କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ ଅମାନ୍ୟ ଅଭିଯୋଗରେ ବୁଧବାର ୨୧ଜଣଙ୍କୁ ଗିରଫ କରାଯାଇଛି। ୨୧ ଗାଡ଼ି ଜବତ କରାଯିବା ସହ ୪୨ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ା ଏସ୍‌ପି ଅନୁପମା ଜେମସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହର ସମେତ ସହର ଉପକଣ୍ଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ଯାନବାହନ ଯାଞ୍ଚ କରିବା ସହ ଭିଡ଼ ନିୟନ୍ତ୍ରଣ କରିଥିଲେ।
ଅନ୍ୟପଟେ କଟକଣାକୁ କଡ଼ାକଡ଼ି କରାଯିବା ପରେ ସହରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଛି। ଦୁଇଦିନ ତଳେ ୧୬ ଟଙ୍କା ଥିବା ଆଳୁଦର ବୁଧବାର ୨୫ ଛୁଇଁଛି। ସେହିପରି ପିଆଜ କେଜି ପିଛା ୨୦ ଟଙ୍କାରୁ ବଢ଼ି ୩୫ ଟଙ୍କାରେ ପହଞ୍ଚତ୍ଛି। ସକାଳେ ରଥଗଡ଼ା ପରିବା ମାର୍କେଟ ସମେତ ଆମିଷ ଦୋକାନ, କ୍ଷୀର ଦୋକାନ, ଔଷଧ ଦୋକାନ ଏବଂ ଗ୍ରସେରି ଦୋକାନରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରବଳ ଭିଡ଼ ହୋଇଥିଲା।
ସକାଳେ ସଞ୍ଜରେ ସାମଗ୍ରୀ ନେବାକୁ ଦୋକାନରେ ବଢୁଥିବା ଭିଡ଼ ଏବେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କୁ ବସାଇବା ପାଇଁ ନିଷ୍ପତ୍ତି ହୋଇଛି। ସାମାଜିକ ଦୂରତା ରକ୍ଷା କରିବା ଲାଗି ଅଳସୁଆ ହାଟ ଏବଂ ବିବି ହାଇସ୍କୁଲ ନିକଟରେ ପରିବା ବିକ୍ରି କରାଯାଉଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଡିପୋରୁ ଔଷଧ ଯୋଗାଣ ହୋଇପାରୁ ନ ଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରସ୍ପର ମଧ୍ୟରେ ୨ମିଟର ଦୂରତ୍ୱ ବଜାୟ ରଖିବା, ଭୟଭୀତ ନ ହେବା, ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ନ କିଣିବା, ଯାନବାହନ ପରିବର୍ତ୍ତେ ପାଦରେ ଚାଲିଚାଲି ଯିବା, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଘୋଷଣା ମାଧ୍ୟମରେ ନିବେଦନ କରାଯାଇଛି। ନିୟମ ମାନିବାକୁ ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ଆଳୁ ପିଆଜ ହୋଲ୍‌ସେଲରଙ୍କ ସହ ଜିଲାପାଳ ଆଲୋଚନା କରିଛନ୍ତି। ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ରଖିବାକୁ କୁହାଯାଇଛି। କେତେ ଟଙ୍କାରେ ଆଳୁ ପିଆଜ ବିକ୍ରି ହେଉଛି ତାହାକୁ ଲିଖିତ ଭାବେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରରୁ ପିଆଜ ଆସିବାରେ ସମସ୍ୟା ହେଉଛି। କଟକରୁ ମଧ୍ୟ ଆବଶ୍ୟକ ପରିମାଣର ପିଆଜ ଆସିପାରୁନାହିଁ। ତେଣୁ ଏପରି ଦର ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି। ସେହିପରି ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହିତ ଆଲୋଚନା କରି ନିଜସ୍ବ ଲାଇସେନ୍ସ ବଳରେ କଟକରୁ ଔଷଧ ସାମଗ୍ରୀ ଆଣିବା ପାଇଁ ଔଷଧ ବ୍ୟବସାୟୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସ୍ଥା ନ କରି ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ, ୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା ପରେ ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥଗୁଡ଼ିକରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ...

ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ...

ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ...

ଆଜି ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବ। ଏହା ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ...

ରାଜ୍ୟରେ ଖସୁଛି ଦୈନିକ କରୋନା ସଂକ୍ରମଣ: ବଢ଼ୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗି ଥିବା ବେଳେ ସଂକ୍ରମିତ ପିଲାଙ୍କ ସଂଖ୍ୟା ବଢ଼ୁଛି। ଶନିବାର ରାଜ୍ୟରେ ୯୭୯ ଜଣ କରୋନା...

ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ...

ଅପରେଶନ୍‌ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍‌ଏସ୍‌ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ

ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ...

ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି।...

Advertisement
Archives

Model This Week