ଓଡ଼ିଶାରେ କଟକଣା, ଆନ୍ଧ୍ରରେ ନାହିଁ

ପାତ୍ରପୁର, ୧୯ା୩ (ଡି.ଏନ୍‌.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲା। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗ୍ରାମକୁ ଫେରୁଥିବା ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଏହି ବ୍ଲକ ସୀମାନ୍ତକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରେ କରୋନା ସଂକ୍ରମଣ ସଚେତନତା ହେଉ ନଥିବା ଜଣାପଡିଛି।
ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ଆନ୍ଧ୍ରରେ ଖୋଲା ରହିଛି। ଓଡ଼ିଶାରେ ମନ୍ଦିର ଦର୍ଶନ, ସମୂହ ପୂଜାପାଠ, ଯାତ୍ରା, ଭୋଜି ଆଦି ବାରଣ କରାଯାଇଥିବାବେଳେ ଆନ୍ଧ୍ରରେ ଏଥିପ୍ରତି କଟକଣା ନାହିଁ। ଏପରିକି ସେଠାରେ ବଡ ସହରରେ ମଧ୍ୟ ସାମାନ୍ୟ ସଚେତନ କରାଯାଉ ନ ଥିବା ଜଣାପଡିଛି। ମାତ୍ର ଓଡ଼ିଶାର ଏପରି କଟକଣା କଥା ଶୁଣି ଆନ୍ଧ୍ର ସୀମାନ୍ତ ଲୋକେ ଭୟଭୀତ ହୋଇ ପଡିଥିବା ପାତ୍ରପୁର ବ୍ଲକକୁ ଲାଗିଥିବା ଆନ୍ଧ୍ର ଇଚ୍ଛାପୁର, ସୋମପେଟା ଓ ପଲାସା ଅଞ୍ଚଳବାସୀ କହିଛନ୍ତି। ଓଡ଼ିଶାରେ ମାସ୍କ ମିଳୁ ନ ଥିବାବେଳେ ସେଠାରେ ଏବେବି କେହି ସାଧାରଣଲୋକେ ମାସ୍କ କିଣୁ ନ ଥିବା ଜଣେ ଔଷଧ ଦୋକାନୀ କହିଛନ୍ତି। ଏପରିକି ପ୍ରସିଦ୍ଧ ସୀମାଞ୍ଚଳ ମନ୍ଦିରରେ ମଧ୍ୟ କଟକଣା ନ ଥିବା ଜଣାପଡିଛି। ଅନ୍ୟପଟେ ପାତ୍ରପୁରରେ ଦୋକାନ ବଜାର ବନ୍ଦ ହେବା ପରେ ଜନସାଧାରଣ ସୀମାନ୍ତ ଆନ୍ଧ୍ରର ଇଚ୍ଛାପୁର ଓ ସୋମପେଟା ଯାଇ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅସୁସ୍ଥ : ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା ଅଫିସ,୭।୮: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ପ୍ରଥମେ ଭୁବନେଶ୍ୱର କେଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ...

ଚିଠି କରି ଚୁପ୍‌

ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍‌ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ।...

ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ...

ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ

  ଭୋଗରାଇ,୨୬।୫(ଡି.ଏନ.ଏ.)-କରୋନା ପାଇଁ ସାରାଦେଶ ୨ମାସ ଧରି ଲକ୍‌ଡାଉନ ରହିବା ଯୋଗୁୁ ଏହାର ସିଧାସଳଖ ପ୍ରଭାବ ପାନଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବାଲେଶ୍ୱର ଜିଲା...

ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

କଟକ ଅଫିସ,୧୦।୬: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଚାକିରିରୁ ବହିଷ୍କୃତ...

ମହିଳାଙ୍କୁ ଗୁଳିକରି ହତ୍ୟା: ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୭।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଥାନା ଅଧୀନ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

ରୋଗ ଯନ୍ତ୍ରଣା ଅସହ୍ୟ ହେଲା: ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର,୧୪।୧୨(ଡି.ଏନ୍‌.ଏ.) – ରୋଗ ଯନ୍ତ୍ରଣା ଅସହ୍ୟ ହେଲା। ଶେଷରେ ଜୀବନ ହାରି ଦେବାକୁ କଠୋର ନିଷ୍ପତ୍ତି ନେଲେ ଯୁବକ। ନିଜକୁ ଜାଳି ଦେଇ ସବୁଦିନ ପାଇଁ...

Advertisement
Archives

Model This Week