Posted inଖେଳ

ଓମାନ ଓପନ୍‌ ଟିଟି: ଚନ୍ଦ୍ରା ଚାମ୍ପିୟନ

ମସ୍କଟ, ୧୫ା୩ (ପି.ଟି.)-ଭାରତର ଉଦୀୟମାନ ଟେବୁଲ ଟେନିସ (ଟିଟି) ଖେଳାଳି ଜିତ୍‌ ଚନ୍ଦ୍ରା ୨୧ବର୍ଷରୁ କମ୍‌ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଟିଟି ଖେଳାଳି ମାନବ ଠକ୍କରଙ୍କୁ ୧୧-୬, ୧୧-୭, ୧୩-୧୧ ସିଧାସଳଖ ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏହି ଅଲ୍‌ ଇଣ୍ଡିଆ ଫାଇନାଲ ମାତ୍ର ୨୪ ମିନିଟ୍‌ରେ ଶେଷ ହୋଇଯାଇଥିଲା। ୨୧ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲକୁ ୪ ଜଣ ଭାରତୀୟ ଉନ୍ନୀତ ହୋଇଥିଲେ। ଚନ୍ଦ୍ରା ଓ ଠକ୍କରଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ହେଲେ ମାନୁଷ ଶାହା ସୁରଭାଜୁଲା ସ୍ନେହିତ୍‌। ପୂର୍ବରୁ ଅନୁଷ୍ଠିତ ସିନିୟର ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରରେ ଭାରତର ଅଚନ୍ତା ଶରଥ କମଲ ବେଲାରୁଷର ଆଲେକ୍‌ସାଣ୍ଡର ଖାନିନ୍‌ଙ୍କୁ ହରାଇ ଦେଇଥିଲେ। ଭାରତର ଅନ୍ୟ ଜଣେ ଖେଳାଳି ହରମିତ୍‌ ଦେଶାଇ ମଧ୍ୟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେ ଇଜିପ୍ଟର ଓମାର ଆସାରଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ୩ ଭାରତୀୟ ଯୋଡି ଡବଲ୍ସ ସେମିଫାଇନନାଲକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଧାରଣତନ୍ତ୍ର ଦିବସରେ ଟିମ୍‌ ଇଣ୍ଡିଆର ଭେଟି

ଅକ୍‌ଲାଣ୍ଡ,୨୬।୧- ଦେଶର ୭୧ତମ ସାଧାରଣତନ୍ତ୍ର ଦିବସରେ ବିଜୟ ଭେଟି ଦେଇଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ଇଡେନ ପାର୍କରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ...

୩ ଦିନିଆ ଅଭ୍ୟାସ ମ୍ୟାଚ୍‌: ଭାରତ ବିପକ୍ଷରେ ଖେଳିଲେ ଆଭେସ, ଓ୍ବାଶିଂଟନ

ଡରହାମ,୨୧।୭: ଚେଷ୍ଟର-ଲି- ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ ଗ୍ରାଉଣ୍ଡରେ ଭାରତ ଓ ଫାଷ୍ଟକ୍ଲାସ କାଉଣ୍ଟି ଏକାଦଶ ଟିମ୍‌ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।...

ଶାହାଙ୍କୁ ଡ୍ରାଭିଡ୍‌ କିଛି ଭୁଲ କହି ନାହାନ୍ତି

ନୂଆଦିଲ୍ଲୀ,୨୪।୨: ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ କଥା ଚିନ୍ତା କରିବାକୁ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌। ଏହି ଘଟଣାରେ ମୁଖ୍ୟ କୋଚ୍‌...

ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍‌କା

ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ...

କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍‌ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...

ଆଇସିସି ଟି୨୦ ଦଳରେ ନାହାନ୍ତି ଭାରତୀୟ

ଦୁବାଇ,୧୯।୧: ଗତ(୨୦୨୧)ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରେଷ୍ଠ ଟି୨୦ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଗୋଟିଏ ହେଲେ ଭାରତୀୟ ଖେଳାଳିଙ୍କୁ...

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦...

ଆଉ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଲଭ୍‌ଲିନା

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରବାଇ ଚାନୁ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେବେଠାରୁ ପ୍ରତ୍ୟେକ...

Advertisement
Archives

Model This Week