କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ବିଳମ୍ବ କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ବିଦା କରାଯିବ। ଏକଦା ଶ୍ରୀମନ୍ଦିର ପ୍ରଶାସନ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି ପୂର୍ବରୁ ପାଳିଆ ପୁରସ୍କାର ଉପରେ ବି ସଂସ୍କାରର ଛାଟ ଲଗାଯାଇଥିଲା। କିନ୍ତୁ କେତେଜଣ ସେବକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏହି କଟକଣାକୁ ସେମାନେ ବେଖାତିର କରୁଛନ୍ତି। ଏପରି କି କେତେଜଣ ନିର୍ଦ୍ଦିଷ୍ଟ ସେବାୟତ ନୀତି ବିଳମ୍ବର କାରଣ ସାଜୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଏକ ନିତିଦିନିଆ ଘଟଣା ହେଲାଣି।

ଶ୍ରୀମନ୍ଦିରକୁ ସାଧାରଣ ଦିନରେ ୬୦ରୁ ୭୦ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ପର୍ବପବର୍ବାଣି ତଥା ସ୍ବତନ୍ତ୍ର ଦିନରେ ଏହି ସଂଖ୍ୟା ଲକ୍ଷେ ଟପିଯାଏ। ତେଣୁ ନୀତି ବହୁଳ ଶ୍ରୀମନ୍ଦିରରେ କିପରି ନିର୍ଘଣ୍ଟ ସମୟରେ ନୀତି କରାଯାଇ ଭକ୍ତ ଦର୍ଶନ ସୁବିଧା ପାଇପାରିବେ ତାହା ଉପରେ ଗୁରତ୍ୱ ଦେଉଛି ମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଅନେକ ସମୟରେ ନୀତି ବିଳମ୍ବ ଯୋଗୁ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କଠୋର ହୋଇଥିଲା। ଏହାପରେ କେକେକାଂଶରେ ସୁଧାର ଆସିଥିଲା। ହେଲେ ପୁଣି ନୀତିରେ ବିଳମ୍ବ ହେବାରୁ ଗତବର୍ଷ ଜାନୁୟାରୀ ୨୯ ତାରିଖ ପରିଚାଳନା କମିଟି ବୈଠକରେ ଆହୁରି କଡା ନିଷ୍ପତ୍ତି ନିଆଯାଇଥିଲା। ତିନିଥର ନୀତିରେ ବିଳମ୍ବ ହେଲେ ସେବାରୁ ବହିଷ୍କାର କରାଯିବ। ଜାଣିଶୁଣି ଯଦି କେହି ଥରେ ବିଳମ୍ବ କରୁଥିବା ଜଣାପଡ଼ିବ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ସେବାରୁ ବିଦା କରାଯିବ। ଏପରି କଟକଣା ଜାରି କରାଯାଇଛି ସିନା ହେଲେ ଏହାକୁ କେତେଜଣ ସେବାୟତ ବେଖାତିର କରୁଛନ୍ତି। ଗତ ଗୁରୁବାର ଦୁଇ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତି ୨ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଜଣେ ସେବାୟତ ପରବର୍ତ୍ତୀ ନୀତି କରିବେ ନାହିଁ ବୋଲି ରୋକ୍‌ଠୋକ ମନା କରି ଚାଲିଗଲେ। ପରେ ଉଭୟଙ୍କୁ ଡାକି ବୁଝାଶୁଝା କରିଥିଲା ପ୍ରଶାସନ । ଶେଷରେ ନୀତି ସ୍ବାଭାବିକ ହୋଇଥିଲ। କିନ୍ତୁ ବହୁ ଭକ୍ତ ମହାପ୍ରସାଦ ନ ପାଇ ମନ ଦୁଃଖରେ ଫେରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଶୃଙ୍ଖଳା ପାଇଁ ଯେଉଁ କଟକଣା କରାଯାଉଛି ତାହାକୁ କେତେଜଣ ମାନୁନାହାନ୍ତି କାହିଁକି? ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉଛି କ’ଣ ପାଇଁ । ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ଠାକୁରଙ୍କ ନୀତି ଧାର୍ଯ୍ୟ ସମୟରେ ସମ୍ପନ୍ନ ଲାଗି ଯେଉଁସବୁ କଟକଣା କରାଯାଇଛି ସେସବୁକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କେହି ବି କିଛି ଭୁଲ କରନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଗୁରୁବାର ନୀତି ବିଳମ୍ବ ନେଇ ଦୁଇଜଣ ସେବାୟତଙ୍କଠାରୁ ରିପୋର୍ଟ ମଗାଯାଇଥିଲା। ସେମାନଙ୍କ ରିପୋର୍ଟ ମିଳିଛି। ଏହାର ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଲୋକ ସଭା: ଭାଜପା ଆଗରେ

ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର...

ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ତ୍ରୀକୁ ପିଟି ପିଟି ହତ୍ୟା କଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ। ଏହି ଘଟଣା...

ଆଜି ଗଣପର୍ବ ନୂଆଁଖାଇ: ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ

ସମ୍ବଲପୁର, ୨୩।୮ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ରବିବାର ପାଳିତ ହେବ। ମହାମାରୀ କରୋନା ସତ୍ତ୍ବେ ଗଣପର୍ବ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ...

ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

ଭୁବନେଶ୍ୱରରେ ଘଣ୍ଟାଏ ଚାଲିବ କୋର୍ଟ

ଭୁବନେଶ୍ୱର,୪ା୫(ବ୍ୟୁରୋ): କେନ୍ଦ୍ର ସରକାର ଦୁଇ ସପ୍ତାହ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ହେଲେ ଏହି ସମୟରେ କୋର୍ଟ କାର୍ଯ୍ୟ ବନ୍ଦ ରହୁଥିବାରୁ ଅନେକ ମାମଲା ଫଇସଲା...

ଗାଜଲବାଡ଼ି ଘାଟିରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୨୬ା୯(ଡି.ଏନ୍‌.ଏ.):ବାତ୍ୟା ଗୁଲାବ ପ୍ରଭାବରେ ରବିବାର ସନ୍ଧ୍ୟାରୁ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଉଛି। ପ୍ରବଳ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ଥିବାରୁ କନ୍ଧମାଳ ଏବଂ...

ମାଲକାନଗିରିରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତ...

Advertisement
Archives

Model This Week