Posted inଖେଳ

ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌ ନେବାକୁ ଚାହାନ୍ତି ବକ୍ସଟର

ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍‌ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌କୁ ନେବା ତାଙ୍କ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇ ଆସିଛି। କ୍ଲବ ମାଲିକଙ୍କ ସମେତ କର୍ମକର୍ତ୍ତାଙ୍କ ଉଚ୍ଚାକାଂକ୍ଷା, ଅଭିଳାଷରେ ଖୁବ୍‌ ପ୍ରଭାବିତ ହୋଇଥିଲେ ନୂଆ କୋଚ୍‌ । ବିଶେଷ କରି କ୍ଲବ ସମ୍ପର୍କରେ ଧାରଣା ଏବଂ ଏହି ଦଳକୁ ଓଡ଼ିଶା ସରକାରଙ୍କ ସମର୍ଥନ ହିଁ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରେରିତ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଜନିତ କଟକଣା ଯୋଗୁ ଏଠାକୁ ଆସିପାରୁ ନ ଥିବାରୁ ସେ ଦଳର ଖେଳାଳିଙ୍କ ସମ୍ପର୍କରେ ବିଶେଷ କିଛି କହିପାରି ନଥିଲେ ମଧ୍ୟ ନିଜ ଭୂମିକା ସମ୍ପର୍କରେ ଅବଗତ ଅଛନ୍ତି। ଦଳରେ କିଛି ଅଭିଜ୍ଞ ଖେଳାଳି ରହିବା ଜରୁରୀ। ଯୁବ ଖେଳାଳିମାନେ ସୁଯୋଗର ଭରପୂର ସଦୁପଯୋଗ କରିବା ନେଇ ଆଶାବାଦୀ ଅଛନ୍ତି ବକ୍ସଟର। ଇଣ୍ଡିଆନ ସୁପରଲିଗ୍‌କୁ ଦେଖିବା ଅବସରରେ ଏଥିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି। କିଛି ଖେଳାଳିଙ୍କ ସହ ମଧ୍ୟ ସେ ପରିଚିତ ଅଛନ୍ତି। ଜାପାନ ଜେ-ଲିଗ୍‌ରେ ପ୍ରଥମ ବର୍ଷ କଟାଇଲାପରି ସେ ଭାରତୀୟ ଲିଗ୍‌ରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଓଡ଼ିଶା ଏଫସି ଦଳରେ ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ। ଏହା କିପରି ଫଳାଫଳରେ ପରିଣତ ହେଉଛି ତାହା ଉପରେ ନଜର ରହିବ। ଜଣେ ପେସାଦାର କୋଚ୍‌ଭାବେ ଦଳକୁ ପ୍ଲେ-ଅଫ୍‌କୁ ନେବା ତାଙ୍କର ଇଚ୍ଛା। ପରେ ଟୁର୍ନାମେଣ୍ଟ ଜିତିବା ସମ୍ପର୍କରେ ଚିନ୍ତା କରାଯିବ। କାରଣ ବକ୍ସଟରଙ୍କ ମତରେ ଦଳ ୬ ନମ୍ବରରେ ରହିବା ଏବଂ ୧୦ ନମ୍ବରରେ ରହିବାରେ ବିଶେଷ ପ୍ରଭେଦ ନାହିଁ। ଓଡ଼ିଶା ଏଫସି ଏକ ଯୁବ ଦଳ ହୋଇଥିବାରୁ ଅଧିକ କିଛି କହି ହେବନାହିଁ। ବିଶେଷ କରି ଖେଳାଳିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ସେମାନଙ୍କ ମାନସିକ ଦୃଢ଼ତା କେତେ ରହିଛି, ସେମାନେ କେତେ ପ୍ରତିକ୍ରିୟାଶୀଳ ତାହା ନ ଜାଣି କିଛି କହିବା ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ କଠିନ ସମୟ ଚାଲିଛି। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଜରୁରୀ। ଫୁଟବଲ ସିଜନ ଆରମ୍ଭ ପାଇଁ ସବୁଜ ସଙ୍କେତ ମିଳିଲେ ଆମେ ଓଡ଼ିଶା ଏଫସି ପାଇଁ କିଛି କରି ସମସ୍ତଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ ବୋଲି ବକ୍ସଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଭେଟରେ ପ୍ରେମିକାଙ୍କୁ ନମସ୍କାର କହିଥିଲେ ଏହି ବିଦେଶୀ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ଏବିଙ୍କୁ ୨୩...

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ...

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି।...

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ...

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ...

ଜାଭେଲିନ୍‌ ଥ୍ରୋୟର ଅମିତ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍‌ ଥ୍ରୋୟର ଅମିତ୍‌ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪...

୫୦ ନିୟୁତ ଛୁଇଁଲା କୋହଲିଙ୍କ ଇନ୍‌ଷ୍ଟା ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୧୮।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଖୁବ୍‌ ଅଧିକ। ଏକତା କାହାକୁ ଅଜଣା ନାହିଁ। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସଙ୍କ...

Advertisement
Ten Cric Info


Archives

Model This Week