ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରାଇବାରେ ସଫଳ ହୋଇଛନ୍ତି ମନୀଷା ମନସ୍ବିନୀ। ଛୋଟବେଳେ ବିଶେଷ କିଛି ସ୍ବପ୍ନ ନ ଥିଲା। ଖେଳକୁଦରେ ସମୟ କଟି ଯାଉଥିଲା। ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବାକୁ ମଧ୍ୟ ତାଙ୍କର ଇଚ୍ଛା ଥିଲା। ଏ ସମ୍ପର୍କରେ ମନୀଷା କହନ୍ତି, ‘ମାଧୁରୀଙ୍କ ନାଚ ମୋତେ ବହୁତ ଭଲ ଲାଗେ। ପିଲାବେଳେ ତାଙ୍କ ନାଚ ଦେଖି ଟିଭି ସାମ୍ନାରେ ନାଚେ। ଅବିକଳ ନକଲ କରିବାକୁ ଚେଷ୍ଟା କରେ। ନାଚରେ ଆଗ୍ରହ ଦେଖି ମୋ ପାପା ମାମା ମୋତେ ଓଡିଶୀ ଶିଖାଇବା ପାଇଁ ନିଷ୍ପତ୍ତି ନେଲେ। ୪/୫ ବର୍ଷ ବୟସରେ ଓଡିଶା ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିବା ଆରମ୍ଭ କରିଥିଲି। ଦଳଗତ ନୃତ୍ୟ ୫ ବର୍ଷ ବୟସରେ କରିଥିଲି। କିନ୍ତୁ ଷ୍ଟେଜ୍‌ରେ ଏକକ ନୃତ୍ୟ ୬ ବର୍ଷ ବୟସରେ କରିଥିଲି। ମୁଁ ଗାନ୍ଧୀନଗର ନ୍ୟାଶନାଲ ଲ’ ୟୁନିଭର୍ସିଟିରୁ ଏଲ୍‌ଏଲ୍‌ଏମ୍‌ କରିଛି। ଆଇପିଆର୍‌ (ଇଣ୍ଟେଲେକ୍ଚୁଆଲ୍‌ ପ୍ରପର୍ଟି ରାଇଟ୍‌ସ)ରେ ସ୍ପେସିଆଲାଇଜେଶନ୍‌ କରିଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥ କିଟ୍‌ ଲ’ ସ୍କୁଲରେ ଅଧ୍ୟାପିକା ଅଛି। ଓଡିଶୀ ମୋର ଜୀବନ ଏବଂ ଅଧ୍ୟାପନା ଜୀବିକା। ଉଭୟକୁ ମୁଁ ବହୁତ ଭଲ ପାଏ। ବିଶେଷକରି ଛୋଟପିଲାଙ୍କୁ ଓଡ଼ିଶୀ ଶିଖାଇବା ସମୟରେ ମୋତେ ଯେଉଁ ଆତ୍ମତୃପ୍ତି ମିଳେ, ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ମୋଟ୍‌ ଉପରେ କହିବାକୁ ଗଲେ, ଓଡିଶୀ ନୃତ୍ୟ ମୋର ପ୍ରାଣ, ଜୀବନ ଓ ନିଶା। ଓଡ଼ିଶୀ ମୋତେ ବହୁତ ନାମ, ଯଶ, ସମ୍ମାନ ଏବଂ ଖ୍ୟାତି ଆଣି ଦେଇଛି। ଦର୍ଶକଙ୍କ କରତାଳି ଏବଂ ପ୍ରଶଂସା ଯେଉଁ ଆତ୍ମତୃପ୍ତି ଆଣିଦିଏ ତାହା ଭାଷାରେ ପ୍ରକାଶ କରିବା ଅସମ୍ଭବ। ଏହାବ୍ୟତୀତ ନୂଆ ନୂଆ ଜାଗା ଦେଖିବାକୁ ଭଲପାଏ। ସମୟ ମିଳିଲେ ପରିବାର ସହ ବୁଲିବାକୁ ଯାଏ। ରୋଷେଇ କରିବାକୁ ବହୁତ ଭଲପାଏ। ହେଲେ ଓଡ଼ିଶୀ ନୃତ୍ୟର ପ୍ରଚାର ଏବଂ ପ୍ରସାର ମୋର ପ୍ରଧାନ ଲକ୍ଷ୍ୟ।’ ଭୁବନେଶ୍ୱର ଜାଭିୟର ସ୍କୋୟାର ନିକଟସ୍ଥ ଏଲଆଇସି ନଗରରେ ରହୁଥିବା ଶାରଦା ପ୍ରସାଦ ସାମନ୍ତରାୟ ଏବଂ ନିବେଦିତା ସାମନ୍ତରାୟଙ୍କ ଏହି କନ୍ୟା ଏବେ ନିଜ ସ୍କୁଲ ‘ଆତ୍ମନ୍‌’ ମାଧ୍ୟମରେ ଗରିବ ଏବଂ ଅବହେଳିତ ପିଲାମାନଙ୍କୁ ମଧ୍ୟ ଶିକ୍ଷାଦାନରେ ନିଜକୁ ନିୟୋଜିିତ ରଖିଛନ୍ତିି। ସୁଯୋଗ ମିଳିଲେ ରାଜ୍ୟ ଏବଂ ଦେଶ ବାହାରେ ଓ୍ବାର୍କଶପ୍‌ ଏବଂ ସେମିନାର ମାଧ୍ୟମରେ ପ୍ରଚାର ପ୍ରସାର କରିବାର ଇଚ୍ଛା ରଖିଛି। କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ଏପରି କି ବିଦେଶରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନୀଷା ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଶୀ ନୃତ୍ୟାଙ୍ଗନା କେତେ ପ୍ରତିଶ୍ରୁତିବଦ୍ଧ ତାହା ତାଙ୍କ ଚେଷ୍ଟାରୁ ସ୍ପଷ୍ଟ ବାରିହୋଇପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri