କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ

କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ସ୍ବତନ୍ତ୍ର ଭାବରେ କରୋନା ନିରାକରଣ ପାଇଁ ନିୟୋଜିତ ଥିବା ବେଳେ କେତେଜଣ ଦାଦନ ଫେରନ୍ତା ଯୁବକ ଗାଁରେ ଲୋକଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକଙ୍କୁ କରୋନା ଡର ଘାରିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ଘରକୁ ଫେରି ଆସିଛନ୍ତି। ଏହି ଯୁବକମାନେ ମୁଖ୍ୟତଃ ତାମିଲନାଡୁ , ଗୁଜୁରାଟ , କେରଳ ଓ ମହାରାଷ୍ଟ୍ର ଅଞ୍ଚଳରୁ ଫେରିଛନ୍ତି। ତେବେ ବରଗାଁ ପଞ୍ଚାୟତର ୧୨ ଜଣ , ଲମ୍ବସରୀର ୩୪ ଜଣ , ସିମିଳିପଦରର ୨୭ ଜଣ , ଖଟଖଟିଆ ପଞ୍ଚାୟତର ୩୨ ଜଣ ଗଁ।ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଘଣ୍ଟାପଡା ପଞ୍ଚାୟତରେ ଏହି ଯୁବକଙ୍କ ପାଇଁ କ୍ୱାରେନଟାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ପଞ୍ଚାୟତରେ ଯୁବକମାନେ ବୁଲାବୁଲି କରିବା ଉଦ୍‌ବେଗ ସୃଷ୍ଟି କରିଛି। କରୋନା ପାଇଁ ସତର୍କତା ଜାରି କରା ଯାଇଥିବା ବେଳେ ଏହି ଯୁବକମାନେ ରାଜ୍ୟବାହାରୁ ଫେରି କୁଣିଆ କିମ୍ବା ସାଙ୍ଗ ଘର ବୁଲି ଯାଉଛନ୍ତି।
ଏନେଇ ମାତକୁପା ଗାଁର ଟିକେଶ୍ୱର ମହାନନ୍ଦ କହିଛନ୍ତି ଯେ , ଆଠ ଦଶ ଦିନ ହେବା ଦାଦନୀ ପିଲାମାନେ ଗାଁକେ ଆସି କରି ସଙ୍ଗ ମିଶନ ହେଲେନ , ଆମକୁ ଡର ଲାଗୁଛେ। ୪୦ ହଜାର ଲୋକଙ୍କ ସ୍ବାସ୍ବ୍ୟସେବା ସଂଭାଳୁଥିବା ଅପରପକ୍ଷରେ କଣ୍ଟାମାଳ ଡାକ୍ତରଖାନା ଉପରେ ୪୦ ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ପାଇଁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ସୋନପୁର ରେଫର କରାଯାଉଛି। ଏନେଇ ପ୍ରଶାନ୍ତ ସାହୁ କହିଛନ୍ତି ଯେ , କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ଆଗାମୀ ଦିନରେ ଘେର ସମସ୍ୟା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟବିଭାଗ ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ କରିବା ଆବଶ୍ୟକ ହୋଇପଡିଛି। ଅପରପକ୍ଷରେ ଉକ୍ତ ଡାକ୍ତରଖାନାର ଡାକ୍ତର ଜଗଦୀଶ ସେଠ କହିଛନ୍ତି ଯେ , ୨ ଦିନ ଭିତରେ ରାଜ୍ୟ ବାହାରୁ ଫେରିଥିବା ୩୮ ଜଣ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କାହାରି ପାଖରେ କରୋନାର ଲକ୍ଷଣ ନାହିଁ। ସେଥିପାଇଁ ଅଞ୍ଚଳବାସୀ ଭୟଭୀତ ହେବାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୭୦୦ ପିଆଜ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ କୃଷିଜାତ ଦ୍ରବ୍ୟ ସାଇତି ରଖିବା ପାଇଁ ମୋଟ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏହି ୪୯ ଶୀତଳଭଣ୍ଡାରର ମୋଟ ସଂରକ୍ଷଣ କ୍ଷମତା ପ୍ରାୟ...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୧୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌...

ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ନିର୍ମମ ହତ୍ୟା: ୨ ଅଟକ

ବେଗୁନିଆପଡ଼ା,୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆପଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ...

ଘର ଭାଙ୍ଗି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଛେଣ୍ଡିପଦା,୨୭।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କମ୍ପସଲା ଗ୍ରାମ ପଞ୍ଚାୟତର ଗୋଳାଗାଡିଆ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର...

ଡେରାବିଶରେ ୩ କରୋନା ପଜିଟିଭ ଚିହ୍ନଟ, କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.), ୧୮ା୫: ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କଲିକତା ଫେରନ୍ତା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଥିଲା।...

ଭୁବନେଶ୍ୱରର ଐତିହ୍ୟସ୍ଥଳ ଅଞ୍ଚଳରେ ୟୁନିଫର୍ମ ରହିବ ସାଇନ୍‌ବୋର୍ଡ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଏଣିକି ରାଜଧାନୀରେ ଥିବା ଐତିହ୍ୟସ୍ଥଳୀଗୁଡ଼ିକରେ ଅସମାନ ସାଇନ୍‌ ବୋର୍ଡ ରହିବ ନାହିଁ। ସେହିପରି ଐତିହ୍ୟସ୍ଥଳର ନିର୍ଦ୍ଧାରିତ ପରିସୀମା ଭିତରେ କେହି ମନଇଚ୍ଛା ସାଇନ୍‌ବୋର୍ଡ ଲଗାଇପାରିବେ...

ନୀଲଜୀ ୟୁଜିବିର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌ ଘଟଣା: ଅବସରପ୍ରାପ୍ତ ମ୍ୟାନେଜର, କ୍ୟାଶିୟର ଗିରଫ

ସିନାପାଲି,୬।୭(ଡି.ଏନ.ଏ)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନୀଲଜୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଦଶଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗରେ ପୋଲିସ ସୋମବାର ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର...

Advertisement
Archives

Model This Week