Posted inଖେଳ

ଓ୍ବାର୍ମଅପ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ

ସାଉଥମ୍ପଟନ୍‌, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ଉଇକେଟ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୪୯.୨ ଓଭରରେ ୨୨୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ଏକଦା ୬ ଉଇକେଟ୍‌ ହରାଇ ୧୦୪ ରନ କରିଥିଲା। କିନ୍ତୁ କାର୍ଲୋସ ବାର୍ଥଓ୍ବେଟ୍‌ (୬୦ ରନ) ଓ ସୁନୀଲ ଆମ୍ବ୍ରିସ (୩୭) ଶେଷ ଭାଗରେ ଉପଯୋଗୀ ଇନିଂସ ଖେଳି ଦଳର ସମ୍ମାନ ରକ୍ଷା କରିଥିଲେ। ଓପନର୍‌ ଏଭିନ ଲୁଇସ ୫୦ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମିଚେଲ୍‌ ଷ୍ଟାର୍କ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୮.୨ ଓଭରରେ ୩ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟିଭ ସ୍ମିଥ୍‌ ସର୍ବାଧିକ ୭୬ ରନ କରିଥିବାବେଳେ ଶନ୍‌ ମାର୍ଶ (୫୫), ଅଧିନାୟକ ଆରୋନ ଫିଞ୍ଚ୍‌ (୪୨) ଦଳକୁ ଜିତାଇବାରେ ସହାୟକ ହୋଇଥିଲେ। ତେବେ ଓପର୍‌ ଉସମାନ ଖ୍ବାଜା ୫ ରନ କରି ବ୍ୟାଟିଂ କରୁଥିବାବେଳେ ୨ୟ ଓଭରରେ ଆନ୍ଦ୍ରେ ରସେଲଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଷ୍ଟ ଆଣ୍ଡ ଫ୍ୟୁରିୟସ ହେଲେ ଏହି କ୍ରିକେଟର

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ପୁଣି ଥରେ ଚର୍ଚ୍ଚାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଯୁବରାଜଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ...

ପଞ୍ଚମ ସ୍ଥାନରେ ରାହୁଲ ସବୁଠୁ ସଫଳ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟିଂ କ୍ରମର ଯେକୌଣସି ସ୍ଥାନରେ ଭଲ ପ୍ରଦର୍ଶନ କରୁଛନ୍ତି। ଏପରି କି ଟିମ୍‌ ଇଣ୍ଡିଆରେ...

ପଞ୍ଜାବ କିଙ୍ଗ୍ସ ଜର୍ସି ଉନ୍ମୋଚିତ: ଖେଳାଳି ପିନ୍ଧିବେ ସୁନେଲି ହେଲ୍‌ମେଟ

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୪ତମ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ନୂଆ ଜର୍ସି ଉନ୍ମୋଚନ କରିଛି। ନୂଆ କଳେବର ସହ ଉନ୍ମୋଚିତ...

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ...

୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ

ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ...

ଅନ୍‌ଲାଇନ୍‌ ଚେସ୍‌: ନିପୁନ ଚାମ୍ପିୟନ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ୯ମ ଅନ୍‌ଲାଇନ୍‌ ଚେସ୍‌ରେ ନିପୁନ ଆଦିତ୍ୟ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୨୦୧୯ରେ ରାଜ୍ୟ ବଧିର...

ହର୍ଶଲଙ୍କୁ କୋହଲିଙ୍କ ପ୍ରଶଂସା

ଚେନ୍ନାଇ,୧୧।୪(ପି.ଟି.): ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ହର୍ଶଲ ପଟେଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ବଲ୍‌ରେ...

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ...

Advertisement


Archives

Model This Week