Posted inଖେଳ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଅନ୍ୟ ଅତିଥିଙ୍କ ମଧ୍ୟରେ କ୍ରୀଡ଼ା ସଚିବ ବିଶାଲ ଦେବ, କିଟ୍‌ ଓ କିସ୍‌ର ପ୍ରୋ ଚାନ୍ସେଲର ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ପରିଜା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ଟେନିସ ଆସୋସିଏଶନ ସ୍ବିକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ଦେଶର ୩୨ ଶୀର୍ଷ ର଼୍ୟାଙ୍କପ୍ରାପ୍ତ ଖେଳାଳି ଏବଂ ୩୨ ଜୁନିୟର ଖେଳାଳି ଅଂଶଗ୍ରହଣ କରିଛନ୍ତି। ଲିଗ୍‌ ୫ ଦିନଧରି ଚାଲିବ। ଫର୍ମାଟ ଅନୁସାରେ ଖେଳାଳିମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି। ଦଳ ଗୁଡ଼ିକର ନାମ ହେଲା ଭୁବନେଶ୍ୱର ଓ୍ବାରିୟର୍ସ, କଟକ କନ୍‌କ୍ୱରର୍ସ, ପୁରୀ ଓ୍ବେଭର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, ଯାଜପୁର ଶୁଟର୍ସ, ଭଦ୍ରକ ଭିକ୍ଟର୍ସ, କ୍ୟାପିଟାଲ କିଙ୍ଗ୍ସ ଓ କିଟ୍‌ କିଲର ବିଜ୍‌। ”୨୦୧୭ରେ ଏହି ପ୍ରତିଯୋଗିତା ପରୀକ୍ଷାମୂଳକଭାବେ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଅନ୍ତର୍ଜାତୀୟ ଖେଳାଳି ଅଂଶଗ୍ରହଣ କରୁଥିବାରୁ ସ୍ଥାନୀୟ ଖେଳାଳିମାନେ ସେମାନଙ୍କ ସହ ଖେଳି ନିଶ୍ଚିତ ଅନେକ ଅଭିଜ୍ଞତା ହାସଲ କରିପାରିବେ। ଭାଗ ନେଉଥିବା ୩୨ ଜୁନିୟର ଖେଳାଳି ଅଭିଜ୍ଞଙ୍କ ସହ ଖେଳିବା ପାଇଁ ଭଲ ସୁଯୋଗ ପାଇବେ“ ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଦିଲୀପ ମହାନ୍ତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଭିତ୍ତିକ ନୀଳାଚଳ ସ୍ପୋଟର୍‌ସ ଫାେଉଣ୍ଡଶନର ମାନସ ସନ୍ତାନ ଓଟିପିଏଲ ୮ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ, ୨୯।୧୧- କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ...

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର...

ଭାରତୀୟ ଡ୍ରେସିଂ ରୁମ୍‌ରେ ହଠାତ୍‌ ପହଞ୍ଚିଲେ ଧୋନୀ

ଲଣ୍ଡନ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ମ୍ୟାଚରେ ଭାରତ ୪୯ ରନ୍‌ରେ ଘରୋି ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍‌...

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ...

କଲଡ୍ରୋନରେ ଅଗ୍ନି ସଂଯୋଗ କଲେ ଦିଲ୍ଲୀପ

କଟକ ଅଫିସ,୨୩ା୨- ଭାରତୀୟ ତୀରନ୍ଦାଜ ମୁସ୍କାନ କିରାର୍‌ଙ୍କ ଦ୍ୱାରା ଉଦ୍‌ଘାଟନୀ ଉତ୍ସବର ମଶାଲ ରିଲେ ଆରମ୍ଭ ହୋଇଥିଲା। ପରେ ଏହାକୁ ଧରିଥିଲେ ସନ୍ତରଣକାରୀ ଏସ.ପି ଲିକିଥ।...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ...

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା...

ମହାକାଶକୁ ବ୍ୟାଟ୍‌ ପଠାଇଲେ ଯୁବରାଜ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଏକ ବ୍ୟାଟ ମହାକାଶକୁ ପଠାଯାଇଛି। ଶନିବାର ଏକ ଭିଡିଓ ଶେୟାର କରି ସେ ଏ ବିଷୟରେ...

Advertisement
Archives

Model This Week