Posted inଖେଳ

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ ଜରିଆରେ ଇଂଲଣ୍ଡରକୁ ୪ ରନ୍‌ ମିଳିଥିଲା। ତେବେ ଅମ୍ପାୟରଙ୍କୁ ଏହି ୪ ରନ୍‌ ବାତିଲ୍‌ କରିବାକୁ ସେ କେବେ କହି ନ ଥିଲେ ବୋଲି ଫାଇନାଲ୍‌ ହିରୋ ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି। ମ୍ୟାଚ୍‌ର ଅନ୍ତିମ ଓଭର ବୋଲିଂ କରୁଥିବା ଟ୍ରେଣ୍ଟ ବୋଲ୍ଟଙ୍କ ୪ର୍ଥ ବଲ୍‌ରେ ଏହି ଘଟଣା ଘଟିଥିଲା, ଯାହାକି ମ୍ୟାଚ୍‌ର ଟର୍ନିଂ ପଏଣ୍ଟ ଥିଲା। ‘ମୁଁ ସେଠାରେ ସମସ୍ତ ଘଟଣା ଦେଖିଥିଲି ଏବଂ ନିଜକୁ ନିଜେ ଭାବୁଥିଲି କି କ’ଣ ମୁଁ ଏହିଭଳି କହିଛି? କିନ୍ତୁ ଛାତି ଉପରେ ହାତ ରଖି କହିବି, ମୁଁ ଅମ୍ପାୟରଙ୍କ ନିକଟକୁ ଯାଇନାହିଁ ଓ ତାଙ୍କୁ ଏହିଭଳି କୌଣସି କଥା କହିନାହିଁ’ ବୋଲି ଇଂଲଣ୍ଡ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ଏହି ଓଭର ଥ୍ରୋ’ରେ ବ୍ୟାଟ୍‌ ବାଜି ବଲ୍‌ ଯେତେବେଳେ ବାଉଣ୍ଡାରୀ ବାହାରକୁ ଚାଲିଯାଇଥିଲା ସେତେବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟମ୍‌ ଲଥାମଙ୍କୁ କ୍ଷମା ମାଗିଥିବା ଷ୍ଟୋକ୍ସ ସ୍ବୀକାର କରିଛନ୍ତି। ଷ୍ଟୋକ୍ସ କହିଛନ୍ତ, ‘ ମୁଁ ସିଧା ଟମ୍‌ ଲଥାମଙ୍କ ପାଖକୁ ଯାଇଥିଲି ଏବଂ ବନ୍ଧୁ ମୋର ଭୁଲ ହୋଇଛି ବୋଲି କହିଥିଲି। ଏହାପରେ କେନ୍‌ଙ୍କ ଆଡ଼କୁ ଅନାଇ ବହୁତ ଦୁଃଖିତ ବୋଲି କହିଥିଲି’। ଉଲ୍ଲେଖ୍ୟଯୋଗ୍ୟ, ଏହି ଓଭର ଥ୍ରୋ ଚୌକା ଘଟଣା ପରେ ଷ୍ଟୋକ୍ସ ଅମ୍ପାୟରଙ୍କ ନିକଟକୁ ଯାଇ ବାଉଣ୍ଡାରୀ ବାତିଲ୍‌ କରିବାକୁ କହିଥିବା ଅନ୍ୟତମ ଇଂଲଣ୍ଡ କ୍ରିକେଟର୍‌ ଜେମ୍ସ ଆଣ୍ଡରସନ କହିଥିଲେ। କିନ୍ତୁ ଷ୍ଟୋକ୍ସ ଏବେ ଆଣ୍ଡରସନଙ୍କ ଏହି କଥାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

କୋଲକାତା,୩।୪: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୯ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋ ମଧ୍ୟରେ ଖେଳାଯାଉଛି। ଆରସିବି...

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ...

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ...

ଗୋଟିଏ ଓଭରରେ ୫ ଛକା ମାରିଥିବା କ୍ରିକେଟର୍‌ କଲେ ବିବାହ

ଭାରତୀୟ ଏବଂ ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର ରାହୁଲ ତେୱତିଆ ରିଦ୍ଧି ପନ୍ନୁଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବରେ ୟୁଜବେନ୍ଦ୍ର ଚହଲ, ରିଷଭ ପନ୍ତ ଏବଂ ନୀତୀଶ...

ବର୍ଷା ଯୋଗୁ ଡିଏଲଏସ ନିୟମରେ କେକେଆର ୭ ରନ୍‌ରେ ହାରିଲା…

ମୋହାଲି,୧।୪ : ଡବଲ ହେଡର୍‌ର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ(ପିବିକେଏସ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପଞ୍ଜାବର ଘରୋଇ ଗ୍ରାଉଣ୍ଡ...

ଘରେ ପହଞ୍ଚି ଖାଦ୍ୟ ଯୋଗାଉଛନ୍ତି କିର୍ଗିଓସ

ସିଡ୍‌ନୀ, ୧୩ା୪ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଟେନିସ ଷ୍ଟାର ନିକ୍‌ କିର୍ଗିଓସ ଜଣେ ସ୍ପଷ୍ଟବାଦୀ ଭାବେ ଜଣାଶୁଣା। ଟେନିସ୍‌ କୋର୍ଟରେ ମଧ୍ୟ ଅନେକ ଥର ଝାମେଲା କରି ବିବାଦୀୟ...

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ...

ଗୋଟିଏ ଉଇକେଟ୍‌ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍‌ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...

Advertisement
Archives

Model This Week