ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ସହରରେ ଥିବା ଔଷଧ ଦୋକାନଗୁଡ଼ିକର କାଗଜପତ୍ର ଯାଞ୍ଚ୍‌ କରିବା ସହ ଔଷଧର ମାନ ପରୀକ୍ଷା ପାଇଁ ଔଷଧଗୁଡ଼ିକୁ ଜବତ କରାଯାଇଛିା ଏଥିସହ ମେଡ଼ିକାଲ ଷ୍ଟୋର ଓ ପାଥୋଲଜିଗୁଡ଼ିକର ଲାଇସେନ୍ସ ଓ ଏହାର ବୈଧତା ଯାଞ୍ଚ କରାଯାଇଛି। ଦୋକାନମାନଙ୍କରେ ଥିବା କଫ୍‌ ସିରପଗୁଡ଼ିକୁ ଜବତ କରାଯାଇଛି। କେତେକ ଔଷଧ ଦୋକାନର କାଗଜପତ୍ର ଠିକ ନ ଥିବା ଯୋଗୁ ସେଗୁଡ଼ିକ ଯାଞ୍ଚ୍‌ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍‌ସ ଇନ୍‌ସପେକ୍ଟର ସୂଚନା ଦେଇଛନ୍ତି। ତେବେ କେତେକ ସ୍ଥାନରେ ବେଆଇନ ଭାବରେ ଔଷଧ ଦୋକାନ କରାଯାଇଥିବା ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଏହି ଯାଞ୍ଚ କାର୍ଯ୍ୟକ୍ରମ ହୋଇଛି ା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଥିବା ମଣିକନଟା ମେଡ଼ିକାଲ ଷ୍ଟୋରରେ ଏହି ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଚୋର ସମେତ ୨ ଗିରଫ

କଟକ ଅଫିସ, ୮ା୨: ବାଦାମବାଡ଼ି ଥାନା ପୋଲିସ ସୋମବାର ଜଣେ ପେସାଦାର ଆନ୍ତଃରାଜ୍ୟ ସୁନାଗହଣା ଚୋରଙ୍କ ସମେତ ଚୋରି ସୁନା କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରି...

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି।...

ତୁଷୁରାରେ ଆମ୍ବୁଲେନ୍ସ ସେବା: ରୁଗୀକୁ ନାଇଁ, ଭିଆଇପିକୁ ହଁ

  ଗୁଡ଼ଭେଲା, ୨୫।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସିରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଗୀ ଆମ୍ବୁଲାନ୍ସ ସେବାରୁ ବଁଚିତ୍‌ ହେଉଥିଲାବେଲେ ଭିଆଇପିମାନକର ସେବାରେ ଲାଗୁଥିବାର...

ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି...

ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା: ଉଛୁଳିଲା ପାପନାଶିନୀ ଝରଣା

ଖପ୍ରାଖୋଲ,୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ...

ରାଜ୍ୟର ମୁଣ୍ଡପିଛା ଋଣ ଭାର ୨୨ ହଜାର ଟଙ୍କା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ...

ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା...

ନଦୀରେ ନିର୍ମାଣ ଚାଲିଛି ଇନ୍‌ଡୋର ଷ୍ଟାଡିୟମ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ,୪ା୭(ସ୍ବ.ପ୍ର.): ବ୍ରାହ୍ମଣୀ ଓ ଗୋବରୀ ନଦୀର ଜଳପଥ ସଂଯୋଗୀକରଣ ଆନ୍ଦୋଳନ ଏବେ ଫସର ଫାଟିବାକୁ ଯାଉଛି। ପୂର୍ବରୁ ଥିବା ଏହି ୧୬ କିଲୋମିଟର ଜଳପଥ...

Advertisement
Archives

Model This Week