ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି ସିଫ୍ଟରେ ଏହାକୁ କରାଯିବ। ଏଥିପାଇଁ ପାରିଶ୍ରମିକ ମଧ୍ୟ ଅଧିକ ମିଳିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପରେ ରାଜ୍ୟ ସରକାର ୨୩ ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପରେ ୨୪ ମାର୍ଚ୍ଚରୁ ସର୍ବଭାରତୀୟସ୍ତରରେ ଲକ୍‌ଡାଉନ୍‌ କରାଯାଇଥିଲା। ୨୨ ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ଥିବା ବୃହତ୍ତ, ମଧ୍ୟମ ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଉତ୍ପାଦନ କମିଥିବା ଦେଖାଯାଇଛି। ଏହାକୁ ନେଇ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ସରକାରଙ୍କୁ କାମ କରିବା ସମୟସୀମାକୁ କୋହଳ କରିବା ପାଇଁ କୁହାଯାଇଥିଲା। ତେବେ ପୁଣିଥରେ ରାଜ୍ୟରେ ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ କାମ କରିବାର ସମୟସୀମାକୁ କୋହଳ କରିଛନ୍ତି। ପ୍ରଥମେ ବୟସ୍କ ଶ୍ରମଜୀବୀ ୮ ଘଣ୍ଟା ପର୍ଯ୍ୟନ୍ତ ଦିନକୁ ହିସାବରେ ୪୮ଘଣ୍ଟା ସପ୍ତାହକୁ କାମ କରୁଥିଲେ। ବର୍ତ୍ତମାନ ଏହାକୁ ସରକାର କୋହଳ କରି ଦିନକୁ ୧୨ ଘଣ୍ଟା କରାଯାଇଛି ଏବଂ ସପ୍ତାହକୁ ୭୨ ଘଣ୍ଟା କରାଯାଇଛି। ଗୋଟିଏ ସିଫ୍ଟ ୬ ଘଣ୍ଟାର ରହିଛି। ଏହାପରେ ଅଧଘଣ୍ଟା ବିରତି ଦିଆଯିବ। ଏହାଛଡ଼ା ମହିଳା ଶ୍ରମଜୀବୀମାନେ ରାତି ୭ଟା ପରଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଯଦି ସ୍ବତନ୍ତ୍ର ପରମିଶନ ନାହିଁ ତେବେ କାମ କରିବେ ନାହିଁ। ଅଧିକ କାର୍ଯ୍ୟ ସମୟ ପାଇଁ ଅଧିକ ୪ ଘଣ୍ଟାର ଦରମା ମିଳିବ। ସପ୍ତାହରେ ଜଣେ ଅତି ବେଶି ୨୪ ଘଣ୍ଟାର ଓଭରଟାଇମ୍‌ ରହିପାରିବେ। ଏଥିରେ କୋଭିଡର ଗାଇଡଲାଇନ ପାଳନ ନେଇ ନଜର ରଖାଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri