Posted inଖେଳ

ଓ୍ବାର୍ନର, ସ୍ମିଥ୍‌ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ

ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍‌ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍‌ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ମ୍ୟାଚବେଳେ ବଲ୍‌ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ଏକ ବର୍ଷ ଧରି ବାସନ୍ଦ ଦଣ୍ଡ ଭୋଗିବା ପରେ ଚଳିତ ମାସ ପ୍ରାରମ୍ଭରେ ଓ୍ବାର୍ନର ଓ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟଙ୍କ ବାସନ୍ଦ ଦଣ୍ଡ ମିଆଦ ମାର୍ଚ୍ଚ ୨୯ରେ ଶେଷ ହୋଇଛି। ଓ୍ବାର୍ମଅପ୍‌ ମ୍ୟାଚରେ ଟସ୍‌ ହାରି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବାବେଳେ ଦର୍ଶକଙ୍କ ଆଡୁ ନାନା ଟାହୁଲି ଟାପରା ଶୁଣିବାକୁ ମିଳିଥିଲା। ”ଗେଟ୍‌ ଅଫ୍‌ ଓ୍ବାର୍ନର ୟୁ ଚିଟ୍‌’ ବୋଲି ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳିଥିଲା। ଓ୍ବାର୍ନର ୪୩ ରନ କରି ଆଉଟ ହୋଇଥିଲେ। ୧୭ତମ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୮୨ ରନ କରିଥିବାବେଳେ ସ୍ମିଥ୍‌ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ଦର୍ଶକଙ୍କଠାରୁ ଅଧିକ ଟିପ୍ପଣୀ ଶୁଣିବାକୁ ମିଳିଥିଲା। ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସୁଥିବାବେଳେ କେତେଜଣ ତାଙ୍କୁ ”ଚିଟ୍‌,ଚିଟ୍‌, ଚିଟ୍‌“ ବୋଲି କହିଥିଲେ। ତେବେ ସେ ସମୟରେ ଜଣେ ଅଷ୍ଟ୍ରେଲୀୟ ସମର୍ଥକ ”ଗେଟ୍‌ ‘ଏମ୍‌ ଷ୍ଟିଭ୍‌!“ ବୋଲି କହି ସ୍ମିଥ୍‌ଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ସ୍ମିଥ୍‌ ଅର୍ଦ୍ଧ ଶତକ ହାସଲ କରିବା ମାତ୍ରେ ତାଙ୍କ ପ୍ରତି ଆକ୍ଷେପମୂଳକ ଟିପ୍ପଣୀ କମ୍‌ ଶୁଣାଯାଇଥିଲା ଏବଂ ବ୍ୟାଟିଂ ପାଇଁ ସାବାସୀ ଶୁଣିବାକୁ ମିଳିଥିଲା। ମ୍ୟାଚରେ ଟପ୍‌ ସ୍କୋର ସ୍ମିଥ୍‌ ୧୦୨ ବଲ୍‌ରେ ୧୧୬ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୨୯୭ ରନ କରିଥିଲା। ଇଂଲଣ୍ଡ ଗତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଅନ୍‌ଅଫିସିଆଲ ମ୍ୟାଚ ଖେଳିଥିଲା। ସେଦିନ ଷ୍ଟାଡିୟମରେ ମାତ୍ର ୩୦ଜଣ ଦର୍ଶକ ଉପସ୍ଥିତ ଥିଲେ। ମାତ୍ର ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଞ୍ଚି ଟେଷ୍ଟରେ ହାରିବା ପରେ ନିରାଶ ଅଛନ୍ତି ବେନ ଷ୍ଟୋକ୍ସ, ମ୍ୟାଚ ପରେ କହିଲେ କେଉଁଠି ରହିଥିଲା ତ୍ରୁଟି

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏହି ଟେଷ୍ଟରେ ଏପରି ଅନେକ ମୁହୂର୍ତ୍ତ ଥିଲା ଯେତେବେଳେ ଲାଗୁଥିଲା ଯେ...

ଭାରତର ସିରିଜ୍‌ ବିଜୟ ପରେ ଏମିତି ପ୍ରତିକ୍ରିୟା ଦେଇ ହୃଦୟ ଜିତିଲେ ବିରାଟ କୋହଲି

ରାଞ୍ଚି,୨୬।୨: ଟିମ ଇଣ୍ଡିଆର ତାରକା କ୍ରିକେଟର ବିରାଟ କୋହଲି ଯୁବ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷରେ ବିଜୟର ଶ୍ରେୟ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସିରିଜରୁ ବାହାରିଥିବା ବିରାଟ...

ପିତା କାରଗିଲରେ ବନ୍ଧୁକ ଚଳାଇ, ପୁଅ ରାଞ୍ଚିରେ ରନ ବର୍ଷା କରି ରଖିଲେ ଭାରତ ମାତାର ଟେକ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତ ଜିତିଛି। ଏହି ଟେଷ୍ଟ ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ ଟେଷ୍ଟ ସିରିଜ ମଧ୍ୟ ଟିମ ଇଣ୍ଡିଆ ନାଁରେ...

୨୨ ବର୍ଷୀୟ ଜଶସ୍ବୀ ଜୟସ୍ବାଲ କଲେ ‘ବିରାଟ’ ରେକର୍ଡ, ହେଲେ କୋହଲିଙ୍କ ସମକକ୍ଷ

ରାଞ୍ଚି,୨୬।୨: ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜଶସ୍ବୀ ଜୟସ୍ବାଲ ୪୪ ବଲରେ ୩୭ ରନ ଖେଳିଥିଲେ। ଏହି ଇନିଂସ ସହ ସେ...

ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ୧୯୨ ରନ ଲକ୍ଷ୍ୟ ରହିଛି। ପ୍ରଥମ ୱିକେଟ ପାଇଁ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ...

ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ

ରାଞ୍ଚି,୨୬।୨: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୦ ରନ ସ୍କୋର...

Video: ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଏହି ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ନୀରଜ

ନୂଆଦିଲ୍ଲୀ,୨୬।୨: ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନୀରାଜ ଚୋପ୍ରାଙ୍କ ଚିନ୍ତା ବଢିଯାଇଛି। ଜର୍ମାନୀର ୧୯ ବର୍ଷୀୟ ମ୍ୟାକ୍ସ ଡିହନିଙ୍ଗ ୨୫ ଫେବୃଆରୀ ରବିବାର ହାଲରେ...

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri