ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ ଦାଦାଗିରି ଦେଖାଇଛନ୍ତି। ଗଜପତି ଜିଲାର ଚମ୍ପାପୁର ଏବଂ ଆନ୍ଧ୍ରର ସିଙ୍ଗିପୁର ମଧ୍ୟରେ ବିବାଦ ତୁଟିବା ବଦଳରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହେବା ସହ ପୂର୍ବରୁ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।
ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର ଏକ ଆଦିବାସୀ ବହୁଳ ଗ୍ରାମ ଅଟେ। ଏହି ଗ୍ରାମ ଆନ୍ଧ୍ରର ଶ୍ରୀକାକୁଲମ୍‌ ଜିଲା ମଞ୍ଜୁସା ମଣ୍ଡଳମ୍‌ର ସିଙ୍ଗିପୁର ଗ୍ରାମ ନିକଟରେ ରହିଛି।ଓଡ଼ିଶାର ଚମ୍ପାପୁର ଗ୍ରାମବାସୀ ପୂର୍ବ ପୁରୁଷ ଅମଳରୁ ସମ୍ପୃକ୍ତ ପାହାଡ଼ ଓ ଏହାର ପାଦଦେଶରେ କଦଳୀ, କାଜୁ, ଆମ୍ବ, ହଳଦୀ ଆଦିି ଚାଷ କରିଆସୁଥିଲେ। ଗତ ୧୩ ତାରିଖ ପଡ଼ୋଶୀ ଆନ୍ଧ୍ର ରାଜ୍ୟର କେତେକ ଅଣ ଆଦିବାସୀ ଲୋକ ଚମ୍ପାପୁର ଗ୍ରାମର ଜମିରେ ଲାଗିଥିବା ଗଛଗୁଡ଼ିକ ଜବରଦସ୍ତ କାଟି ଏହା ଆନ୍ଧ୍ରର ଜାଗା ବୋଲି କହିଥିଲେ। ଚମ୍ପାପୁର ଲୋକେ ଏହାର ବିରୋଧ କରିବା ବେଳେ ଗାଁର ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ରବିବାର ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗାରବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ, ରାୟଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ପିଇଓ ଭାସ୍କର ଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲାଲ ପତାକା ଲଗାଇଥିଲେ। ଏ ସମ୍ପର୍କରେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏହି ଦୁଇଟି ଗ୍ରାମରେ ଜାଗା ଓ ଗଛକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଆନ୍ତରିକତା ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌

ବରଗଡ଼ ଅଫିସ୍‌,୨୭।୪: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ୪୭ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି । ଏ ନେଇ ସୋମବାର...

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ

କଟକ ଅଫିସ,୨୫ା୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନ ଗୁରୁବାର ଭିଜିଲାନ୍ସ କୋର୍ଟରେ ଖାରଜ ହୋଇଯାଇଛି।...

ସେଲୁନ ଖୋଲିବାକୁ ସରକାରଙ୍କୁ ନିବେଦନ କଲେ ବାରିକ ସଂଘ

ଚୌଦ୍ୱାର,୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନରେ ଜାରିରହିଛି। ଇତି ମଧ୍ୟରେ ଲକ୍‌ଡାଉନ ଘୋଷଣା ହେବାର ୧ ମାସରୁ...

ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି...

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର...

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

Advertisement
Archives

Model This Week