Posted inଜାତୀୟ

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା ପରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ବୈଠକରୁ ଉଠି ଆସିଥିଲେ। ସୋନିଆ କହିଥିଲେ ଆମେ ଏଥିରେ ଭାଗ ନେବୁ ନାହିଁ। ବାହାରକୁ ଆସି ସୋନିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ କି ଭୁଲ୍‌ କ୍ରମେ ଆମ ନାଁ ଉକ୍ତ ତାଲିକାରେ ସାମିଲ କରାଯାଇଥିଲା। ହେଲେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଯେଉଁ ବୈଠକ ହେଉଛି ସେଥିରେ ରାହୁଲ କି ମୋର କୌଣସି ଭୂମିକା ଆବଶ୍ୟକ ନାହିଁ। ଏତିକି କହି ସୋନିଆ ବାହାରକୁ ଆସିବା ପରେ ସିଡବ୍ଲୁସି ବୈଠକ ଶେଷ ହୋଇଥିବା କୁହାଯାଉଛି। ଅନ୍ୟପଟେ କଂଗ୍ରେସ ଯେଉଁ ୫ଟି ଭାଗରେ ବାଣ୍ଟି ହୋଇ ଯାଇଛି ସେମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପଦକୁ ନେଇ ତର୍ଜମା ଚାଲିଥିବା କୁହାଯାଉଛି। ଅଧିକାଂଶ କଂଗ୍ରେସ ନେତା ଅଧ୍ୟକ୍ଷ ପଦ ପାଇଁ ରାହୁଲଙ୍କ ନା
ନେଉଥିବା ଶୁଣିବାକୁ ମିଳିଛି। ତେବେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅଙ୍କକଷା ସରି ନ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ପରାଜୟ ହେବା ପରେ ମେ’ ମାସରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ପୁରଣ ହୋଇ ନାହିଁ। ଏହା କଂଗ୍ରେସର ଦୁର୍ବଳତା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡି ଯାତ୍ରାକୁ ସବୁଜ ସଙ୍କେତ ଦେଲେ ମୋଦି

ଅହମଦାବାଦ,୧୨ ।୩: ଆସନ୍ତା ୨୦୨୨ ମସିହାରେ ଦେଶ ପାଳନ କରିବାକୁ ଯାଉଛି ସ୍ୱାଧିନତାର ୭୫ ବର୍ଷ । ଏହାସହ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଲବଣ...

ସିଜେଆଇଙ୍କୁ ଅନ୍‌ଲାଇନ ଟ୍ରୋଲିଂ

ନୂଆଦିଲ୍ଲୀ,୧୮ା୩: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରି ଟ୍ରୋଲ କରୁଥିବା ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧୀ...

ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସଫେଇ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘ବିଷଧର ସାପ’ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଗୁରୁବାର କର୍ନାଟକର କାଲାବୁରାଗିରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ମୁଲାୟମ, ଅଖିଳେଶଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ, ୨୧।୫: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ତାଙ୍କ ପୁଅ...

ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ସଫା

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଅବନ୍ତିପୋରାର ଟ୍ରାଲ ଅଞ୍ଚଳରେ ଅବସ୍ଥିତ ତିଲୱାନି ମୋହଲ୍ଲା ୱାଗ୍ଗଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ...

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ...

Advertisement
Archives

Model This Week