Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ ବିପକ୍ଷ ସୀମିତ ଓଭର ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନ ନାହିଁ। ଜୁଲଇ ୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀଙ୍କ ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୩୮ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଛି। ଚୟନକର୍ତ୍ତାମାନଙ୍କ ବୈଠକ ଜୁଲାଇ ୧୯ରେ ମୁମ୍ବାଇରେ ବସିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ମୁଁ ଯଦି କହିବି ଧୋନୀ ବିଶ୍ୱକପ୍‌ରେ ଭଲ ଖେଳିଥିଲେ ବୋଲି ତେବେ କେତେକେ କହିବେ ସେ ମୋ ନିଜ ଲୋକ ବୋଲି। ତେଣୁ ଧୋନୀ ଏ ସମ୍ପର୍କରେ ନିଜେ ଯହା ନିଷ୍ପତ୍ତି ନେବେ। ଏଠାରେ ପ୍ରଶାସକ କମିଟି (ସିଓଏ) ବୈଠକ ପରେ ବିସିସିଆଇ ଅଫିସିଆଲ ଜଣଙ୍କ ଏକଥା କହିଛନ୍ତି। ତିନୋଟି ୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆକୁ ନେଇ ଖେଳାଯିବାକୁଥିବା ସୀମିତ ଓଭର ସିରିଜ ପାଇଁ ଅଧିନାୟକ ବିରାଟ କୋହଲି ଏବଂ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ପରେ ଖେଳାଯିବାକୁଥିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ଉଭୟେ ଭାରତୀୟ ଦଳ ସହିତ ଯୋଗଦେବେ। ଆହୁରି ମଧ୍ୟ ଓପନର ଶିଖର ଧାଓ୍ବନ ଏହି ଟୁର୍‌ ପାଇଁ ଉପଲବ୍ଧ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶ୍ୱକପ୍‌ ବେଳେ ତାଙ୍କର ଏକ ବୃଦ୍ଧାଙ୍ଗୁଳିରେ ଆଘାଲ ଲାଗିବରୁ ଟୁର୍ନାମେଣ୍ଟ ମଝିରୁ ସେ ବାଦ୍‌ ପଡ଼ିଥିଲେ। ମାଞ୍ଚେଷ୍ଟର ସେମିଫାଇନାଲରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବ ଲାଗି ବିନୋଦ ରୟଙ୍କ ନେତୃତ୍ୱାଧୀନ ପ୍ରଶାସକ କମିଟିର ଏହା ଥିଲା ପ୍ରଥମ ବୈଠକ। ସିଇଓ ରାହୁଲ ଜୋହରି ଲଣ୍ଡନରୁ ଭିଡିଓ କନଫରେନି୍ସଂ ଜରିଆରେ ଏହି ବୈଠକରେ ଭାଗ ନେଇଥିଲେ।
ସୁନୀଲ ଗାଭାସ୍କରଙ୍କ ଭଳି ପୂର୍ବତନ ମହାନ୍‌ ଖେଳାଳି ବିସିସିଆଇର କାର୍ଯ୍ୟଶୈଳିକୁ ନେଇ ପ୍ରଶ୍ନ ଉଠଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ କେଉଁ କାରଣରୁ ଧୋନୀ ଓ ଶିଖର ଧାଓ୍ବନଙ୍କୁ ଘରୋଇ କ୍ରିକେଟରୁ ଓହରିଯିବା ଲାଗି ଅନୁମତି ଦେଇଥିଲା। ସେମାନେ ନିଜ ଇଚ୍ଛାରେ ଓହରିଯାଇଥିଲେ ନା ସେମାନଙ୍କୁ ବିସିସିଆଇ କହିଥିଲା। ପୁନଶ୍ଚ ସେମାନେ ଏ ବିଷୟରେ ଚୟନକର୍ତ୍ତାମାନଙ୍କୁ ଅବଗତ କରିଥିଲେ ନା ନାହିଁ। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲର ସମସ୍ତ ଗେମ୍‌ ଖେଳିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେହି ହେଲେ ବିଶ୍ରାମ ନେବା କଥା ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri