କଟକଣାରେ ହେବ ବଳଦଯାତ୍ରା

ଭୁବନ, ୧୦।୧୦(ଡି.ଏନ.ଏ.)

କଟକଣା ମଧ୍ୟରେ ପାଳିତ ହେବ ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା। କରୋନା ସଂକ୍ରମଣ ବଢୁଥିବାରୁ ଚଳିତବର୍ଷ କେବଳ ୨ ସମାଜର ବଳଦକୁ ଶୋଭାଯାତ୍ରାରେ ବାହାର କରିବାକୁ ଅନୁମତି ମିଳିଛି। ନିରାଡ଼ମ୍ବର ଭାବେ ଯାତ୍ରା ସମ୍ପନ୍ନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାବେଳେ ଏଥିରେ ସମ୍ମତି ଜଣାଇଛନ୍ତି କମିଟି କର୍ମକର୍ତ୍ତା। ଏହାପରେ ବଳଦଯାତ୍ରାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାହାକୁ ନେଇ ଦୀର୍ଘଦିନରୁ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଦଶହରାକୁ ହାତଗଣତି ଦିନ ବାକି ଥିବାବେଳେ ପ୍ରଶାସନିକ ବୈଠକ ମଧ୍ୟ ବସି ନ ଥିଲା। ଏହାକୁ ନେଇ ଦଶହରା ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଶୁକ୍ରବାର ସ୍ଥାନୀୟ ଏନ୍‌ଏସି ସଭାଗୃହରେ ତହସିଲଦାର ପ୍ରଭାସ କୁମାର ବେଉରିଆଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀ ସମୟରେ ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ଲାଗି ଚଳିତବର୍ଷ ଯାତ୍ରାକୁ ନିରାଡମ୍ବର ଭାବେ ପାଳନ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ସହମତି ଜଣାଇଛନ୍ତି। ଯାତ୍ରା ଆରମ୍ଭ କରିଥିବା ଥୋରିଆ ଏବଂ ବଣିଆ ସମ୍ପ୍ରଦାୟକୁ ବଳଦ ଶୋଭାଯାତ୍ରା ପାଇଁ ଅନୁମତି ମିଳିଛି। ହେଲେ ଚଳିତବର୍ଷ ବଳଦଯାତ୍ରା କେବଳ ଅନୁକୂଳ ଯାତ୍ରାରେ ସୀମିତ ରହିବ। ଭସାଣି ଶୋଭାଯାତ୍ରା ହେବନାହିଁ। ସୁସଜ୍ଜିତ ବଳଦକୁ ଜଗନ୍ନାଥ ମନ୍ଦିରରେ ବନ୍ଦାପନା କରିବା ପରେ ବଡ଼ହାଟଠାରେ ଅନୁକୂଳ ଯାତ୍ରା ସମ୍ପନ୍ନ ହେବ। ସେହିପରି ସରକାରୀ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକ ୪ ଫୁଟ ବିଶିଷ୍ଟ ହେବ। ଅଧିକ ଜାକ୍‌ଜମକ ହେବନାହିଁ। ପୂଜାସ୍ଥଳରେ ମାତ୍ର ୭ ଜଣଙ୍କୁ ଅନୁମତି ଦିଆଯାଇଛି। ଡାକବାଜି ଯନ୍ତ୍ର ଉପରେ କଟକଣା ଲଗାଯାଇଥିବାବେଳେ ରାବଣପୋଡ଼ି ବନ୍ଦ ରଖାଯାଇଛି।
ବୈଠକରେ ଅତିରିକ୍ତ ତହସିଲଦାର ମନୋଜ ମାଝି, ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ, ସହର ସଙ୍ଗଠନ ସଭାପତି ବାସୁଦେବ ବେହେରା, ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ା ଆଇନଜୀବୀ କୁଞ୍ଜ ବିହାରୀ ଚିନ୍ନାରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

ଡେରାବିଶ ବ୍ଲକ କ୍ୟାସିୟରଙ୍କ ୧.୦୬ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡିଟ୍

ଡେରାବିଶ,୩।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର କ୍ୟାସିୟର ଶଶିକାନ୍ତ ରଣାଙ୍କ ଦ୍ୱାରା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ବିଶାଳ…

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

ତୁମୁଡ଼ିବନ୍ଧ,୩।୧୧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ…

ଅଳଙ୍କାର ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ: ୫୦୦ ଗ୍ରାମ ସୁନା, ୧୧ କେଜି ରୁପା ଜବତ

ଖୋର୍ଦ୍ଧା,୩।୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଚୋରି କରି ଆତଙ୍କ ଖେଳାଉଥିବା ଏକ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଖୋର୍ଦ୍ଧା ପୋଲିସ ଧରିବାରେ…

କୋଟିଆ ସୀମାନ୍ତଗାଁରେ ଓଡ଼ିଶାକୁ ବିରୋଧ, ଗୋ ବ୍ୟାକ୍‌ ସ୍ଲୋଗାନ…

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଟିଆ ସୀମାନ୍ତ ନେରିଡିବାଲସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?