Posted inଖେଳ

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଏହି ବାଉଟ୍‌ ବେଳେ ସେ ତାଙ୍କ ଡାହାଣ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଫେବୃୟାରୀ ୨୨ରେ ଡେନ୍‌ଟଏ ଓ୍ବାଇଲ୍ଡର ବିପକ୍ଷ ହେଭିଓ୍ବେଟ୍‌ ରି-ମ୍ୟାଚ ଆୟୋଜନରେ ବିଳମ୍ବ ଘଟିପାରେ। ତାଙ୍କ ପ୍ରମୋଟର ଫ୍ରାଙ୍କ ଓ୍ବାରେନ ସୂଚନା ଦେଇଛନ୍ତି। ଆଖିରେ ଗୁରୁତର କ୍ଷତ ସତ୍ତ୍ୱେ ୩୧ ବର୍ଷୀୟ ଫ୍ୟୁରୀ ଲଢିଥିଲେ। ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଫ୍ୟୁରୀ ଯଦି ଶୀଘ୍ର ସୁସ୍ଥ ହୁଅନ୍ତି ତେବେ ରି-ମ୍ୟାଚ ନିର୍ଦ୍ଧାରିତ ଦିନ ହେବ ବୋଲି ଓ୍ବାରେନ ପ୍ରକାଶ କରିଛନ୍ତି। ଫାଇଟ୍‌ ସମୟରେ ଫ୍ୟୁରୀ ୩୦-୧ରେ ଫେଭରାଇଟ୍‌ ଥିଲେ। ତୃତୀୟ ରାଉଣ୍ଡରେ ଅଧିକ କ୍ଷତାକ୍ତ ହେବାରୁ ବାଉଟ୍‌ରୁ ସେ ଓହରିଯିବା ସମ୍ଭାବନା ଦେଖା ଦେଇଥିଲା। ମାତ୍ର ମୁହଁ ରକ୍ତାକ୍ତ ଦେଖାଯାଉଥିଲେ ମଧ୍ୟ ଫ୍ୟୁରୀ ତାଙ୍କ ଲଢେଇ ଜାରି ରଖିଥିଲେ। ଶେଷରେ ୩ଜଣ ରିଙ୍ଗ୍‌ସାଇଡ୍‌ ଜଜ୍‌ ୧୧୮-୧୧୦, ୧୧୭-୧୧୧ ଏବଂ ୧୧୬-୧୧୨ ସ୍କୋରରେ ଫ୍ୟୁରୀଙ୍କୁ ବିଜୟୀ ଘୋଷଣା କରିଥିଲେ। ବାଉଟ୍‌ ପରେ ଓ୍ବାଲିନ କହିଛନ୍ତି ମୁକାବିଲା ଜିତିବା ଲାଗି ମୁଁ ସମସ୍ତ ପ୍ରକାର ଚେଷ୍ଟା କରି ମଧ୍ୟ ବିଫଳ ହେଲି। ପ୍ରକୃତରେ ଫ୍ୟୁରି ଜଣେ ମହାନ ଫାଇଟର। ଅନ୍ୟପକ୍ଷରେ ଫ୍ୟୁରି କହିଛନ୍ତି, ଦୃଢ ସଂକଳ୍ପ ଯୋଗୁ ଗୁରୁତର ଆହତ ସତ୍ତ୍ୱେ ମୁଁ ବିଜୟ ଲାଭ କରିପାରିଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୩୧୪/୮

ସେଞ୍ଚୁରିଅନ୍‌,୧।୩: ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଓପନର ଏଡେନ ମାରକ୍ରମଙ୍କ ଶତକ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ସିନ୍ଧୁଙ୍କ ବିଦାୟ

ବର୍ମିଂହାମ୍‌, ୧୪ା୩ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ବିଦାୟ ନେଇଛନ୍ତି। ବର୍ମିଂହାମ୍‌ ଆରେନାରେ ଶୁକ୍ରବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ...

କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଶତକ: କୋଲକାତାକୁ ୨୧୧ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ...

ଅଭିଷେକଙ୍କ ସଫଳତା ପଛରେ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର,୨ା୧(ସ୍ପୋଟର୍‌ସ ବ୍ୟୁରୋ): ବିଗତ ବର୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ପାଇଁ ପଦାର୍ପଣ କରିଥିଲେ ଫରଓ୍ବାର୍ଡ ଖେଳାଳି ଅଭିଷେକ। ମନଦୀପ ସିଂ,...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା...

ଆଇପିଏଲ୍‌ରେ ଇତିହାସ ରଚିଲେ ଉମରାନ୍‌

ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ...

ଅକ୍ଟୋବର ୨୪ରେ ସୋସିଆଲ ମିଡିଆରୁ ଗାଏବ ହୋଇଯିବେ ସାନିଆ ମିର୍ଜା: ଜାଣନ୍ତୁ କାହିଁକି

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟେନିସ...

ଛକା, ଚୌକା ବର୍ଷା କଲେ ଡୁ’ପ୍ଲେସି, କାର୍ତ୍ତିକ

ମୁମ୍ବାଇ,୨୭।୩: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ପଞ୍ଜାବ କଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୮୮ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି ନୂଆ...

Advertisement
Archives

Model This Week