ଓଡ଼ିଶାରେ ଉତ୍କଟ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରି ସେଲସିଅସ୍‌ ଥିବାବେଳେ ୨୧୦୦ ସୁଦ୍ଧା ଏହା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଯଦି ବର୍ତ୍ତମାନ ହାରରେ ଗ୍ରିନ୍‌ହାଉସ ଗ୍ୟାସ ନିର୍ଗମନ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ୩୦ଗୁଣା ବୃଦ୍ଧି ଘଟିବ। ୨୦୧୦ରେ ଯାହା ୧.୬୨ ଦିନ ଥିଲା, ୨୧୦୦ ସୁଦ୍ଧା ତାହା ୪୮.୦୫ ଦିନକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସମଗ୍ର ଭାରତରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ୮ଗୁଣ ବୃଦ୍ଧି ପାଇବାକୁ ଥିବାବେଳେ ୨୧୦୦ ବେଳକୁ ଏହା ୪୨.୮ଦିନରେ ପହଞ୍ଚତ୍ବ ବୋଲି ସୋମବାର ଭୁବନେଶ୍ୱରରେ ଉନ୍ମୋଚିତ ଏକ ନୂତନ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
କ୍ଲାଇମେଟ୍‌ ଇମ୍ପାକ୍ଟ ଲ୍ୟାବ୍‌ ପକ୍ଷରୁ ୟୁଚିକାଗୋସ୍ଥିତ ଟାଟା ସେଣ୍ଟର ଫର୍‌ ଡେଭଲପମେଣ୍ଟ ସହଯୋଗରେ ‘ଭାରତରେ ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନୈତିକ କ୍ଷତି’କୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଅଙ୍ଗାରକାମ୍ଳ ନିର୍ଗମନରେ ଓଡ଼ିଶା ଆଗରେ ରହିଥିବାବେଳେ ଏଠାରେ ଜାତୀୟ ହାରଠାରୁ ମଧ୍ୟ ଅଧିକ ତାପମାତ୍ରା
ବୃଦ୍ଧି ପରିଲକ୍ଷିତ ହେବ। ତାପମାତ୍ରା ବୃଦ୍ଧି ଯୋଗୁ ଓଡ଼ିଶାରେ ଜଳବାୟୁ ଜନିତ ମୃତ୍ୟୁସଂଖ୍ୟା ୪୨,୩୩୪କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ପ୍ରତିବର୍ଷ ହୃଦ୍‌ଘାତ ବା ଅଂଶୁଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ତାହାର ୫ ଗୁଣରୁ ଅଧିକ ମୃତ୍ୟୁ ପରିଲକ୍ଷିତ ହେବ। ୧୯୯୮ରେ ଓଡ଼ିଶାରେ ଅସ୍ବାଭାବିକ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖାଦେଇଥିବାବେଳେ ଏଥିରେ ୨,୦୪୨ଜଣଙ୍କ ମୃତ୍ୟୁ ହୋଇଥିଲା। ବ୍ୟାପକ ସଚେତନତା ଯୋଗୁ ଏଭଳି ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ପ୍ରତିବର୍ଷ କିଛି ନା କିଛି ମୃତ୍ୟୁ ରେକର୍ଡ କରାଯାଉଛି। ୨୦୧୦ରୁ ୨୦୧୮ ମଧ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ଭାରତରେ ୬,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା। ତେବେ ୨୧୦୦ ବେଳକୁ ୬ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଗ୍ରୀଷ୍ମକାଳୀନ ମୃତ୍ୟୁ ଘଟିବ ବୋଲି ଏହି ରିପୋର୍ଟ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri