କଣ୍ଟେନମେଣ୍ଟ ଜୋନ୍‌ରେ ଜିଲାପାଳଙ୍କ ଅଫିସ

ପୁରୀ ଅଫିସ,୧୮ା୬: କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧ ଅଞ୍ଚଳ)ରେ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ। ପୁରୀ କୋର୍ଟ ପରିସରର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ପ୍ରଶାସନ ପକ୍ଷରୁ ତ୍ୱରିତ୍ୱ ପଦକ୍ଷେପ ନିଆଯାଇଛି। ପୁରୀ କୋର୍ଟ ସମେତ ଏହାର ଆଖପାଖ କାର୍ଯ୍ୟାଳୟ ଏବଂ ଅଞ୍ଚଳକୁ ସାନିଟାଇଜ କରାଯାଇଛି। ଏଥିସହ ଜିଲାପାଳ ବଲୱନ୍ତ ସିଂ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଇଲେକ୍ଟ୍ରି ଅଫିସ ଛକଠାରୁ ଜିଲା ରେକର୍ଡ ରୁମ୍‌ ଶେଷ, ଜିଲା ରେକର୍ଡ ରୁମ୍‌ଠାରୁ ସମୁଦ୍ରକୂଳ ଥାନା ଛକ ପଛପାର୍ଶ୍ୱ, ସମୁଦ୍ରକୂଳ ଥାନା ଛକ ପଛ ପାର୍ଶ୍ୱରୁ ଜିଲା ସିଭିଲ କୋର୍ଟ ପଛପାର୍ଶ୍ୱ ଶେଷ ଏବଂ ସେଠାରୁ ତହସିଲ ଅଫିସ, ଡିଆର୍‌ଡିଏ ଅଫିସ ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଇଲେକ୍ଟ୍ରି ଅଫିସ ଛକକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଏହା ମଧ୍ୟରେ ଖୋଦ୍‌ ଜିଲାପାଳଙ୍କ ଅଫିସ ସହିତ ତହସିଲ, ଡିଆରଡିଏ ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ପୁରୀ କୋର୍ଟ ଆଦି ଅନେକ କାର୍ଯ୍ୟାଳୟ ରହିଛି।
ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜିଲା ସିଭିଲ କୋର୍ଟ ପରିସରର ଜଣେ ବ୍ୟକ୍ତି ମଙ୍ଗଳବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୧୧ରୁ ୧୫ ତାରିଖ ମଧ୍ୟରେ କୋର୍ଟରେ ହାଜର ହୋଇଥିବା ୩ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ରହିଛି। ଏତଦ୍‌ବ୍ୟତୀତ କୋର୍ଟକୁ ଆସୁଥିବା ଜଣେ ଆଇନଜୀବୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ତେଣୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ଏହି ଆବଦ୍ଧ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍‌, ବ୍ୟବସାୟିକ ପ୍ରତିଷ୍ଠାନ, କୋର୍ଟ ସବୁ ବନ୍ଦ ରହିବ। ଏହି ଅଞ୍ଚଳକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଏହି ଅଞ୍ଚଳରୁ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ବୁଧବାର ପୂର୍ବାହ୍ନ ୧୦ଟାରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି। ଏହି କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇବା ଲାଗି ପୁରୀ ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକାଧିକ ଟିମ୍‌ ଗଠନ କରାଯାଇଛି।
ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, କଣାସ ଓ ଗଡ଼ିିଶାଗଦାର ୨ ଅଭିଯୁକ୍ତଙ୍କର କରୋନା ପଜିଟିଭ ବାହାରିଛି। ସେହିପରି ଗତ ୧୩ ତାରିଖରେ ବ୍ରହ୍ମଗିରିର ଜଣେ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ଜଣେ ଆଇନଜୀବୀ ଓ ଜଣେ ମୋହରିର ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ମୋହରିରଙ୍କ ସହଧର୍ମିଣୀ କୋର୍ଟରେ କାମ କରନ୍ତି। ତେଣୁ ଏ ସବୁକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ୨/୩ ଦିନ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କାମ ବ୍ୟାପକ କରାଯିବ। ପଜିଟିଭ ଚିହ୍ନଟଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‌ ଟେଷ୍ଟ କରାଯିବ। କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଥିବା କାର୍ଯ୍ୟାଳୟଗୁଡ଼ିକର ଅଧିକାରୀ ଏବଂ କର୍ମଚାରୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଘରେ ରହି କାମ କରିବା ପାଇଁ କୁହାଯାଇଛି। ସିଡବ୍ଲ୍ୟୁସି ଅଫିସକୁ ମଧ୍ୟ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯିବ। ସେଠାକାର ଯେଉଁ କର୍ମଚାରୀ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତାଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ...

୭ ବର୍ଷ ପରେ ଖୁସିକୁ ମିଳିବ ସାଥୀ

ବାରଙ୍ଗ,୧୯।୬(ଡି.ଏନ୍‌.ଏ.): ନନ୍ଦନକାନନରେ ରହୁଥିବା ଜିରାଫ ‘ଖୁସି’ପାଇଁ ଏକ ସାଥୀ ଆସିବ। ୭ ବର୍ଷ ଧରି ଖୁସି ନିଃସଙ୍ଗ ଜୀବନ ବିତାଉଥିଲା। ଅଲିପୁର ଚଡ଼ିଆଖାନାରୁ ଖୁସି ପାଇଁ...

ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର...

୧୩ ନମୁନା ନେଗେଟିଭ

ତାଳଚେର,୧୨।୪(ନି.ପ୍ର.)- ତାଳଚେର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ପଠାଯାଇଥିବା ୧୩ ରକ୍ତ ନମୁନାର ରିପୋର୍ଟ ନେଗେଟିଭ ଆସିଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି। ଏହି...

କରଞ୍ଜିଆ ଆଇଟିଡିଏ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଠାକୁରମୁଣ୍ଡା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ରେ ସୋମବାର ବାରିପଦା ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଉପଖଣ୍ଡର ବିଭିନ୍ନ ସ୍ଥାନରେ ରବର ଚାଷ...

ବୁଗୁଡ଼ାରୁ ପୁରୀ ଗଲା ରଥ କାଠ

ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ...

ଖେଳୁଥିବା ବେଳେ ବାଲି ଧସି ଦୁଇ ନାବାଳକଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୯ା୬: କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତର ମାଗୁର ଗଣ୍ଡପାଟଣା ଗ୍ରାମରେ ବାଲି ଧସି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜିଲା...

ଟିକା ଯୋଗୁ ଝିଅଙ୍କ ମୃତ୍ୟୁ, ପିତା ଦାଖଲ କଲେ ୧,୦୦୦ କୋଟିର କ୍ଷତିପୂରଣ ପିଟିଶନ୍‌…

ମୁମ୍ବାଇ, ୨।୨ : ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ ପିତା ବମ୍ବେ ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। କରୋନା ଟିକାର ପାର୍ଶ୍ୱ...

Advertisement
Archives

Model This Week