କଇଠପଲ୍ଲୀ ଗାଁ ତୋଟାରୁ ମୂଲ୍ୟବାନ ଶାଳ ଗଣ୍ଡି, ପଟ୍ଟା ଜବତ

ଓଡଗାଁ, ୨୭।୬(ସ୍ବ.ପ୍ର.)- ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ ଗୁରୁବାର ମଧ୍ୟାହ୍ନରେ ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅଞ୍ଚଳରୁ ୧୦ ମୂଲ୍ୟବାନ ଶାଳଗଣ୍ଡି ଓ ୬ ଖଣ୍ଡ ପଟ୍ଟା ବନବିଭାଗ ଜବତ କରାଯାଇଛି। ବାହାଡାଝୋଲା ନିକଟସ୍ଥ ଆମ୍ବପଡା କଇଠପଲ୍ଲୀ ଗାଁ ମୁଣ୍ଡ ତୋଟାରେ ଶାଳ ଗଣ୍ଡି ଗଚ୍ଛିତ ଥିବା ବନପାଳ ଜାଣିବା ପରେ ସଦଳବଳେ ଚଢାଉ କରିଥିଲେ। ତୋଟା ଭିତରେ ଥିବା ବୁଦୁବୁଦୁକିଆ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଶାଳଗଣ୍ଡି ଓ ପଟ୍ଟା ଠାବ କରିବା ସହିତ ଜବତ କରିଥିବା ଜଣାଯାଇଛି। ତେବେ ସେଠାରେ କାଠ କଟା ଗୁଣ୍ଡ ପଡ଼ିଥିବା ଦେଖି ଗଣ୍ଡି କଟା ଯାଉଥିବା ସନ୍ଦେହରେ ଖୋଜାଖୋଜି କରାଯାଇଥିଲା। ପରେ ବୁଦା ଭିତରୁ ଏକ କରତ ମିଳିଥିଲା । ବନପାଳ ସରିତା ବରାଳ, ବନରକ୍ଷୀ ଅରିନ୍ଦ ସାହୁ, ଶୁଭେନ୍ଦୁ ପ୍ରସାଦ ନାୟକଙ୍କ ସହିତ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଚଢାଉରେ ସାମିଲ ହୋଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ବନପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁମୁହାଁ ବଣୁଆ ହାତୀ, ଲୋକେ ଆତଙ୍କିତ

ନୂଆଗାଁ,୨୯ା୭ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ତଥା ମହିପୁର ବନାଞ୍ଚଳ ଅଧୀନରେ ଥିବା ଜାକେଡା ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟକୁ ଫସଲ ଖାଇବା ପାଇଁ...

ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଛାତ୍ରଙ୍କ ପଞ୍ଜରା ହାଡ଼ ଫାଟିଲା, ଦଶପଲ୍ଲା ଥାନାରେ ମାମଲା

ଦଶପଲ୍ଲା,୨୨ା୯(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲରେ ଜନୈକ ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଥିନେଇ...

କଳାପାଟ-ବଡ଼ମାଳିସାହିରେ ପକ୍ଷୀ ଗଣନା ଶେଷ: ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ

ଗଣିଆ,୫।୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ବିଭିନ୍ନ ଜଳାଶୟରେ ୩ ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଛାମୁଣ୍ଡିଆ ବନାଞ୍ଚଳରେ ୨ଟି...

ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ...

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ...

ଗଛକୁ ଧକ୍କା ଦେଇ ପଲ୍‌ସର ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

ନୂଆଗାଁ, ୬।୧୧(ଡି.ଏନ.ଏ): ନୟାଗଡ ଜିଲା ନୂଆଗାଁ ଥାନା ମହିତମା ନିକଟରେ ବାଇକ ଦୁର୍ଘଟଣାରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ତାଙ୍କ ପରିଚୟ ମିଳିପାରି...

ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୂଆଗାଁ,୨୭।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।...

ମହଙ୍ଗା ପଡ଼ିଲା ଭତ୍ତା ଟଙ୍କା ହଡ଼ପ: ନୟାଗଡ଼ ଜିଲାର ୪ ପିଇଓ ନିଲମ୍ବିତ

ନୟାଗଡ଼ ଅଫିସ,୨୨ା୧୨: ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଓ ଆର୍ଥିକ ଅନିୟମିତତା ନୟାଗଡ଼ ଜିଲାର ୪ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ପାଇଁ...

Coronavirus Update


Archives

Model This Week

Why Dharitri