ୟନ ୧୦ରୁ ଊର୍ଦ୍ଧ୍ୱ କୋଲକାତା ଫେରନ୍ତା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସର୍ଭେଲାନ୍ସ ଜୋନ୍‌ ଅଧୀନରେ ଥିବା ସମସ୍ତ ପଞ୍ଚାୟତରେ ଘରକୁ ଘର ବୁଲି ସର୍ଭେ କରାଯାଇ ପଶ୍ଚିମବଙ୍ଗ(କୋଲକାତା) ଫେରନ୍ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ଅଙ୍ଗନୱାଡ଼ି ଓ ଆଶା କର୍ମୀମାନଙ୍କ ଦ୍ୱାରା ସର୍ଭେ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ୬୦ ଘଣ୍ଟିଆ ଶଟ୍‌ଡାଉନ ବେଳେ ଜିଲାର ସବୁ ବ୍ଲକରେ ସର୍ଭେଲାନ୍ସ କରାଯାଇ ପ୍ରାୟ ୧୩ ଶହ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ପ୍ରଶାସନର ତଥ୍ୟ ଅନୁଯାୟୀ, ଧାମନଗର ବ୍ଲକର ୧୩ଟି ପଞ୍ଚାୟତର ସର୍ବାଧିକ ୨୨୧ଜଣ, ତିହିଡ଼ି ବ୍ଲକର ୮ଟି ପଞ୍ଚାୟତର ୧୩୩, ଭଦ୍ରକ ବ୍ଲକର ୫ଟି ପଞ୍ଚାୟତର ୬୩, ବନ୍ତ ବ୍ଲକର ୨ଟି ପଞ୍ଚାୟତର ୨୪, ଚାନ୍ଦବାଲି ବ୍ଲକର ୨ଟି ପଞ୍ଚାୟତର ୨୨, ବାସୁଦେବପୁର ବ୍ଲକର ଗୋଟିଟି ପଞ୍ଚାୟତର ୧୮ ଏବଂ ଭଣ୍ଡାରିପୋଖରୀ ବ୍ଲକର ଗୋଟିଏ ପଞ୍ଚାୟତର ୧୦ ବହିରାଗତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri