ଓଡ଼ିଆ ସାହିତ୍ୟରେ ଅଳଙ୍କାର ଅତୁଳନୀୟ

ବାଲେଶ୍ୱର ଅଫିସ, ୨୦।୫- ଓଡ଼ିଆ ଭାଷା ସାହିତ୍ୟରେ ଆରମ୍ଭରୁ ଏଯାଏ ଅନେକ ପରୀକ୍ଷା ନିରୀକ୍ଷା ହୋଇଆସିଛି। ସୃଜନଶୀଳ ସ୍ରଷ୍ଟାମାନେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନାକରି ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଆଗରୁ ଭାଷାଭିତ୍ତିକ କବିତା ‘ଏକପଦୀ’ ରଚିତ ହେଉଥିଲା। ବର୍ତ୍ତମାନ ଏଭଳି ରଚନା ବିରଳ ହୋଇପଡିଛି। ତେବେ ଏକପଦୀ କବିତା ଅଭାବକୁ ଦୂର କରିବା ଲାଗି ବହୁ କବିଙ୍କ ଉଦ୍ୟମରେ ‘ଶହେ ଏକ ଏକପଦୀ’ ନାମରେ ଏକ ନୂତନ ସଂକଳନ ପ୍ରକାଶ ପାଇଛି। ଶନିବାର ବାଲେଶ୍ୱର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ଏକାଦଶ ବାର୍ଷିକ ଉତ୍ସବରେ ବରିଷ୍ଠ ସାହିତି୍ୟକ ଡ. ରମାକାନ୍ତ ବେହେରା ଏହି ସଂକଳନକୁ ଲୋକାର୍ପିତ କରି ଓଡ଼ିଆ ଭାଷା ସାହିତ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ। ବାଲେଶ୍ୱର ଜିଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ସାରସ୍ବତ ସାଧକମାନଙ୍କ ପାଇଁ ସୁରକ୍ଷିତ ହୋଇ ରହିପାରିଛି ବୋଲି ସେ କହିଥିଲେ।
ଉତ୍ସବରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରି ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଦିଗରେ ଅନୁଷ୍ଠାନ କରିଆସୁଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ପଣ୍ଡିତ ସୁରେନ୍ଦ୍ରନାଥ କର ଆସରକୁ ଉଦ୍‌ଘାଟନ କରି ଉପାନ୍ତ ଅଞ୍ଚଳରେ ଭାଷା ସାହିତ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମଥୁରା ନାଥ ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟରେ ଅଳଙ୍କାର ପ୍ରୟୋଗ ଅତୁଳନୀୟ ବୋଲି ଏକ ପ୍ରବନ୍ଧ ଉପସ୍ଥାପନା କରି ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ ନିବାରଣ ଜେନା ଓ ସଙ୍ଗଠନ ସମ୍ପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ଦୀପକ ବୋଷ୍‌ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ଶେଷରେ ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ଚାଟାର୍ଜୀ, ଡ. ସାରଙ୍ଗଧର ତ୍ରିପାଠୀ, ମହେନ୍ଦ୍ର ପ୍ରସାଦ ଧଳ, ଚତୁର୍ଭୁଜ ଜେନା, ନୃସିଂହ ଚରଣ ନାୟକ, ଶିତିକଣ୍ଠ ଦୀକ୍ଷିତ, ଅରୁଣା ରାୟ, ସ୍ମୃତି ଦାସ, କଲ୍ୟାଣୀ ନନ୍ଦ, ଜ୍ୟୋତ୍ସ୍ନା ରାୟ, ମମତା ଦାସ, ବିଶ୍ୱନାଥ ରଣା, ଡ. କରୁଣାକର ରାଉଳ, ରମାକାନ୍ତ ମହାନ୍ତି, ଡ. ଅଭିମନ୍ୟୁ କାନୁନ୍‌ଗୋ, ଜଳଧର ପଣ୍ଡା, ଡା. ସନାତନ ଦାସ, ଡ. ରତ୍ନାକର ସିଂହ, ଡ. ସଞ୍ଜୟ କୁମାର ପଣ୍ଡା, ନିରଞ୍ଜନ ରାଉତ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର କୁମାର ରାଉତ, ବିଦ୍ୟାଧର ସାହୁ, ପୁରୁଷୋତ୍ତମ ବେହେରା, ଅମରେନ୍ଦ୍ର ସିଂ ପ୍ରମୁଖ ଏହି ସାରସ୍ବତ ସମାରୋହରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri