ଔଷଧ ଦୋକାନରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଲି

କଟକ ଅଫିସ, ୨୫ା୩: କରୋନା ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ଆଉ ଯଦି କୌଣସି ଔଷଧ ଏହା ଭଲ ହେବା ପାଇଁ ଶୁଣିବାକୁ ମିଳୁଛି ତାହା ବଜାରରୁ ଗାଏବ ହୋଇଯାଇଛି। କିଛିଦିନ ପୂର୍ବେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର)ଗବେଷକମାନେ ମ୍ୟାଲେରିଆ ପାଇଁ ଉର୍ଦ୍ଦିଷ୍ଟ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ କିମ୍ବା ରୋଗୀଙ୍କ ସଂସ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କ ପ୍ରତିଷେଧକ ଚିକିତ୍ସା ଭାବେ ବ୍ୟବହାର କରାଯାଇପାରିବ ବୋଲି ମତ ରଖିଥିଲେ। ଫଳରେ ସାଧାରଣ ଜନତା ଏହି ଔଷଧର ବ୍ୟବହାର ଓ ପାର୍ଶ୍ୱ ପ୍ରତିକ୍ରିୟାକୁ ଭଲ ଭାବେ ନ ବୁଝି କିଣିବା ଯୋଗୁ ବଜାରରୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସମସ୍ତ ବ୍ରାଣ୍ଡ ଖାଲି ହୋଇଯାଇଛି। କିନ୍ତୁ ଏହି ଔଷଧ ବ୍ୟବହାର କରିବା ପରେ ଜଣେ ଯେ ନିଶ୍ଚିତ ରୂପେ କରୋନା ସଂକ୍ରମଣର ଶିକାର ହେବ ନାହଁି ତାହା କହିବା ଠିକ୍‌ ହେବ ନାହଁି ବୋଲି ମେଡିସିନ ସ୍ପେଶାଲିଷ୍ଟ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି। ଏବେ ଏହି ଔଷଧ ଅନାବଶ୍ୟକଭାବେ ସରକାରୀ ଡାକ୍ତରଖାନାରେ କାହାରିକୁ ଦିଆଯାଉ ନ ଥିବା କାରଣରୁ ହସ୍ପିଟାଲ ଫାର୍ମାସୀଗୁଡିକରେ ଉପଲବ୍ଧ ଅଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଲାଗିବ ଡପ୍‌ଲାର ରାଡାର

ଭୁବନେଶ୍ୱର,୨ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ସହରାଞ୍ଚଳ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢାଇଲାଣି। ଜଳବାୟୁ ପରିବର୍ତ୍ତନକୁ...

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ...

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୩।୫(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର...

ଲକ୍‌ଡାଉନ୍‌ ନିୟମ କୋହଳ କରିବାର ସମୟ ଆସିନାହିଁ, ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା: ବାଗ୍‌ଚୀ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’...

ଅମିତ ଶାହଙ୍କ ସହ କଥା ହେଲେ ଗଜପତି ମହାରାଜା

ପୁରୀ ଅଫିସ୍‌,୨୨।୧: ପୁରୀ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋଟ୍‌ଙ୍କ ରାୟ ଆଜି ଆସିବ। ରାୟ ଆସିବା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ,...

‘ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ବିଜୁଳି ଯୋଗାଅ’

ଭୁବନେଶ୍ୱର,୬ା୫(ବ୍ୟୁରୋ): ବିଧାନସଭା ବିଦ୍ୟୁତ୍‌ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ୍‌ ସମସ୍ୟା ସୁଧାର...

ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼

ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି...

Advertisement
Archives

Model This Week