କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା

କଣ୍ଟାବାଞ୍ଜି,୬।୮(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ମଙ୍ଗଲବାର ଦୁଇ ଅଫିସ ମୁଖ୍ୟ ଦ୍ୱାରରେ ତାଲା ପକାଯାଇଛି। ଫଳରେ ଉଭୟ କାର୍ଯ୍ୟାଳୟ ଅଚଳ ହୋଇପଡିଛି । ତହସିଲ ଅଫିସରେ କିରାଣିମାନେ ବିନା ଲାଞ୍ଚରେ ଅଫିସ କାର୍ଯ୍ୟ ତୁଲାଉ ନ ଥିବା ବେଳେ ଜମି ମ୍ୟୁଟେଶନରେ ମୋଟା ରକମର ଟଙ୍କା ଦାବି କରୁଛନ୍ତି । କାର୍ଯ୍ୟରତ କର୍ମଚାରୀମାନେ ହେଡ୍‌କ୍ୱାର୍ଟରରେ ନ ରହି ପାଟଣାଗଡ,ଟିଟିଲାଗଡ ଓ ବଲାଙ୍ଗିରରୁ ଯିବା ଆସିବା କରୁଥୁବାରୁ ନିୟମିତ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ସେହିପରି ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମଧ୍ୟ ଦୁର୍ନୀତି ବଢି ବଢ଼ି ଚାଲିଛି । ସରକାରୀ ପିସି ବାବଦକୁ ୭ ପ୍ରତିଶତ ପ୍ରତ୍ୟେକ ରେଜିଷ୍ଟ୍ରୀରେ ନେଉଥିବା ବେଳେ ଉପରି ୩ ପ୍ରତିଶତ ନିଆଯାଉଛି । ଅଫିସରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ଜମି ରେଜିଷ୍ଟ୍ରୀ ହେବାର ନିୟମକୁ ଦୈନିକ କରିବା ପାଇଁ ଦାବି କରାଯାଇଛି । ଏପରିକି ସବ୍‌ରେଜେଷ୍ଟ୍ରୀ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ ଏକ ସବ୍‌ ରେଜେଷ୍ଟ୍ରୀ ଅଫିସର ନିଯୁକ୍ତି ଦାବି କରାଯାଇଛି। ଏ ବାବଦରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବାର ଏକ ମାସ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ନେଇ ବଲାଙ୍ଗୀର ଅତିରିକ୍ତ ଜଲାପାଳ, ଟିଟିଲାଗଡ ଉପଜିଲାପାଳ, କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର,ଏସ୍‌.ଡି.ପି.ଓ. ସରୋଜ କୁମାର ମହାପାତ୍ର, ଥାନା ଆଇ.ଆଇ.ସି. ବିଜୟାନନ୍ଦ କରକରା ସହ ପୋଲିସ ବିଭାଗ ଧାରଣାସ୍ଥଳରେ ଥାଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ବୁଝାସୁଝା କରିଛନ୍ତି । ଦିନ ୨ ଟା ସୁଦ୍ଧା କୌଣସି ସମାଧାନ ନ ବାହାରିବାରୁ ଓକିଲମାନେ ତାଲା ଲଗାଇ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri