Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ ବିପକ୍ଷ ସୀମିତ ଓଭର ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନ ନାହିଁ। ଜୁଲଇ ୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀଙ୍କ ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୩୮ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଛି। ଚୟନକର୍ତ୍ତାମାନଙ୍କ ବୈଠକ ଜୁଲାଇ ୧୯ରେ ମୁମ୍ବାଇରେ ବସିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ମୁଁ ଯଦି କହିବି ଧୋନୀ ବିଶ୍ୱକପ୍‌ରେ ଭଲ ଖେଳିଥିଲେ ବୋଲି ତେବେ କେତେକେ କହିବେ ସେ ମୋ ନିଜ ଲୋକ ବୋଲି। ତେଣୁ ଧୋନୀ ଏ ସମ୍ପର୍କରେ ନିଜେ ଯହା ନିଷ୍ପତ୍ତି ନେବେ। ଏଠାରେ ପ୍ରଶାସକ କମିଟି (ସିଓଏ) ବୈଠକ ପରେ ବିସିସିଆଇ ଅଫିସିଆଲ ଜଣଙ୍କ ଏକଥା କହିଛନ୍ତି। ତିନୋଟି ୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆକୁ ନେଇ ଖେଳାଯିବାକୁଥିବା ସୀମିତ ଓଭର ସିରିଜ ପାଇଁ ଅଧିନାୟକ ବିରାଟ କୋହଲି ଏବଂ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ପରେ ଖେଳାଯିବାକୁଥିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ଉଭୟେ ଭାରତୀୟ ଦଳ ସହିତ ଯୋଗଦେବେ। ଆହୁରି ମଧ୍ୟ ଓପନର ଶିଖର ଧାଓ୍ବନ ଏହି ଟୁର୍‌ ପାଇଁ ଉପଲବ୍ଧ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶ୍ୱକପ୍‌ ବେଳେ ତାଙ୍କର ଏକ ବୃଦ୍ଧାଙ୍ଗୁଳିରେ ଆଘାଲ ଲାଗିବରୁ ଟୁର୍ନାମେଣ୍ଟ ମଝିରୁ ସେ ବାଦ୍‌ ପଡ଼ିଥିଲେ। ମାଞ୍ଚେଷ୍ଟର ସେମିଫାଇନାଲରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବ ଲାଗି ବିନୋଦ ରୟଙ୍କ ନେତୃତ୍ୱାଧୀନ ପ୍ରଶାସକ କମିଟିର ଏହା ଥିଲା ପ୍ରଥମ ବୈଠକ। ସିଇଓ ରାହୁଲ ଜୋହରି ଲଣ୍ଡନରୁ ଭିଡିଓ କନଫରେନି୍ସଂ ଜରିଆରେ ଏହି ବୈଠକରେ ଭାଗ ନେଇଥିଲେ।
ସୁନୀଲ ଗାଭାସ୍କରଙ୍କ ଭଳି ପୂର୍ବତନ ମହାନ୍‌ ଖେଳାଳି ବିସିସିଆଇର କାର୍ଯ୍ୟଶୈଳିକୁ ନେଇ ପ୍ରଶ୍ନ ଉଠଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ କେଉଁ କାରଣରୁ ଧୋନୀ ଓ ଶିଖର ଧାଓ୍ବନଙ୍କୁ ଘରୋଇ କ୍ରିକେଟରୁ ଓହରିଯିବା ଲାଗି ଅନୁମତି ଦେଇଥିଲା। ସେମାନେ ନିଜ ଇଚ୍ଛାରେ ଓହରିଯାଇଥିଲେ ନା ସେମାନଙ୍କୁ ବିସିସିଆଇ କହିଥିଲା। ପୁନଶ୍ଚ ସେମାନେ ଏ ବିଷୟରେ ଚୟନକର୍ତ୍ତାମାନଙ୍କୁ ଅବଗତ କରିଥିଲେ ନା ନାହିଁ। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲର ସମସ୍ତ ଗେମ୍‌ ଖେଳିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେହି ହେଲେ ବିଶ୍ରାମ ନେବା କଥା ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri