କଅଁଲି ବଏସେ ପେଟ୍‌ପୁଷା ଚିନ୍‌ତା

ବିଜେପୁର, ୨୦।୩ (ଡି.ଏନ୍‌.ଏ.)-
ଆଝିର୍‌ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍‌ଲେ ପେଟ୍‌ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍‌ ବି ନିଜର୍‌ ଭାଏଗ୍‌କେ ଦୋଷ ଦେଇ କିଛି ଲୋକ୍‌ କବାର୍‌ବୁତା ନାଇଁକରି କରି ଅଭାବ୍‌ ଅସୁବିଧାଥି ଦିନ୍‌ ବିତଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ସମିଆଥି କଅଁଲି ବଏସେ ବହିପତର୍‌ ଧର୍‌ବାର ଜାଗାରେ ପରିବାରର ବୋଝ୍‌ ଉଠଉଛନ୍‌ ଝନେ ନାବାଲକ୍‌।
ବରଗଡ଼ ଜିଲା ବିଜେପୁର ଏନ୍‌ଏସି ସଦର ମହକୁମାଥି ବମ୍ବେ ଲଡୁ ବିକୁଥିବାର ଇ କମିହଁା ନାବାଲକୁଁ ଭେଟିଥିଲେ ଆମର୍‌ ବିଜେପୁର ଖବରଦାତା। ସେ ହେଉଛନ୍‌ ବରୁଣ ଗୁପ୍ତା(୧୧)। ଜନମ୍‌ ଠାନ୍‌ ଉତ୍ତରପ୍ରଦେଶ୍‌ ରାଏଜ୍‌ର କାନପୁର। ପଏସା ପତର୍‌ର ଅଭାବ ଲାଗି ସେ ସାତ୍‌ କିଲାସନୁ ପାଠ୍‌ ଛାଡ଼ିଛନ୍‌। ଗଲା ବଛର୍‌ କମେଇ କୁଢ଼େଇ ଖାଏବାକେ କାନ୍‌ପୁରରୁ ବରଗଡ଼କେ ଆସିଛନ୍‌। ଅମାପାଲିଠାନେ ଘରଭଡ଼ା ନେଇ ସେ ନିଜର ପରିବାର ସଂଗେ ରହୁଛନ୍‌। ମା’ ପୁଲା, ବାପା ସିନ୍ଧୁ , ଭାଏ ଅନିକେତ ଆର ଦେଢ଼ ବଛର୍‌ର ବହେନ୍‌ ପ୍ରାଂଶୀକୁଁ ନେଇ ତାକର ପରିବାର। ଫିଦିନ୍‌ କୁକ୍‌ରା ଡକା ଆଗ୍‌ରୁ ବାପ୍‌ପୁଓ ଘରେ ବମ୍ବେ ଲଡୁ ତିଆରିବାର ଆରମ୍‌ କରସନ୍‌। ତାକେ ଜରିଥି ପେକିଂ କରସନ୍‌ । ଇ ଫିଦିନିଅଁା କାମ୍‌ ସାରି ବାପ୍‌ ପୁଓ ଲଡୁ ବିକି ବାହାରସନ୍‌। ବାପ୍‌ ସିଦ୍ଧୁ ବରଗଡ଼ ସହରରେ ରହୁଥିଲାବେଲେ ପୁଓ ବରୁଣ ବେପାର ଲାଗି ୨୮ କି.ମି. ବସ୍‌ରେ ବିଜେପୁର ଏରିଆକେ ଆସୁଛନ୍‌। ସେ ଖଁଦେ ବମ୍ବେ ଲଡୁର ଭାର ବୁହି ହାତେ ହରନ୍‌ ବଜେଇ ବଜେଇ ଗଲିକଁଦି ବୁଲି ଲଡୁ ବିକୁଛନ୍‌। ଲାଲେ ଲାଲ୍‌ ବମ୍‌ବେ ଲଡୁ, ଖାଏଲେ ସୁଆଦ ଜାନବ୍‌ ସଢୁ ମିତାର ଅନେକ ମଜାକିଆ କଥା କହି ଛୁଆପୁତାନୁ ବୁଢ଼ାତ ତକ୍‌ ମନ୍‌ମୁହି ଲଡୁ ବିକୁଛନ୍‌। ତାକର କଥା ଶୁନି ଛୁଆମାନେ ବି ଉଷତ୍‌ରେ ଦଶ ଟଁକାକେ ଦୁଇଟା ଲେଖଁା ଲଡୁ ଘିନି ନେଉଥିବାର ଦେଖ୍‌ବାକେ ମିଲିଥିଲା। ଆଏଜକେ ୩ରୁ ୪ ମାସ ହେଲା ବରୁଣ ଇ ଏରିଆକେ ବେପାର କରି ଆସୁଛନ୍‌। ଫିଦିନ ୩ଶହରୁ ୪ଶହ ଟଁକା ତକ୍‌ ସେ ବେପାର କରୁଛନ୍‌। ସେନ୍‌ତା ଇଥି ଦେଢ଼ଶହନୁ ଦୁଇଶହ ତକ୍‌ ଲାଭ ମିଲୁଥିବାର ସେ କହିଛନ୍‌। ତାକର ପାଠ ପଢ଼ା ବାବ୍‌ଦେ ପଚ୍‌ରାଲାରୁ କଁାକରବେ ଆଗିଅଁା ପଢ଼ବାର ମନ୍‌ଥିଲେ ବି ଅଭାବ୍‌ ଅନାଟନ ସବୁବେଲେ ଘଁାଟି ମାରୁଛେ। କାହାର ଠାନେ ହାତ ପତାଲେ ସିନେ ଲାଜ୍‌ ଲାଗ୍‌ବା। ଖରାତରା ସହି ଗଲିକଁଦି ବୁଲି ଯେନ୍‌ ଦୁଇ ପଏସା ମିଲୁଛେ ହେଥି ବଡା ଖୁସି ଲାଗୁଛେ ବଲି ବରୁଣ ହଁସ ହଁସ ମୁହେଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ...

ଛାତ୍ର ଓମ୍‌ପ୍ରକାଶଙ୍କ ବଦାନ୍ୟତା

ଜଟଣୀ,୨।୪(ଡି.ଏନ.ଏ): ବର୍ତ୍ତମାନ କରୋନା କଟକଣା ଯୋଗୁ ସମସ୍ତେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି। ମାତ୍ର ଏହି ସମୟରେ ସମାଜସେବା ଲାଗି ସାଇକେଲ ଧରି...

ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର: ରାସ୍ତାକୁ ଓହ୍ଲାଇଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭଦ୍ରକ ଅଫିସ,୨୬ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଗଣ ପ୍ରତିବାଦ କରାଯାଇଛି। ୨୦୨୧ ଡିସେମ୍ବର ୧୧ରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି...

ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି...

ଆନ୍ଦୋଳନରେ ଡ୍ରାଇଭର, ଲୁହାପଥର ପରିବହନ ବାଧାପ୍ରାପ୍ତ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିୟରିଂ ଛାଡ଼ି ହଜାର ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ବିଶେଷକରି ବ୍ୟବସାୟିକ...

ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ...

ଘୋଡ଼ାରେ ଚଢ଼ି ୬୨ ବର୍ଷୀୟ ପ୍ରାର୍ଥୀଙ୍କ ପ୍ରଚାର

କେନ୍ଦ୍ରାପଡ଼ା ଅଫିସ, ୨୯ା୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ଭୋଟ ଭିକ୍ଷା ଭିଡିଓ ଏବେ ଜିଲାରେ ଭାଇରାଲ...

ଧାନ କିଣା ଦୁର୍ନୀତିର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତି(ପ୍ୟାକ୍ସ)ରେ ନକଲି ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ଅଭିଯୋଗ ଆସିଛି। ଶୁକ୍ରବାର ଏନେଇ...

Advertisement
Archives

Model This Week