Posted inଖେଳ

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ, ୩୧।୭ (ପି.ଟି.): ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ ଜରିଆରେ ଇଂଲଣ୍ଡରକୁ ୪ ରନ୍‌ ମିଳିଥିଲା। ତେବେ ଅମ୍ପାୟରଙ୍କୁ ଏହି ୪ ରନ୍‌ ବାତିଲ୍‌ କରିବାକୁ ସେ କେବେ କହି ନ ଥିଲେ ବୋଲି ଫାଇନାଲ୍‌ ହିରୋ ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି। ମ୍ୟାଚ୍‌ର ଅନ୍ତିମ ଓଭର ବୋଲିଂ କରୁଥିବା ଟ୍ରେଣ୍ଟ ବୋଲ୍ଟଙ୍କ ୪ର୍ଥ ବଲ୍‌ରେ ଏହି ଘଟଣା ଘଟିଥିଲା, ଯାହାକି ମ୍ୟାଚ୍‌ର ଟର୍ନିଂ ପଏଣ୍ଟ ଥିଲା। ‘ମୁଁ ସେଠାରେ ସମସ୍ତ ଘଟଣା ଦେଖିଥିଲି ଏବଂ ନିଜକୁ ନିଜେ ଭାବୁଥିଲି କି କ’ଣ ମୁଁ ଏହିଭଳି କହିଛି? କିନ୍ତୁ ଛାତି ଉପରେ ହାତ ରଖି କହିବି, ମୁଁ ଅମ୍ପାୟରଙ୍କ ନିକଟକୁ ଯାଇନାହିଁ ଓ ତାଙ୍କୁ ଏହିଭଳି କୌଣସି କଥା କହିନାହିଁ’ ବୋଲି ଇଂଲଣ୍ଡ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ଏହି ଓଭର ଥ୍ରୋ’ରେ ବ୍ୟାଟ୍‌ ବାଜି ବଲ୍‌ ଯେତେବେଳେ ବାଉଣ୍ଡାରୀ ବାହାରକୁ ଚାଲିଯାଇଥିଲା ସେତେବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟମ୍‌ ଲଥାମଙ୍କୁ କ୍ଷମା ମାଗିଥିବା ଷ୍ଟୋକ୍ସ ସ୍ବୀକାର କରିଛନ୍ତି। ଷ୍ଟୋକ୍ସ କହିଛନ୍ତ, ‘ ମୁଁ ସିଧା ଟମ୍‌ ଲଥାମଙ୍କ ପାଖକୁ ଯାଇଥିଲି ଏବଂ ବନ୍ଧୁ ମୋର ଭୁଲ ହୋଇଛି ବୋଲି କହିଥିଲି। ଏହାପରେ କେନ୍‌ଙ୍କ ଆଡ଼କୁ ଅନାଇ ବହୁତ ଦୁଃଖିତ ବୋଲି କହିଥିଲି’। ଉଲ୍ଲେଖ୍ୟଯୋଗ୍ୟ, ଏହି ଓଭର ଥ୍ରୋ ଚୌକା ଘଟଣା ପରେ ଷ୍ଟୋକ୍ସ ଅମ୍ପାୟରଙ୍କ ନିକଟକୁ ଯାଇ ବାଉଣ୍ଡାରୀ ବାତିଲ୍‌ କରିବାକୁ କହିଥିବା ଅନ୍ୟତମ ଇଂଲଣ୍ଡ କ୍ରିକେଟର୍‌ ଜେମ୍ସ ଆଣ୍ଡରସନ କହିଥିଲେ। କିନ୍ତୁ ଷ୍ଟୋକ୍ସ ଏବେ ଆଣ୍ଡରସନଙ୍କ ଏହି କଥାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍‌: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ...

ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍ସ

ଲିଡ୍ସ, ୨୫ା୮ (ଏଏଫ୍‌ପି)-ସ୍ଥାନୀୟ ହେଡିଙ୍ଗ୍‌ଲେଠାରେ ଅନୁଷ୍ଠିତ ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟିଛି। ବେନ୍‌ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*)...

ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ...

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ...

ବୁଣ୍ଡେସ୍‌ଲିଗା ଆରମ୍ଭ: ରେକର୍ଡ ଦର୍ଶକ

ବର୍ଲିନ, ୧୮ା୫ (ଏଏଫ୍‌ପି)-ବୁଣ୍ଡେସ୍‌ଲିଗା ଫୁଟ୍‌ବଲ ପୁନର୍ବାର ଶନିବାରଠାରୁ ଆରମ୍ଭ ହୋଇଛି। ମ୍ୟାଚଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ସ୍କାଏ ବ୍ରଡ୍‌କାଷ୍ଟର୍ସ ତରଫରୁ ଏହାର ସିଧାପ୍ରସାରଣ କରାଯାଉଛି। ଶନିବାର ରେକର୍ଡ...

ଫେଡରରଙ୍କୁ ହରାଇଲେ ତିସିତ୍‌ସିପାସ୍‌

ଲଣ୍ଡନ୧୭ା୧୧ (ଏଏଫ୍‌ପି)-ଏଟିପି ଫାଇନାଲ୍ସରେ ପ୍ରଥମ ପଦାର୍ପଣରେ ଗ୍ରୀସ୍‌ର ଷ୍ଟିଫାନୋସ ତିସିତ୍‌ସିପାସ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ସେ ୬ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ୬-୩,...

୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ

ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି।...

ଦ୍ୱିତୀୟ ଟେଷ୍ଟରେ ଦଳକୁ ଫେରିବେ କି ରୋହିତ ଶର୍ମା: ରାହୁଲ ଦେଲେ ଅପ୍‌ଡେଟ୍‌

ଚଟ୍ଟଗ୍ରାମ,୧୮।୧୨: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରିଛି। ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ବର୍ତ୍ତମାନ...

Advertisement
Archives

Model This Week