‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’ ଚଳିତବର୍ଷ ଓସ୍କାର ଆଓ୍ବାର୍ଡ ପାଇଁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରି ଥିଲା। ୯୨ତମ ଏକାଡେମୀ ଆଓ୍ବାର୍ଡ ପାଇଁ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ ‘ଗଲି ବୟ’ର ନାମ ନ ଥିଲା। ଏହାପରେ ଫିଲ୍ମଟି ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବା ସ୍ପଷ୍ଟ ହୋଇଛି।
ଚଳିତବର୍ଷ ଫେବୃୟାରୀ ୧୪ରେ ‘ଗଲି ବୟ’ ରିଲିଜ୍‌ ହୋଇଥିଲା। ଫିଲ୍ମରେ ରଣବୀର ସିଂ, ଆଲିୟା ଭଟ୍ଟ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୟକୁ ଚାରିଆଡ଼ୁ ଖୁବ୍‌ ପ୍ରଶଂସା ମିଳିଥିଲା। ସିନେ-ସମୀକ୍ଷକ ଓ ଦର୍ଶକ ଉଭୟେ ଫିଲ୍ମକୁ ପସନ୍ଦ କରିଥିଲେ। ଫିଲ୍ମର କାହାଣୀ ସହିତ ଗୀତ ମଧ୍ୟ ସୁପର୍‌ହିଟ୍‌ ରହିଥିଲା। ବସ୍ତି ଅଞ୍ଚଳର ଏକ ଯୁବ ରାପର୍‌ଙ୍କ କାହାଣୀକୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଅନେକ ବିଚାରବିମର୍ଶ ପରେ ଫିଲ୍ମକୁ ଓସ୍କାର ଆଓ୍ବାର୍ଡ ଲାଗି ଭାରତ ପକ୍ଷରୁ ପଠାଇବାକୁ ସ୍ଥିର କରାଗଲା। ଏଥିପାଇଁ ସିନେପ୍ରେମୀ ଆଶାବାଦୀ ଥିବା ସହ ଉତ୍ସାହିତ ମଧ୍ୟ ଥିଲେ। ହେଲେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଭାରତୀୟ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ‘ଓସ୍କାର ଆଓ୍ବାର୍ଡ’ର ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ମୋଟ ୯୧ଟି ଫିଲ୍ମ ଏଣ୍ଟ୍ରି ହୋଇଥିବାବେଳେ ଚୂଡ଼ାନ୍ତ ତାଲିକାରେ କେବଳ ୧୦ଟି ଫିଲ୍ମକୁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ନେଇ କିଛି ଭିନ୍ନ ସ୍ବପ୍ନ ଦେଖିଥିଲେ ଶ୍ରୀଦେବୀ, ଜାଣନ୍ତୁ…

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ମଧ୍ୟରୁ ଜାହ୍ନବୀ କପୁର ଅନ୍ୟତମ। ଖୁବ ଶୀଘ୍ର ଜାହ୍ନବୀ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ବଲିଉଡ୍‌ରେ...

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ...

ପିତା ପୁତ୍ରଙ୍କ ସ୍ୱର-ତାଳ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି

ମୁମ୍ବାଇ: ସୋସିଆଲ ମିଡିଆରେ କ’ଣ କେତେବେଳ ଭାଇରାଲ ହେଉଛି ତାହା କହିବା ମୁସ୍କିଲ । ଏବେ ଜଣେ ପିତା-ପୁତ୍ରଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।...

ଡିମ୍ପଲଙ୍କୁ ୬୩ ବର୍ଷ: ୧୬ ବର୍ଷ ବୟସରେ ବବି ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାରଡମ୍‌ କରିଥିଲେ ହାସଲ

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ କପାଡ଼ିଆ ସୋମବାର ୬୩ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ...

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

ବାହାଘର ପାଇଁ ଶପିଙ୍ଗ ଆରମ୍ଭ କଲେଣି ଆଲିଆ!

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି । ଏବେ ସବୁଠୁ...

ଟ୍ରୋଲ୍‌ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା

ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ...

Advertisement
Archives

Model This Week