Posted inଖେଳ

ଓସାକା, ଥିମ୍‌, ସେରେନା, ଜୋକୋଭିଚ୍‌ଙ୍କ ବିଜୟ

ପ୍ୟାରିସ, ୩୧ା୫ (ଏଏଫ୍‌ପି)-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଗୁରୁବାର ଟପ୍‌ ସିଡ୍‌ ନାଓମି ଓସାକା ଓ ୨୪ତମ ଗ୍ରାଣ୍ଡସ୍ଲାମ ରେକର୍ଡ ଟାଇଟଲ ସମକକ୍ଷ ଲକ୍ଷ୍ୟରେ ଥିବା ସେରେନା ଓ୍ବିଲିୟମ୍ସ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ତଥା ବିଶ୍ୱର ନମ୍ବର ଓ୍ବାନ ନୋଭାକ ଜୋକୋଭିଜ ଏବଂ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ସେମାନଙ୍କ ମ୍ୟାଚରେ ବିଜୟ ସହ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଓସାକା କ୍ରମାଗତ ଦ୍ୱିତୀୟ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିବାବେଳେ ୨୦୧୮ ପୁରୁଷ ସିଙ୍ଗଲ୍ସ ରନର୍ସଅପ୍‌ ଡୋମିନିକ୍‌ ଥିମ୍‌ ଏକ ୪ସେଟ୍‌ ବିଶିଷ୍ଟ ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ୟୁଏସ୍‌ ଓପନ ଏବଂ ଅଷ୍ଟ୍ରେଲିଆନ ଓପନ୍‌ ପରେ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ଲକ୍ଷ୍ୟରେ ରହିଥିବା ବିଶ୍ୱର ନମ୍ବର ଓ୍ବାନ ଓସାକା ପ୍ରଥମ ସେଟ୍‌ରେ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ୪-୬, ୭-୫, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଏହି ଖେଳାଳି ଆନ୍ନା କାରୋଲିନା ସ୍କିମିଡ୍‌ଲୋଭାଙ୍କ ବିପକ୍ଷ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ମଧ୍ୟ ପ୍ରତ୍ୟାବର୍ତ୍ତନ ସହ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ। ଅଷ୍ଟ୍ରିଆର ଥିମ୍‌ ପୁରୁଷ ସିଙ୍ଗଲ୍ସରେ କାଜାଖସ୍ତାନର ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି କ୍ରମାଗତ ଚତୁର୍ଥ ବର୍ଷ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ୫ ସେଟ୍‌ ବିଶିଷ୍ଟ ମ୍ୟାଚକୁ ୬-୩, ୬-୭ (୬/୮), ୬-୩, ୭-୫ରେ ଜିତି ନେଇଥିଲେ। ୩୭ ବର୍ଷୀୟ ସେରେନା ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜାପାନିଜ କ୍ୱାଲିଫାୟର କୁରୁମି ନାରାଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଥର ସମସ୍ତ ଗ୍ରାଣ୍ଡସ୍ଲାମ ଜିତିବାରେ ଦ୍ୱିତୀୟ ଖେଳାଳି ହେବା ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ ସୁଇସ୍‌ ଖେଳାଳି ହେନରୀ ଲାକ୍‌ସୋନେନ୍‌ଙ୍କୁ ୬-୧, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ ପାଇଁ ଗୁରୁବାର ଥିଲା ଭାବପ୍ରବଣ ଦିବସ। ଦର୍ଶକ ଗ୍ୟାଲେରୀରେ ତାଙ୍କ ୪ ବର୍ଷର ପୁଅ ଷ୍ଟିଫାନଙ୍କ ଉପସ୍ଥିତିରେ ସେ ଏହି ମ୍ୟାଚ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri