Posted inଜାତୀୟ

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସେ ରାସ୍ତାରେ ଯାଉଥିବାବେଳେ ସ୍ଥାନୀୟ ଗୌରୀଗଞ୍ଜ ଅଞ୍ଚଳରେ ଜଣେ କଂଗ୍ରେସ ପ୍ରଚାରକଙ୍କ ସାଇକେଲ ଖରାପ ହୋଇଥିବା ଦେଖି ଗାଡ଼ିରୁ ଓହ୍ଲାଇ ଏହାର ମରାମତି କରିବା ଆରମ୍ଭ କରିଥିଲେ। ଏହା ସହିତ ପ୍ରିୟଙ୍କା ପ୍ରଚାରକ ଓ୍ବସିମ୍‌ଙ୍କ ସହିତ ସେଲଫି ନେଇଥିଲେ। ପ୍ରିୟଙ୍କା ଓ୍ବସିମ୍‌ଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ଟିପି ରଖିଥିଲେ। ଓ୍ବସିମ୍‌ ଜଣେ ବ୍ୟବସାୟୀ। ଜିଏସ୍‌ଟି ଲାଗୁ ହେବା ପରେ ସେ ହଇରାଣ ହେଉଥିବା କହିଛନ୍ତି। ଓ୍ବସିମ୍‌ଙ୍କୁ ପ୍ରଚାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ ଦିନ ସମୟ ଦିଆ ଯାଇଛି। ତାଙ୍କ ପିତା ମୁନ୍ନା ପହେଲମାନ୍‌ ମଧ୍ୟ ଏଭଳି କଂଗ୍ରେସ ପାଇଁ ସାଇକେଲରେ ପ୍ରଚାର କରୁଥିଲେ। ଓ୍ବସିମ୍‌ଙ୍କ ମାତା ସ୍ଥାନୀୟ ଅଞ୍ଚଳରେ ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କ ପାଇଁ ୫ ଲକ୍ଷ ଭୋଟ ଆଣିଦେବା ଲକ୍ଷ୍ୟ ନେଇ ଓ୍ବସିମ୍‌ କେବଳ ଫଳ ଆହାର କରି ନିର୍ବାଚନ ପ୍ରଚାର କରୁଥିବା କହିଛନ୍ତି। ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର...

ସିଭିଲ ସର୍ଭିସ ଡେ’ର ଉଦ୍‌ଯାପନୀ ଦିବସରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: ୧୬ ତମ ସିଭିଲ ସର୍ଭିସ ଡେ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁଖ୍ୟ ଅତିଥି ଭାବରେ...

ଆର୍ଥିକ ପ୍ୟାକେଜ ସମ୍ପର୍କରେ ଯାହା କୁହନ୍ତି …

-ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବ୍ୟବସାୟ ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସମ୍ମୁଖୀନ ହୋଇଥିବା ସମସ୍ୟା...

ରାମ ମନ୍ଦିର ନିର୍ମାଣକୁ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟରଙ୍କ ପତ୍ନୀଙ୍କୁ ମିଳିଲା ହତ୍ୟା ଧମକ

କୋଲକାତା,୯।୮: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ଅଧିକାଂଶ ସମୟରେ କିଛି ନା କିଛି କହି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ ସେ ରାମ ମନ୍ଦିର ନିର୍ମାଣକୁ...

ଗିରଫ ନା ପୋଲିସ ହେପାଜତ: ଏଏପି-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୩।୧୨: ଦିଲ୍ଲୀ ପୋଲିସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି। ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କା...

କରୋନାର କୋରଡ଼ା ମାଡ଼: ବିଦେଶ ପାଠପଢ଼ା ପ୍ରତି କମୁଛି ଆଗ୍ରହ

ନୂଆଦିଲ୍ଲୀ, ୨୨।୮: ବିଦେଶରେ ପାଠପଢ଼ା ପ୍ରତି ପୂର୍ବରୁ ଭାରତୀୟ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଥିବାବେଳେ ଏବେ ଏହା କମିବାରେ ଲାଗିଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ...

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର...

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ...

Advertisement
Archives

Model This Week