Posted inରାଜ୍ୟ

କଣ୍ଟିଲୋ: ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ

ଖଣ୍ଡପଡ଼ା,୨୬ା୫(ସ୍ବ.ପ୍ର.)-ସମ୍ପ୍ରତି ଟାଣ ଖରା ସମୟରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଅଞ୍ଚଳରେ ଇଟାଭାଟି ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଭାଟିରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକ ଉତ୍ତପ୍ତ କରୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିର୍ମାଣ ଆବଶ୍ୟକତା ମେଣ୍ଟାଇବା ପାଇଁ ବ୍ୟବସାୟିକ ଭିତ୍ତିରେ ଇଟାଭାଟି ସଂଖ୍ୟା ବଢିଚାଲିଛି। କଣ୍ଟିଲୋ ଓ ଖଣ୍ଡପଡା ନିକଟ ନଦୀ ତଟବର୍ତ୍ତୀ ତଥା ମୁଖ୍ୟ ରାସ୍ତା କଡ ଜମିଗୁଡିକରେ ବ୍ୟବସାୟ ଲକ୍ଷ୍ୟରେ ଭାଟି ପ୍ରତିଷ୍ଠା କରାଯାଇ ଇଟା ପ୍ରସ୍ତୁତ କରାଯାଉଛି ା ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷଜମି ପରିମାଣ ହ୍ରାସ ପାଇବା ସହ ଆଖପାଖ ଅଞ୍ଚଳର ବୃକ୍ଷ ସମ୍ପଦର ଦ୍ରୁତ ଅବକ୍ଷୟ ହୋଇ ସବୁଜିମା ଉଭେଇ ଯାଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଇଟା ପ୍ରସ୍ତୁତ ଓ ଭାଟି ନିର୍ମାଣ ପାଇଁ ଚାଷ ଜମିର ଉପରସ୍ତର ମାଟି ଉଠାଇ ଦିଆଯାଉଥିବାରୁ ମୃତ୍ତିକା କ୍ଷୟ ବୃଦ୍ଧି ପାଉଛି । ଫଳରେ ନଦୀ କୂଳବର୍ତ୍ତୀ ନଦୀବନ୍ଧଗୁଡିକ ଦୁର୍ବଳ ହୋଇପଡୁଛି । ଯେ କୌଣସି ସମୟରେ ନଦୀ ବଢିରେ ନଦୀ ଶଯ୍ୟା ପରିବର୍ତ୍ତନ ଘଟିବାର ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରୁଛନ୍ତି । ଏହି ଇଟାଭାଟି ଯୋଗୁ ଶହ ଶହ ଏକର ଚାଷ ଉପଯୋଗୀ ଜମି ବିଗତ ବର୍ଷରେ ଅଣଚାଷ ଜମିରେ ପରିଣତ ହୋଇଥିବା ଜଣାପଡିଛି। ଅପରପକ୍ଷେ ଖଣ୍ଡପଡାଠାରୁ ନୟାଗଡ ଯିବା ରାସ୍ତା କଡରେ ଥିବା ଇଟା ଭାଟିଗୁଡିକରୁ ନିର୍ଗତ ତତଲା ଧୂଆଁ ପରିବେଶକୁ ଅଧିକ ଉତ୍ତପ୍ତ କରୁଛି। ଏଥିଯୋଗୁ ପଥଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁର୍ନୀତି ନିରୋଧ ଅଭିଯାନ: ମାସକ ମଧ୍ୟରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨।୨(ବ୍ୟୁରୋ)- ଦୁର୍ନୀତି ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗୋଟିଏ ମାସରେ ୧୦ଜଣଙ୍କୁ ବରଖାସ୍ତ କରାଗଲାଣି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ପୂର୍ବତନ ବିଧାୟକଙ୍କ ପରଲୋକ

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।...

ଫୁଲନଖରାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ଭୁବନେଶ୍ୱର/କଟକ ଅଫିସ/ ଫୁଲନଖରା/ ମଙ୍ଗୁଳି,୪ା୧୧(ବ୍ୟୁରୋ/ଡି.ଏନ୍‌.ଏ.):ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମନ୍ଦିରଠାରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ କଂଗ୍ରେସର ଭାରତ ଯୋଡ଼ୋ-ଓଡ଼ିଶା...

ଆଜି କ୍ୟାବିନେଟ୍‌, ୪ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସଂ...

ସରକାରଙ୍କୁ କଡ଼ା ସମାଲୋଚନା କଲା ଭାଜପା, କାଶୀପୁର ଘଟଣା ମନୁଷ୍ୟକୃତ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହଟ୍ଟଗୋଳ ହୋଇଛି। ଏ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି।...

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌...

Advertisement
Archives

Model This Week